ସୈନିକଙ୍କ ପାଇଁ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କଲା DRDO

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ଗବେଷଣା ସଂସ୍ଥାର ଲାବ୍ ଡିଫେନ୍ସ ମ୍ୟାଟେରିଆଲ୍ ଆଣ୍ଡ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟବ୍ଲିସମେଣ୍ଟ ହାଲୁକା ଓଜନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛି । ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ଓଜନ ୯ କେଜି । ଏହାକୁ ଭାରତୀୟ ସେନାର ଗୁଣାତ୍ମକ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।

ଫ୍ରଣ୍ଟ ହାର୍ଡ ଆର୍ମର ପ୍ୟାନେଲ୍ ଜ୍ୟାକେଟର ପରୀକ୍ଷଣ ଟର୍ମିନଲ ବାଲିଷ୍ଟିକ୍ ରିସର୍ଚ୍ଚ ଲାବ୍ରୋଟୋରୀ ଚଣ୍ଡିଗଡ଼ରେ କରାଯାଇଛି । ଏହି ସମୟରେ ସମସ୍ତ ଜରୁରୀ ବିଆଇଏସ୍ ମାନଦଣ୍ଡ ପୂରା କରାଯାଇଛି । ଏହି ସ୍ୱତନ୍ତ୍ର ହାଲୁକା ଜ୍ୟାକେଟକୁ ସେନା ପାଇଁ ତିଆରି କରାଯାଇଛି ।

ସୈନିକଙ୍କ ଜୀବନ ରକ୍ଷା ପ୍ରଯୁକ୍ତ ଏହି ଜ୍ୟାକେଟକୁ ଆରାମଦାୟକ କରିବା ଲାଗି ପ୍ରତି ଗ୍ରାମର ବିଶେଷ ଭୂମିକା ରହିଛି । ମଧ୍ୟମ ଆକାରର ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ଓଜନ ୧୦.୪ କିଲୋଗ୍ରାମରୁ ହ୍ରାସ୍ କରାଯାଇ ୯ କିଲୋଗ୍ରାମ କରାଯାଇଛି ।

Leave a Reply