କରୋନା ପଜିଟିଭଙ୍କ ଶବ ସତ୍କାର କଲେ ବ୍ଲକ ଅଧ୍ୟକ୍ଷ

Mahanga Block Chairman Performed Last Rites Of Covid Dead Body

ମାହାଙ୍ଗା: କରୋନା ସଂକ୍ରମିତଙ୍କ ମୃତ୍ୟ ପରେ ଶେଷକୃତ୍ୟ ଲାଗି ପୁଅ ଓ ଝିଅଙ୍କୁ ଛାଡି ଭୟରେ କେହି ଆସିନଥିଲେ । କିନ୍ତୁ ସାହସର ସହ କୋଭିଡ ନିୟମ ଅନୁଯାୟୀ ମୃତକଙ୍କ ଶେଷକୃତ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମାହାଙ୍ଗା ବ୍ଲକ ଅଧ୍ୟକ୍ଷ । ଏଥିରେ ତାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସହଯୋଗ କରିଛନ୍ତି ।

 Mahanga Block Chairman Performed Last Rites Of Covid Dead Body

ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁର ଜନୈକ ୫୬ ବର୍ଷୀଅ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ କଟକ ବଡ଼ମେଡ଼ିକାଲରେ ୩ ଦିନ ଧରି ଚିକିତ୍ସିତ ହୋଇଥିଲେ । ଘରକୁ ଫେରି ଗୃହ ସଙ୍ଗରୋଧରେ ଥିଲେ । ଗୁରୁବାର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାରୁ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ କେହି ଆସିନଥିଲେ ।

 Mahanga Block Chairman Performed Last Rites Of Covid Dead Body

ମୃତକଙ୍କ ଝିଅ ଓ ପୁଅ ସହ ମାହାଙ୍ଗ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ, ଦୁଇ ଜଣ ସିକ୍ୟୁରିଟ ଗାର୍ଡ ଶବ ସତ୍କାର କରିଥିଲେ । ମୃତଦେହକୁ ଆମ୍ବୁଲାନ୍ସରେ ରାମଚନ୍ଦ୍ରପୁରକୁ ନେଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଓ ବିତ୍ତ ପରିଚାଳକଙ୍କ ଏହି କାର୍ଯ୍ୟକୁ ସାଧାରଣର ପ୍ରଶଂସା କରାଯାଇଛି ।

Leave a Reply