ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର, ଗତ ୨୪ ଘଣ୍ଟାରେ ଦେଶରେ ୪୮୮ ଜଣଙ୍କ ମୃତ୍ୟୁ

1 min read
India reports 96,982 new COVID19 cases

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ମୃତ୍ୟୁସଂଖ୍ୟା ସହ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏପ୍ରିଲରେ ଦୈନିକ ସଂକ୍ରମଣ ସବୁଦିନ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଲକ୍ଷେ ମୁହାଁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏଯାବତ୍ ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୮୮ ହଜାର ୨୨୩ ଜଣ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୧୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । କରୋନାରେ ଏଯାବତ୍ ଦେଶରେ ୧ ଲକ୍ଷ ୬୫ ହଜାର ୫୪୭ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣ ଜାରି ରହିଛି । ଏଯାବତ୍ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଭ୍ୟାକ୍ସିନ୍ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୪୩ ଲକ୍ଷ ୯୬୬ ଜଣଙ୍କୁ କରୋନା ଟିକା ଦିଆଯାଇଛି ।

Leave a Reply