ନୂଆଦିଲ୍ଲୀ: ତାଜମହଲରେ ବୋମା ଆତଙ୍କ। ସକାଳୁ ସକାଳୁ ତାଜମହଲରେ ବୋମା ଥିବା ଖବର ପୋଲିସକୁ ମିଳିଥିଲା । ଡାଏଲ୍ ୧୧୨କୁ ଫୋନ୍ କରି ଏହି ପୋଲିସକୁ ଏହି ସୂଚନା ଦେଇଥିଲେ । ସୂଚନା ପାଇବା ପରେ ତୁରନ୍ତ ତାଜମହଲକୁ ପୋଲିସ ନିଜ ନିୟନ୍ତ୍ରଣକୁ ନେଇଥିଲା । ତାଜମହଲର ତିନି ଫାଟକକୁ ତତକ୍ଷଣାତ ବନ୍ଦ କରି ଦିଆଯାଇଥିଲା ।
ଫାଟକ ବନ୍ଦ କରିବା ପରେ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ତାଜମହଲ ଭିତରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସେଠାରୁ ବାହାର କରାଯାଇଥିଲା । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ମଧ୍ୟରେ ତଲାସି କରିଥିଲା । ତେବେ ପରେ ଏହା ଏକ ମିଥ୍ୟା କଲ ଥିଲା ବୋଲି ଜଣା ପଡିଥିଲା । ପୋଲିସ ଅନୁସାରେ ଫିରୋଜାବାଦରୁ ଏହି ମିଥ୍ୟା କଲ ଆସିଥିଲା । କରୋନା କାରଣରୁ ଚାକିରି ପାଉନଥିବାରୁ ମାନସିକ ଭାରସମ୍ୟ ହରାଇଥିବା ଜଣେ ଯୁବକ ଏଭଳି କଲ କରିଥିଲା ବୋଲି ପୋଲିସ କହିଛି । ଆଗ୍ରା ପୋଲିସ ଅନୁସାରେ ଏହି ଯୁବକ ସେନାରେ ସାମିଲ ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ କରୋନା ଯୋଗୁ ସେନାରେ ଭର୍ତ୍ତି ହୋଇ ପାରିନଥିଲେ ।
୧୧୨କୁ କଲ କରି ଯୁବକ ଜଣକ ତାଜମହଲ ପରିସରରେ ବୋମା ଥିବା ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ ଯେ, ଖୁବଶୀଘ୍ର ବୋମା ଫାଟିବ । ସୂଚନା ପାଇବା ପରେ ତାଜମହଲ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ତାଜମହଲରୁ ପର୍ଯ୍ୟଟକଙ୍କୁ ବାହାର କରିବା ସହିତ ଫୋନ୍ କଲକୁ ଟ୍ରେସ୍ କରିବା ଆରମ୍ଭ କରିଥିଲା । ଫୋନ୍ ଫିରୋଜାବାଦରୁ ହୋଇଥିଲା ବୋଲି ସିଆଇଏସଏଫ୍ ଜାଣିବାକୁ ପାଇଥିଲା ।


୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀଳଗିରି ସହରରେ ବୁଲୁଛି ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ ଏଯାଏ ପହଂଚି ନଥିବା ବେଳେ ନିଆଁ ଏବେବି ଜଳୁଥୁବା ଦେଖିବାକୁ ମିଳିଛି। ଗୋଟେପଟେ ଜଙ୍ଗଲ ଜଳୁଥୁବା ବେଳେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି।