ଭାରତରେ କରୋନା ମୁକାବିଲା କରିବେ ୭ ଟିକା, ୧୦ ଦିନ ମଧ୍ୟରେ ଋଷ ଟିକାକୁ ମିଳିପାରେ ମଞ୍ଜୁରୀ

1 min read
5 More Coronavirus Vaccine By October As Sputnik V Expected To Get Emergency Use Approval

ନୂଆଦିଲ୍ଲୀ: ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ରିପୋର୍ଟ ଅନୁସାରେ, ଅକ୍ଟୋବର ମାସ ମଧ୍ୟରେ ଦେଶରେ କୋଭିଡ୍-୧୯ର ଆଉ ୫ଗୋଟି ଟିକା ଉପଲବ୍ଧ ହେବ । ଏବେ ଭାରତରେ କେବଳ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକାର ଉତ୍ପାଦନ ହେଉଛି । ଋଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଭି ଭ୍ୟାକ୍ସିନକୁ ଆସନ୍ତା ୧୦ ଦିନ ଭିତରେ ମଞ୍ଜୁରୀ ମିଳିପାରେ ।

ଆସିବାକୁ ଥିବା ୫ ଟିକା

ସ୍ପୁଟନିକ ଭି

ଜନସନ୍ ଆଣ୍ଡ ଜନସନ୍ ଭ୍ୟାକ୍ସିନ୍

ନୋବାଭ୍ୟାକ୍ସ ଭ୍ୟାକ୍ସିନ୍

ଭାରତ ବାୟୋଟେକର ଇଣ୍ଟ୍ରାନେଜଲ ଭ୍ୟାକ୍ସିନ୍

ଜାୟଡସର କ୍ୟାଡିଲା ଭ୍ୟାକ୍ସିନ୍

5 More Coronavirus Vaccine By October As Sputnik V Expected To Get Emergency Use Approval

କେବେ ଆସିବ କେଉଁ ଟିକା ?

ସୂତ୍ର ଅନୁସାରେ, ସ୍ପୁଟନିକ ଭି ଟିକା ଭାରତରେ ଜୁନ୍ ସୁଦ୍ଧା ଉପଲବ୍ଧ ହୋଇପାରେ । ଯଦି ସବୁକିଛି ଠିକ୍ ରୁହେ ତ ଜନସନ୍ ଆଣ୍ଡ ଜନସନ୍ ଭ୍ୟାକ୍ସିନ୍ ଅଗଷ୍ଟ ସୁଦ୍ଧା ଆସିଯିବ । ଜାୟଡସ୍ କ୍ୟାଡିଲା ଟିକା ମଧ୍ୟ ଅଗଷ୍ଟ ସୁଦ୍ଧା ଆସିବାର ସମ୍ଭାବନା ରହିଛି । ନୋଭାଭ୍ୟାକ୍ସ ଅକ୍ଟୋବର ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ ।

ଋଷ ପ୍ରସ୍ତୁତ ଭ୍ୟାକ୍ସିନ୍ ସ୍ପୁଟନିକ ଭିକୁ ଆଗାମୀ ୧୦ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ରଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଭାରତର କେତେକ ଫାର୍ମା କମ୍ପାନୀ ସହ ଭ୍ୟାକ୍ସିନ୍ ତିଆରି ଲାଗି ଚୁକ୍ତି କରିଛି । ଭାରତରେ ପ୍ରତିବର୍ଷ ୮୫ କୋଟି ସ୍ପୁଟନିକ୍ ଭି ଟିକା ତିଆରି ହେବ ।

Leave a Reply