ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ

1 min read
Maoist Killed 2 School Students In Sukma

ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି । ଏଥିରେ କେତେକ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଜଣେ ନକ୍ସଲଙ୍କ ମୃତଦେହ ମିଳିଛି । ଦନ୍ତେୱାଡ଼ାର ଗାଦମ ଓ ଜଙ୍ଗମପାଳ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଡିଆରଜି ଯବାନ ଓ କଟେକଲ୍ୟାଣ କ୍ଷେତ୍ର ସମିତି ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।

ନିହତ ମାଓବାଦୀ ବେଟ୍ଟି ହଙ୍ଗା ବୋଲି ଜଣାପଡ଼ିଛି । ହଙ୍ଗା ମୁଣ୍ଡରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏହି ଗୁଳି ବିନିମୟରେ ଆଉ କେତେକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ସେଠାରୁ ଗୋଟିଏ ୮ ଏମ୍ଏମ୍ ପିସ୍ତଲ ଏବଂ ଗୋଟିଏ ଦେଶୀ କଟ୍ଟା ଜବତ କରାଯାଇଛି । ଏହା ବାଦ୍ ୨ କେଜି ଆଇଇଡି, ବାଣ, ଔଷଧ ଓ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

ଏଥିସହ ପଢ଼ନ୍ତୁ- ପୁଣି ମାତିଲେ ମାଓବାଦୀ, ୱାଟର ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ ଗାଡ଼ି ଜାଳିଦେଲେ

ଛତିଶଗଡ଼ ସରକାରଙ୍କ ଅନୁସାରେ ରାଜ୍ୟରେ ୮ଟି ଜିଲ୍ଲା ନକ୍ସଲ ପ୍ରଭାବିତ । ବିଜାପୁର, ସୁକମା, ବସ୍ତର, ଦନ୍ତେୱାଡ଼ା, କାଙ୍କେର, ନାରାୟଣପୁର, ରାଜନନ୍ଦଗାଓଁ ଓ କୋଡ଼ଗାଓଁରେ ମାଓ ଗତିବିଧି ରହିଛି ।

Leave a Reply