ବିଗୁଡ଼ୁଛି ସ୍ଥିତି, ଦିଲ୍ଲୀର ୫୦ ହସ୍ପିଟାଲରେ ଖାଲି ନାହିଁ ଗୋଟିଏ ବି ଭେଣ୍ଟିଲେଟର କି ICU ବେଡ୍

1 min read

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟ ଭଳି ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରାଜଧାନୀରେ ନୂଆ ସଂକ୍ରମଣ ମାମଲା ୧୦ ହଜାର ଡେଇଁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ସ୍ଥିତି ଚିନ୍ତାଜନକ କିନ୍ତୁ ଡରିବାର କିଛି ନାହିଁ । କିନ୍ତୁ ରାଜଧାନୀର ବିଭିନ୍ନ ହସ୍ପିଟାଲ ରେ ଉପଲବ୍ଧ ଥିବା ଭେଣ୍ଟିଲେଟର ଓ ଆଇସିୟୁ ବେଡ୍ ଉପରେ ନଜର ପକାଇଲେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠୁଛି ।

ରବିବାର ସନ୍ଧ୍ୟା ୫ଟା ସୁଦ୍ଧା କରୋନା ଆପ୍ ମୁତାବକ ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଥିବା ୧୧ ହଜାର ୭୨୭ ସାଧାରଣ ବେଡ୍ ମଧ୍ୟରୁ ୫ ହଜାର ୩୬୩ଟି ଶଯ୍ୟା ଖାଲି ରହିଛି । ଅର୍ଥାତ୍ ମୋଟ୍ ଶଯ୍ୟାର ୫୪.୩୬ ପ୍ରତିଶତ ବେଡରେ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

କରୋନା ଆକ୍ରାନ୍ତଙ୍କ ଲାଗି ମୋଟ ୧ ହଜାର ୧୫୩ଟି ଭେଣ୍ଟିଲେଟର ରହିଛି । ସେଥିରୁ ପ୍ରାୟ ୩୦୭ଟି ବେଡ୍ ଖାଲି ରହିଛି । ଅର୍ଥାତ୍ ମୋଟ ଭେଣ୍ଟିଲେଟର ମଧ୍ୟରୁ ୭୩.୩୭ ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ସେହିଭଳି ମୋଟ ୧୮୫୨ଟି ଆଇସିୟୁ ବେଡ୍ ମଧ୍ୟରୁ ୫୧୧ଟି ଖାଲି ରହିଛି । ଅର୍ଥାତ୍ ୭୨.୪ ପ୍ରତିଶତ ICU ବେଡରେ ରୋଗୀ ଅଛନ୍ତି ।

ଦିଲ୍ଲୀ ସରକାରଙ୍କ ୩ଗୋଟି ବଡ଼ ଓ କେନ୍ଦ୍ରର ୪ ଗୋଟି ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର ଖାଲି ନାହିଁ । ସେହିଭଳି ୪୪ଟି ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ଖାଲି ନଥିବା ବେଳେ ୨୫ଟି ବଡ଼ ହସ୍ପିଟାଲରେ ବି ଭେଣ୍ଟିଲେଟରେ ରୋଗୀ ଭର୍ତ୍ତି ହୋଇ ଅଛନ୍ତି । ୨୫ଟି ବଡ଼ ହସ୍ପିଟାଲରେ ଗୋଟିଏ ବି ଆଇସିୟୁ ବେଡ୍ ଖାଲି ନାହିଁ ।

Leave a Reply