ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

Jharaphual Murder Case, Jajpur Police Arrested An Other Accused

ଯାଜପୁର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁସାରେ, ଅମରେଶ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ।

 Jharaphual Murder Case, Jajpur Police Arrested An Other Accused

୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି ।

 Jharaphual Murder Case, Jajpur Police Arrested An Other Accused

ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଛି ଯାଜପୁର ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।

Leave a Reply