spot_img
Home Blog Page 5916

Ind vs Eng 4th Test, Day 3 Live: ଶତକରୁ ମାତ୍ର ୪ ରନରେ ବଞ୍ଚିତ ସୁନ୍ଦର, ୧୬୦ ରନରେ ଭାରତ ଆଗୁଆ

0

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୬୫ ରନରେ ଅଲ ଆଉଟ ହୋଇଛି ।  ଏଥିସହ ପ୍ରଥମ ଇନିଂଶରେ ଭାରତ ୧୬୦ ରନର ଅଗ୍ରଣୀ ହାସଲ କରିଛି। ପ୍ରଥମ ପାଳିରେ ଇଂଲଣ୍ଡ ୨୦୫ ରନ କରିଥିଲା ।

୯୬ରନରେ ଅପରାଜିତ ରହିଛନ୍ତି ଓ୍ୱାଶିଂଟନ ସୁନ୍ଦର । ସୁନ୍ଦର ଏକ ଶତକରୁ ମାତ୍ର ୪ ରନରେ ବଞ୍ଚିତ ହୋଇଛନ୍ତି।  ସୁନ୍ଦରଙ୍କ ସହ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗିଦାରୀ କରିଛନ୍ତି।  ଅନ୍ୟପଟେ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଖୋଲିପାରିନାହାନ୍ତି।

ଟିମ୍ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୪ଟି, ଜେମ୍ସ ଆଣ୍ଡରସନ ୩ଟି ଏବଂ ଜ୍ୟାକ ଲିଚ ୨ଟି ୱିକେଟ୍ ନେଇଛନ୍ତି।

ସର୍ଭିସ ବନ୍ଧୁକରୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

ଲମତାପୁଟ: ସର୍ଭିସ୍‌ ବନ୍ଧୁକରୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଜଲାପୁଟ ବିଏସ୍‌ଏଫ 15th ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଯବାନ ହେଲେ ଇନ୍ଦ୍ର ସିଂହ । ଆଜି ସକାଳେ ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତକାଲି ସେ ନିଜ ଗାଁ ରାଜସ୍ଥାନରୁ ଫେରି କାର୍ଯ୍ୟରେ ଯୋଗଦେଇଥିଲେ । ତେବେ କାହିଁକି ସେ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ ।

ଏଥିସହିତ ପଢ଼ନ୍ତୁ: ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ପୁଅର ମୃତ୍ୟୁ

 

ଚଣ୍ଡିଖୋଲରେ ୩ ବାଇକ୍ ଓ ୨ଟି ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ଚଣ୍ଡିଖୋଲ: ଘର ଆଗରେ ବାଇକ ପୋଡ଼ିଦେଲେ ଦୁର୍ବୁତ୍ତ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ଅଞ୍ଜିରା ପଞ୍ଚାୟତର ମୁରାରୀପୁର ଗାଁରେ ଘଟିଛି ଘଟଣା । ମୁରାରୀପୁର ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ଘର ଆଗରେ ୩ ବାଇକ ଓ ୨ଟି ସ୍କୁଟି କେହି ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି, ଲକ୍ଷ୍ମୀଧର ଘର ଆଗରେ ନିଜର ୨ଟି ଗାଡ଼ି ଓ ବ୍ୟାଙ୍କ କର୍ମଚାରୀଙ୍କ ତିନୋଟି ଗାଡ଼ି ପ୍ରତିଦିନ ଘର ବାହାରେ ରହିଥାଏ ହେଲେ ଗତକାଲି ବିଳମ୍ବିତ ରାତିର କେହି ଦୁର୍ବୁତ୍ତ ଗାଡି ପୋଡି ଦେଇଥିବା ଜଣା ପଡିଛି, ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି, ପୂର୍ବ ଶତ୍ରୁତା ଯୋଗୁ ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ପୁଅର ମୃତ୍ୟୁ

 

କୋଭିଡ କଟକଣା ମଧ୍ୟରେ ହେବ ଜାଗର ଯାତ୍ରା: ରାତି ୧୦ଟାରେ ମହାଦୀପ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ଜାଗର । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରୁରେ ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି । ମନ୍ଦିର ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ମନ୍ଦିର ନିକଟସ୍ଥ କୋରାପୁଟ ଭବନରେ ବୈଠକ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ବିଧାୟକ ସୁର ରାଉତରାୟଙ୍କ ସମେତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୈଠକ ବସିଛି ।

ଏଥିସହିତ ପଢ଼ନ୍ତୁ: ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ

ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ପୁଅର ମୃତ୍ୟୁ

ବୌଦ୍ଧ: ଡକାଡକି ହୋଇଚାଲିଗଲେ ବପା-ପୁଅ । ମୃତ ବାପାଙ୍କ ଅନ୍ତିମ ସଂସ୍କାର ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ପୁରୁଣାକଟକ ଥାନା କରଡ଼ାକୋଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି । ବାପାଙ୍କ ଅନ୍ତିମ ସଂସ୍କାର ସାରି ପୁରୀରୁ ଫେରୁଥିବା ବେଳେ ପୁଅର ମୃତ୍ୟୁ । ସାଥିରେ ଥିବା ୪ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ଜେସିବି ବୋଝେଇ ଟ୍ରକ ଠିଆ ହୋଇଥିବା ବେଳେ ସାମ୍ନାପଟୁ ଟ୍ରକକୁ ପିଟିଲା କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର । ଗୁରୁତରଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ

ବିଦ୍ୟୁତ ଚୋରି ବେଳେ ଚାଲିଗଲା ଜୀବନ

ବାରିପଦା: କାଳ ହେଲା ରେଲଓ୍ବେ ବିଦ୍ୟୁତ୍ ତାର ଚୋରି  । ତାର ଚୋରି ସମୟରେ ଆଘାତ ପାଇ ଯୁବକ ମୃତ  । ବାରିପଦା ବାଘରାରୋଡ ଶନି ମନ୍ଦିର ନିକଟ ରେଳ ଧାରଣା ଉପରେ ଯୁବକଙ୍କର ମୃତଦେହ ଠାବ ହୋଇଛି  । ମୃତକ ହେଲେ ୩ ନମ୍ବର ଓ୍ବାର୍ଡ ମଙ୍ଗଳା ମନ୍ଦିର ସାହିର ଚନ୍ଦନ ସରକାର  । ରେଲଓ୍ବେ ଟ୍ରାକରୁ ବିଦ୍ୟୁତ୍ ତାର ଚୋରି କରୁଥିବେ ବେଳେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ଦେହ ପଡିରହିଥିବାରୁ ବାଙ୍ଗରିପୋଷିରୁ ଭୁବନେଶ୍ବର ଯିବାକୁ ଥିବା ଟ୍ରେନର ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ପ୍ରସାଦ ସେବନ କରି ୫୦ରୁ ଊର୍ଦ୍ଧ୍ୱ ଗୁରୁତର

 

 

ଓଡ଼ିଶା ଜଙ୍ଗଲରେ ଆମାଜୋନ୍ ରେନ୍ ଫରେଷ୍ଟ ନିଆଁ: ୨୩୩ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଯେତେ ଦୂରରୁ ଦେଖିଲେ ବି ସ୍ପଷ୍ଟ ଜଣାପଡ଼ୁଛି ନିଆଁର ଆଁ । ଚତ୍କାର କରୁଛି ଜଙ୍ଗଲ, ବ୍ୟଥିତ ହୋଇଛନ୍ତି ସାରା ବିଶ୍ୱର ପ୍ରକୃତିପ୍ରେମୀ । ଗତ କିଛି ଦିନ ହେଲା ଶିମିଳିପାଳରେ ନିଆଁ ନେଇ ଚାରିଆଡ଼ୁ ଉଦବେଗ୍ ପ୍ରକାଶ ପାଇଥିବା ବେଳେ ଏବେ ଏହି ନିଆଁ ଅଧାରୁ ଅଧିକ ଓଡ଼ିଶାର ଜଙ୍ଗଲକୁ ବ୍ୟାପିଲାଣି ।

UNESCO had added the National Park to its list of Biosphere Reserves back  in 2009.

କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ଗଲା ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି । ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଉ କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥିବା ଦୃଷ୍ଟିକୁ ଆସିଛି । ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ନିଆଁ ଲିଭାବା ପରେ ଏହାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ । ଜଙ୍ଗଲ ନିଆଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ସେମାନେ ଏବେ ଜନବସତି ମୁହାଁ ହେବା ସହ ଶିକାରୀଙ୍କ ପଞ୍ଛାରେ  ପଡ଼ୁଥିବା ଖବର ଆସୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ନିଆଁ ଲାଗିଛି । ଯେଉଁଥିରେ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ସ୍ଥିତ ଜଙ୍ଗଲ ବି ରହିଛି । ଖଣ୍ଡଗିରିରେ ଲାଗିଥିବା ନିଆଁରେ କୌଣସି ଜନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରାୟ ଗୋଟିଏ ଏକର ଜଙ୍ଗଲ ଜଳି ଯାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଫଳରେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି ।

Similipal forest fire

           ଆଜି ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୨୩୩ ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଯାହାକି ଭାରତରେ ସର୍ବାଧିକ  । ମୟୂରଭଞ୍ଜର ଶିମିଳିପାଳ ସାଙ୍ଗକୁ ମାଲକାନଗିରି ଜିଲ୍ଲାର ଯନ୍ତରୀ, ନବରଙ୍ଗପୁର, ଟୋହୋରା, ଝରିଗାଁ, ନୂଆପଡ଼ା ଜିଲ୍ଲାର ଭାବସିଲ୍ ବିଟ୍, ଚକଳା ବିଟ୍‌, ବେଲଟୁକୁରି ବିଟ୍, ବରଗଡ଼ ଜିଲ୍ଲାର ଝରାବନ୍ଧ, ସରଗୁନପାଲ୍ଲୀ, କୁଡୋପଲ୍ଲୀ, କୋରାପୁଟର କେରମେଲି, ଲୋକେସେଲି, କଳାହାଣ୍ଡିର କେସିଙ୍ଗା, ବନ୍ଧପରି ବିଟ୍‌ରେ ନିଆଁ ଲାଗିଛି । ଏହା ବ୍ୟତୀତ ବଲାଙ୍ଗୀର, ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସଦ୍ୟତମ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି ।

Wildfire rages on in Odisha's Similipal Tiger Reserve, CM orders action -  India News

  କେବଳ ଯେ, ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ୮୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି । ଏଥିରେ ଓଡ଼ିଶାରେ ସର୍ବାଧିକ ୨୩୩ଟି ସ୍ଥାନ ରହିଥିବା ବେଳେ ତେଲେଙ୍ଗାନାରେ ୧୨୬, ମଧ୍ୟପ୍ରଦେଶରେ ୧୦୭, ଆନ୍ଧ୍ରପ୍ରଦେଶରେ ୭୮, ମହାରାଷ୍ଟ୍ରର ୭୬, ଛତିଗଡ଼ରେ ୭୪, ଝାଡ଼ଖଣ୍ଡରେ ୪୫, ଉତ୍ତରାଖଣ୍ଡରେ ୩୭, ମିଜୋରାମର ୩୧, ପଶ୍ଚିମବଙ୍ଗରେ ୧୫ଟି ସ୍ଥାନ ରହିଛି । ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୨ଟିରେ ଥିବା ବିଭିନ୍ନ ଜଙ୍ଗଲରେ ଆଜି ବି ନିଆଁ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ୍ ଏଫ ଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି ।