ଜନସନ୍ ଆଣ୍ଡ୍ ଜନସନ୍ କରୋନା ଟିକା ଉପରେ ପ୍ରତିବନ୍ଧକ

1 min read

ୱାଂସିଟନ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମେରିକାରେ ଜନସନ୍ ଆଣ୍ଡ୍ ଜନସନ୍ ର କରୋନା ଟିକା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏହି ଟିକା ନେବା ପରେ ୬ ଜଣଙ୍କ ରକ୍ତ ଜମାଟ ବାନ୍ଧିବା ଭଳି ବିରଳ ମାମଲା ସାମ୍ନାକୁ ଆସିଥିଲା । ଯାହାପରେ FDA ଓ CDC ମଙ୍ଗଳବାର ଦିନ ଜନସନ୍ ଟିକା ଉପରେ ପ୍ରତିବନ୍ଧକ ଲଗାଇଛି । ଟିକା ନେବାର ଦୁଇ ସପ୍ତାହ ପରେ ଏହି ୬ ରୋଗୀଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଲକ୍ଷଣ ସାମ୍ନାକୁ ଆସିଥିଲା।

ସିଡିସି ଓ ଏଫଡିଏ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ବୁଧବାର ଦିନ ACIP- ଟିକାକରଣ ପ୍ରତିରକ୍ଷା ଅଭ୍ୟାସ ସମିତି ( Advisory Committee on Immunization Practices ) ବୈଠକ ପରେ ଏହି ମାମଲର ପୁନଃ ସମୀକ୍ଷା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ । ସେପର୍ଯ୍ୟନ୍ତ ଜନସନ୍ ଟିକା ବ୍ୟବହାରକୁ ରୋକି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ ଜନସନ୍ ଟିକାର ୬୮ ଲକ୍ଷ ଡୋଜ୍ ଲୋକଙ୍କୁ ଦିଆ ସରିଛି । ସିଡିସି ଓ ଏଫଡିଏ ଅନୁସାରେ ଯେଉଁ ୬ ମାମଲାର ଯାଂଚ ହେଉଛି ସେସବୁ ମାମଲାର ଡାଟା ସମୀକ୍ଷା ଚାଲିଛି । ଯେଉଁ ୬ ମାମଲାରେ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ ସାମ୍ନାକୁ ଆସିଛି ସେହି ୬ ଜଣ ରୋଗୀ ମହିଳା ଅଟନ୍ତି । ସେମାନଙ୍କ ବୟସ ୧୮ରୁ ୪୮ ମଧ୍ୟରେ । ଟିକା ନେବାର ୬ରୁ ୧୩ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଇଥିଲା ।
ଏଭଳି ଲକ୍ଷଣ ଦେଖାଯିବା ଅତ୍ୟନ୍ତ ବିରଳ ବୋଲି ଏଫଡିଏ ଓ ସିଡିସି ପକ୍ଷରୁ କୁହାଯାଇଛି । ଏହାସହ ଏଫଡିଏ କହିଛି ଯେ, ଟିକାକରଣ ସଂଘୀୟ ସରକାରଙ୍କ ପାଇଁ ସବୁଠାରୁ ବଡ ପ୍ରାଥମିକତା କିନ୍ତୁ ଟିକାକରଣ କାଳରେ ଦେଖାଯାଉଥିବା ସବୁ ଶାରିରିକ ଲକ୍ଷଣକୁ ଆମେ ଗୁରୁତ୍ୱର ସହ ନେଉ ।

Leave a Reply