ମହିଳାଙ୍କୁ ହାଇକୋର୍ଟ ବିଚାରପତି କାହିଁକି କହିଲେ ଦିନରେ ସ୍ୱପ୍ନ ଦେଖିବା ବନ୍ଦ କର ?

ନୂଆଦିଲ୍ଲୀ: ପଞ୍ଜାବ ହାଇକୋର୍ଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ମାତ୍ରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ଇଂଲଣ୍ଡର ପ୍ରିନ୍ସ ହ୍ୟାରୀ ଜଣେ ମହିଳାଙ୍କୁ ବିବାହ କରିବେ ବୋଲି ସୋସିଅଲ ମିଡିଆରେ ପ୍ରତିଜ୍ଞା କରିଥିଲେ । ଏଭଳି ଦାବି କରିଛନ୍ତି ଜଣେ ମହିଳା । ଏହାକୁ ନେଇ ମହିଳା ଜଣକ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଯେଉଁଥିରେ ହ୍ୟାରୀଙ୍କୁ ଗିରଫ କରିବା ପାଇଁ ଉକ୍ତ ମହିଳା ଦାବି କରିଥିଲେ । କିନ୍ତୁ ସୋସିଅଲ ମିଡିଆ ସ୍କାମ୍‌କହି ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ।

ସୋସିଅଲ ମିଡିଆରେ ନକଲି ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଇବା ଏକ ସାଧାରଣ କଥା । ଏହି ନକଲି ଆଇ.ଡିକୁ ଆଧାର କରି ଏହାକୁ ପ୍ରମାଣ ସ୍ୱରୂପ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ ଏହା ମଧ୍ୟ କହିଛନ୍ତିଯେ, ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର କୌଣସି ପୃଷ୍ଠଭୂମି ନାହିଁ । କୋର୍ଟ କେବଳ ମହିଳାଙ୍କ ପ୍ରତି ସହାନୂଭୂତି ପ୍ରଦର୍ଶନ କରିପାରିବ । ତେବେ ଏହା କେବଳ ଦିନରେ ସ୍ୱପ୍ନ ଦେଖିବା ଭଳି କଥା ବୋଲି କହିଛନ୍ତି କୋର୍ଟ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହରେ ବିଳମ୍ବ ନ ହେଉ ସେଥିପାଇଁ ମହିଳା ଜଣକ ଆବେଦନରେ ପ୍ରିନ୍ସ ହ୍ୟାରୀ, ଡ୍ୟୁକ୍‌ଅଫ୍‌ସସେକ୍ସଙ୍କ ବିରୁଦ୍ଧରେ ଓ୍ୱାରେଣ୍ଟ ଜାରି କରିବା ପାଇଁ ଦାବି କରିଛନ୍ତି । କିନ୍ତୁ ଦିନ ସ୍ୱପ୍ନ କହି ଘଟଣାକୁ ଖାରଜ କରି ଦେଇଛନ୍ତି କୋର୍ଟ ।

Leave a Reply