ଘର ଅଗଣାରୁ ୧୪ ଫୁଟର ଅହିରାଜ ଉଦ୍ଧାର

Snake Helpline Rescued 14 Foot King Cobra At Badamba

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ସାନବରସିଂ ଗାଁରୁ ଅହିରାଜ ଉଦ୍ଧାର । ଗାଁର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରେ ସକାଳ ପ୍ରାୟ ୫ଟା ବେଳେ ଅହିରାଜ ସାପକୁ ଦେଖିବାକୁ ମିଳିଥିଲା । ସାପଟି ଅଗଣାରେ ପଡ଼ିଥିବା କିଛି ପଥର ଭିତରେ ପଶିଯାଇଥିଲା । ଖୋଜା ଖୋଜି ପରେ ସାପକୁ ପାଇନଥିଲେ । ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ସାପଟି ହଲ ଚଲ ହେବା ପରେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହୋଇଥିଲେ ।

Snake Helpline Rescued 14 Foot King Cobra At Badamba

ଏତେ ବଡ଼ ଅଜଗର ସାପ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଚିହ୍ନିବା ସହ ଉଦ୍ଧାର ପାଇଁ ସାହସ ଜୁଟେଇ ପାରିନଥିଲେ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ପହଞ୍ଚି ୧୪ ଫୁଟ୍ ଲମ୍ବର ବିରାଟ ଅହିରାଜ ସାପକୁ ଉଦ୍ଧାର କରିଥିଲେ ।

Snake Helpline Rescued 14 Foot King Cobra At Badamba

ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ୍ ହେଲ୍ପ ଲାଇନ୍ ଟିମକୁ ନାକେଦମ ହେବାକୁ ପଡ଼ିଥିଲା  । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଅହିରାଜର ସ୍ୱାସ୍ଥ୍ୟ ପରୀକ୍ଷା କରା କରିବା ପରେ ସୁସ୍ଥ ଥିବାରୁ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ଛାଡ଼ି ଦିଆ ଯାଇଥିଲା ।

Leave a Reply