spot_img
Home Blog Page 5913

ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ମହିଳା ସ୍ୱାସ୍ଥ୍ୟ ଶିବିର ଆୟାେଜିତ

ଭୁବନେଶ୍ୱର: ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମାଜ କଲ୍ୟାଣ ଅନୁଷ୍ଠାନ ‘ସମ୍ମାନୀତା’ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କାଇମାଟିଆ ଗ୍ରାମରେ ଏକ ମହିଳା ସ୍ୱାସ୍ଥ୍ୟ ଶିବିର ଆୟାେଜିତ କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ଯାେଗ ଦେଇଥିଲେ।

ବର୍ଷାଙ୍କ ବ୍ୟତୀତ ଡ଼ଃ. ଅଳକା ରଥ (ଏମବିବିଏସ୍,ଅନର୍ସ) ଏବଂ ଡ଼ଃ. ପ୍ରଶାନ୍ତ କୁମାର ପରିଡା (ଏମଡି ମେଡିସିନ, ଡିଏମ ଗ୍ୟାଷ୍ଟ୍ରୋ) ଏହି ସ୍ୱାସ୍ଥ୍ୟ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ଲୗେହ ଅଭାବ, ଗର୍ଭଧାରଣ ସମ୍ବନ୍ଧୀୟ ରୋଗ, ସ୍ତ୍ରୀ ରୋଗ ସମ୍ବନ୍ଧୀୟ ସମସ୍ୟା ଆଦିକୁ ଏଡାଇବା ଏବଂ ଉପଶମ କରିବାକୁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ ।

 

ଏଥିସହିତ ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ବହୁ ସଂଖ୍ୟାରେ ଯାେଗ ଦେଇଥିବା ସମସ୍ତ ମହିଳା ରାେଗୀଙ୍କୁ ଚିକିତ୍ସିତ କରିଥିଲେ। ‘ସମ୍ମାନୀତା’ ତରଫରୁ ଗ୍ରାମର ଦୁଇଜଣ ଅଭାବୀ ମହିଳାଙ୍କୁ ଆର୍ଥୀକ କ୍ଷେତ୍ରରେ ସଶକ୍ତ କରିବା ପାଇ ବର୍ଷା ସିଲେଇ ମେସିନ୍ ଦାନ କରିଥିଲେ । ସେମାନଙ୍କ ନାମ କବିତା ପରିଡା ଓ ବୈଜୟନ୍ତୀ ବିଶ୍ୱାଳ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଘରର ଏକମାତ୍ରା ଅନ୍ନଦାତା ସାଜିଛନ୍ତି ।

 

ଏହିପରି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବର୍ଷା ମହିଳାଙ୍କ ଏପରି କିଛି ସ୍ୱାସ୍ଥ୍ୟ ସମସ୍ୟାକୁ ଉଜାଗର କରିବାକୁ ପ୍ରଚେଷ୍ଟା କରିଛନ୍ତି, ଯାହାକି ଅନେକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ସହଜ ହାେଇଥିଲେ ମଧ୍ୟ ଏଗୁଡିକୁ ଅଣଦେଖା କରାଯାଇଥାଏ ।

ଚଣ୍ଡିଖୋଲରେ ଉତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ ଭ୍ୟାନ

ଯାଜପୁର: ଉତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ ଭ୍ୟାନ । ଚଣ୍ଡିଖୋଲର ବାଲିଚନ୍ଦ୍ରପୁର ଥାନା ଭରତପୁର ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିଛି ଦିନ ତଳେ ଭରତପୁର ଅଂଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ନେଇ ବଚସା ମଧ୍ୟ ହୋଇଥିଲା । ଆଜି ଘଟଣାସ୍ଥଲରେ ପୋଲିସ ପହିଁଚିଥିଲା ।ପୋଲିସର ବିଳମ୍ବତା ଏବଂ ଅନ୍ୟ ପାରିପାର୍ଶ୍ବିକ ଘଟଣାକୁ ନେଇ ଉତ୍ୟକ୍ତ ରହିଥିଲେ କିଛି ଲୋକେ । ଫଳରେ ପୋଲିସ ଭ୍ୟାନକୁ ଜାଳିଦେଇଥିବା ଜଣାପଡିଛି ।

ସେପଟେ ଭରତପୁରରେ ଲୋକେ ବାଲିଚନ୍ଦ୍ରପୁର ଥାନର ପୋଲିସ ଭ୍ୟାନକୁ ଜାଣିଦେବାର ଖବର ପାଇବା ପରେ ଘଟଣାସ୍ତଳରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ମୂଳକ ରହିଥିବାବେଳେ ସମସ୍ତ ଘଟଣାକୁ ନଜରରେ ରଖିଛି ସ୍ଥାନୀୟ ପୋଲିସ । ଅନ୍ୟପଟେ ପୋଲିସ ଭ୍ୟାନ ଜାଳିବାରେ କେଉଁମାନେ ସଂଳ୍ଳିଷ୍ଟ ଏବଂ କାହିଁକି ଏହି କାଣ୍ଡ ଭିଆଇଛନ୍ତି ସ୍ଥାନୀୟ ଲୋକେ, ସେନେଇ ତଦନ୍ତ ଚଳାଇଛି ବାଲିଚନ୍ତ୍ରପୁର ଥାନା ପୋଲିସ ।

ଲକଡାଉନ୍ ପରେ ୬୪ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ସେପ୍ଟେମ୍ବର ମାସରେ ୨୭ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ସେପଟେ ଖୋର୍ଦ୍ଧା ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ୨୦ଟି ବ୍ଲାକ୍‌ ସ୍ପଟ୍‌ ଓ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତିବର୍ଷ ଦୁର୍ଘଟଣା ୧୦ ପ୍ରତିଶତ କମାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ସଂସଦୀୟ କମିଟି ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଏହାସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

Road Accidental Death Increased By 64 Percentage After Lockdown

ସେପ୍ଟେମ୍ବରରୁ ଅକ୍ଟୋବର । ରାଜ୍ୟରେ ମାସକରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବଢ଼ିଛି । ଯାହାକି ଚିନ୍ତାର ବିଷୟ । ସଡ଼କ ସୁରକ୍ଷା ସମ୍ପର୍କିତ ସଂସଦୀୟ କମିଟିର ପ୍ରଥମ ବୈଠକରେ ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଲକ୍‌ଡାଉନ୍‌ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା ମୃତ୍ୟୁ କମିଥିଲା ବେଳେ ହଠାତ୍ ବୃଦ୍ଧି ପାଇଥିବାରୁ ପୋଲିସ, ପରିବହନ ବିଭାଗ ଓ କମିଟି କର୍ମକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି । ସତର୍କତା ଓ ସଚେତନତା ସତ୍ତ୍ବେ କାହିଁକି ଦୁର୍ଘଟଣା ବଢ଼ିଲା, ସେନେଇ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ମୃତ୍ୟୁ ୧୦ପ୍ରତିଶତ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି ।

Road Accidental Death Increased By 64 Percentage After Lockdown

ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ୍ ସ୍ପଟ ବା ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ଏସବୁ ହେଲା- ପିତାପଲ୍ଲୀ, ପାହାଳ, ଆଚାର୍ଯ୍ୟ ବିହାର, ସତ୍‌ସଂଘ ବିହାର, ହଂସପାଳ ଛକ,ଏଜିଛକରୁ ରାଜଭବନ ଛକ,ରାମମନ୍ଦିର ଛକରୁ ମାଷ୍ଚର କ୍ୟାଣ୍ଟିନ, କଳିଙ୍ଗବିହାର ଛକ,ତମାଣ୍ଡୋ ଆଦି ସ୍ଥାନ । ଏସବୁ ସ୍ଥାନରେ ଦୁର୍ଘଟଣା ରୋକିବାକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି ।

Road Accidental Death Increased By 64 Percentage After Lockdown

ସଡ଼କ ଦୁର୍ଘଟଣା ରୋକିବା ପାଇଁ ଚଳିତବର୍ଷ ଏକମାସ ଧରି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ହେଉଥିବାରୁ ୧୦କୋଟି ଟଙ୍କାରେ ପାଣିକୋଇଲିଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଉଛି ।

‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ବିଜେଡି ପାଳନ କରିବ ବିଶ୍ୱ ମହିଳା ଦିବସ

ଭୁବନେଶ୍ୱର: ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ମାର୍ଚ୍ଚ ୮ ତାରିଖରେ ବିଜେଡି ପାଳନ କରିବ ବିଶ୍ୱ ମହିଳା ଦିବସ । ବିଜେଡି ମୁଖ୍ୟାଳୟରେ ବିରାଟ କାର୍ଯ୍ୟକ୍ରମ ଆୟୋଜନ ହେବ । ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ।

BJD To Observe International Women's Day With Messgage Nari Jagarana Biswa Kalyan

ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ । ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା । ଫୋକସ୍‌ରେ ମହିଳା ସଶକ୍ତୀକରଣ । ମାର୍ଚ୍ଚ ୮ରେ ବିଜେଡି ଅଫିସରେ ମହାସମାରୋହରେ ପାଳନ ହେବ ବିଶ୍ୱ ମହିଳା ଦିବସ । ସାମିଲ ହେବେ ୨ ହଜାରରୁ ଅଧିକ ମହିଳା । ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ନେଇ ମହିଳାଙ୍କୁ ସମ୍ବୋଧିତ କରାଯିବ । ମହିଳାଙ୍କୁ ଜାଗ୍ରତ କରିବା ଏହାର ଉଦ୍ଦେଶ୍ୟ । ମହିଳାଙ୍କ ପାଖରେ ଥିବା ପ୍ରତିଭା ଉପସ୍ଥାପନ କରାଯିବ । ଯାହା ବିଶ୍ୱ କଲ୍ୟାଣରେ ଆସିବ । ବିଭିନ୍ନ ସମୟରେ ପ୍ରତିଭାମୟୀ ମହିଳା ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଆନ୍ତି । ସେମାନଙ୍କୁ ଘରଘର ବୁଲି ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପାଇପାରନ୍ତି ।  ସମାରୋହରେ ମହିଳା ସଶକ୍ତୀକରଣ ପାଇଁ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

 BJD To Observe International Women's Day With Messgage Nari Jagarana Biswa Kalyan

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌ଏଚ୍‌ଜି ଗଠନ ନବୀନ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ଏଥିପାଇଁ ମିଶନ ଶକ୍ତି ଏବେ ଏକ କେସ୍ ଷ୍ଟଡି ପାଲଟିଛି । ପଞ୍ଚାୟତ ଘରେ ବସି ବିକାଶର ଚିନ୍ତା, ମିଶନ ଶକ୍ତିରେ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସମୃଦ୍ଧିର ଉଜ୍ଜ୍ୱଳ ଚିତ୍ର ଦେଖାଇବା ନେଇ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦପେକ୍ଷ ରହିବ ମହିଳା ଦିବସ ସମାରୋହର ମୁଖ୍ୟ ଏଜେଣ୍ଡା । ବିଜୁ ଜୟନ୍ତୀ ପରି ମହିଳା ଦିବସ ସମାରୋହକୁ କୋଭିଡ୍‌ କଟକଣା ଭିତରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନନ୍ଦିଗ୍ରାମରୁ ମମତାଙ୍କ ବିପକ୍ଷରେ ବିଜେପିରୁ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଶନିବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଦଳ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ନନ୍ଦିଗ୍ରାମ ହେଉଛି ସେହି ଆସନ ଯେଉଁ ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ ଲଢିବେ। ଏଥିରୁ ବିଜେପିର ନିର୍ବାଚନୀ ରଣନୀତି ସ୍ପଷ୍ଟ ବାରି ହେଉଛି । କାରଣ ଶୁଭେନ୍ଦୁ ଅଧିକାରୀ ଦିନେ ମମତାଙ୍କ ଦଳ ଟିଏମସର ନେତା ଥିଲେ ।

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୖେଠକ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗତ ମାର୍ଚ୍ଚ ୪ରେ ହୋଇଥିଲା। ଏହି ବୖେଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ଅନ୍ୟ ସମସ୍ତ ଦଳୀୟ ସଦସ୍ୟ ଉପସ୍ଥିତ ଥିଲେ।

ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ ବି ଡାକ୍ତର କରୋନା ସଂକ୍ରମିତ

ରାଉରକେଲା: କରୋନା ଟିକା ନେବା ପରେ ବି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଆବଶ୍ୟକ । ଟିକେ ଅବହେଳା କଲେ ଆପଣ ହୋଇପାରନ୍ତି କରୋନା ସଂକ୍ରମିତ । ରାଉରକେଲାରେ ଘଟିଛି ଏଭଳି ଘଟଣା । ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ବି କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇନଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।

Doctor Of Rourkela Government Hospital Are Covid Infected After Second Dose Of Vaccination

ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ଵିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ । ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ ।

Doctor Of Rourkela Government Hospital Are Covid Infected After Second Dose Of Vaccination

କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ତେବେ, ସେ କରୋନା ପଜିଟିଭ୍ ହୋଇଥିଲେ ମଧ୍ୟ ତାଙ୍କ ଠାରେ କୌଣସି ଜଟିଳ ପରିସ୍ଥିତି ସୃଷ୍ଟି ହୋଇ ନଥିବା କହିଛନ୍ତି ଟିକାକରଣ ଦାୟିତ୍ୱରେ ଥିବା ଡାକ୍ତର । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାର ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜଧାନୀରେ ଗୋଡାଇ ଗୋଡାଇ ହାଣୁଛନ୍ତି ଅପରାଧି, କୁଆଡେ ଗଲା ‘ଉଇ କେୟାର, ଉଇ ଡେୟାର’ ?

ଭୁବନେଶ୍ବର: ରାଜଧାନୀରେ ସକ୍ରୀୟ ହୋଇଛନ୍ତି ଅପରାଧି । ଦିନ ଦ୍ବିପ୍ରହରରେ ରାହାଜାନି ଘଟୁଥିଲା , ଏବେ ଘଟୁଛି ମର୍ଡର । କିଛିଦିନ ତଳେ ସାମନ୍ତାରପୁର ମିଠା ବ୍ୟବସାୟୀଙ୍କୁ  ଅପରାଧି ହତ୍ୟା କରିଥିବାବେଳେ ଆଜି ଜନଗହଳୀ ସିଆରପି ଛକରେ ଘଟିଛି ଏହି ଘଟଣାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ଦୁଇ ଭାଇ ସୁଧୀର ଓ ସାଗର । କିନ୍ତୁ ଏବେ ଅପରାଧିଙ୍କ ଅପେକ୍ଷା ପୋଲିସକୁ ଅଧିକ ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ଆଜିର ମର୍ଡର ପରେ ଉଇ କେୟାର, ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୋଲିସର ପାରିବା ପଣିଆ ଏବେ ପଦାରେ ପଡିଛି ।

ଦିନ ଦ୍ୱିପ୍ରହରରେ ରାଜଧାନୀରେ ସାଧାରଣ ଲୋକେ ସୁରକ୍ଷିତ ନାହାନ୍ତି । କିନ୍ତୁ ଗଳି ଗଳିରେ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲେ ବି ଅପରାଧୀଙ୍କର ଏହାକୁ ଖାତିର ନାହିଁ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି କ୍ରିମିନାଲ । ସେପଟେ ପୋଲିସ ଭ୍ୟାନକୁ ଅଟକାଇ ଖୋଦ ପୋଲିସ ପାଖରୁ ସାଧାରଣ ଜନତା ଅପରାଧିଙ୍କୁ ଛଡ଼ାଇ ନେଉଛନ୍ତି । ଏବଂ ପୋଲିସ ସମ୍ମୁଖରେ ହିଁ ମାରପିଟ କରୁଛନ୍ତି । ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ, ଏହା ଜଣାଯାଏ ଯେ ରାଜଧାନୀରେ ପୋଲିସ ଏକପ୍ରକାର ନିଷ୍କ୍ରିୟ ସାଜିଛି । ଯାହାର ପ୍ରମୁଖ ପ୍ରମାଣ ହେଉଛି ଆଜିର ହତ୍ୟାକାଣ୍ଡ ।

ସୂଚନା ମୁତାବକ ସାଲିଆ ସାହିରେ ରହୁଥିବା ଟୁକୁନା ଦାସ ଓରଫ ଜଟିଆକୁ ପିକ୍ ଅପ୍ ଭ୍ୟାନ ଭିତରେ ଦୁଇ ଭାଇ ସୁଧୀର ଓ ସାଗର ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଗାଡିରୁ ଦୌଡି ପଳାଇଥିଲେ ଟୁକୁନା । ଏହା ପରେ ବି ଛାଡିନଥିଲେ ହତ୍ୟାକାରୀ ଦୁଇ ଭାଇ । ସିଆରପିଏଫ ଛକରେ ଓହ୍ଲାଇ୨ ଭାଇ ଟୁକୁନାଙ୍କୁ ଗୋଡାଇ ଗୋଡାଇ ଛୁରାମାଡ଼ କରିଥିଲେ । ଏବଂ ଘଟଣାସ୍ଥଳରେ ହିଁ ଟୁକୁନାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ଜନଗହଳୀପୂର୍ଣ୍ଣ ସିଆରପି ଛକରେ ପହଁଚିଥିଲା କମିସନରେଟ ପୋଲିସ । ପରେ ହତ୍ୟାକାରୀ ଦୁଇ ଭାଇଙ୍କୁ ପୋଲିସ ପିସିଆର ଭ୍ୟାନରେ ନେଇ ଯାଉଥିବା ବେଳେ, ସ୍ଥାନୀୟ ଲୋକେ ପିସିଆରକୁ ଅଟକାଇଥିଲେ । ଏବଂ ପିସିଆର ଭ୍ୟାନର କାଚ ଭାଙ୍ଗି ଆକ୍ରମଣକାରୀ ଦୁଇ ଭାଇଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ ।

କିନ୍ତୁ ଆଇନର ରକ୍ଷକ ସାଜିଥିବା ପୋଲିସର ଉପସ୍ଥିତିରେ ସାଧାରଣ ଜନତା ହତ୍ୟାକାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଗୋଡାଇ ଗୋଡାଇ ପିଟୁଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁଇ ଅଭିଯୁକ୍ତ ସୁଧୀର ଓ ସାଗର ଆହତ ହୋଇଛନ୍ତି । ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ପ୍ରଶ୍ନ ଏବେ ପୋଲିସର ଦାୟିତ୍ବ ହୀନତା ଏବଂ ନିଷ୍କ୍ରିୟତାକୁ ନେଇ । ଗୋଟେପଟେ କଡା ପାଟ୍ରୋଲିଂ କରୁଥିବା କଥା କହୁଥିବା କମିସନରେଟ ପୋଲିସର ଅନୁପସ୍ଥିତିରେ ବିଚ ରାସ୍ତାରେ ହତ୍ୟାକାଣ୍ଡ ଘଟୁଛି । ଅନ୍ୟପଟେ ପୋଲିସର ଉପସ୍ଥିତିରେ ମଧ୍ୟ ଅପରାଧିଙ୍କୁ ସାଧାରଣ ଜନତାଙ୍କ ଆକ୍ରମଣ କରୁଛନ୍ତି । ଅଥଚ ପୋଲିସ ସେଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ । ଯାହା ଏବେ ଆଇନ ରକ୍ଷକଙ୍କ ପ୍ରତି ପ୍ରଶ୍ନର ପାହାଡ ଠିଆ କରିଛି ।

ମିଶନ ଶକ୍ତି ନୂଆ ବିଭାଗ, ବାଲେଶ୍ୱର ରେମୁଣାରେ ହେବ ଏମ୍ସ ସାଟେଲାଇଟ୍ ସେଣ୍ଟର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

Odisha Cabinet Nods 16 Major Proposal 

ମିଶନ ଶକ୍ତି ନାମରେ ନୂଆ ବିଭାଗ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଏଥିସହ ୧୦ଟି ଗ୍ରାମୀଣ ପାଇପ୍ ପାଣି ଯୋଗାଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା. ଜଟଣୀ, ଗନ୍ଦିଆଁ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଝାରପୁପ ବ୍ଲକରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ସ୍କିମରେ ନିର୍ମାଣ କାର୍ଯ୍ୟ କରାଯିବ । ଗ୍ରାମ୍ୟ ପାଇପ୍ ଜଳ ଯୋଜନାରେ ସମ୍ବଲପୁର ଜିଲ୍ଲାର ୨୬ଟି ପଞ୍ଚାୟତ ଓ ଝାରସୁଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ନିର୍ମାଣ ହେବ ।

Odisha Cabinet Nods 16 Major Proposal 

ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ୍ ଅଧୀନରେ ୨୫ ଏକର ଜମିରେ ଏମ୍ସ ସାଟେଲାଇଟ୍ ସେଣ୍ଟର ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିସହ ରାଜ୍ୟ ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରଦାନ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ଅର୍ଥ ଉନ୍ନତମାନର ବିହନ, ଚାରା ସଂଗ୍ରହ ଓ ଚାଷୀଙ୍କୁ ଯୋଗାଣ ପାଇଁ ବିନିଯୋଗ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧିନରେ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ଓଡ଼ିଶାର ନାରୀ ସଶକ୍ତିକରଣ ମଡେଲ୍ ଦେଶରେ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫିକ୍କିର ଏଫଏଲଓ ଓଡ଼ିଶା ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ପ୍ରଥମ ଏଫଏଲଓ ଓଡ଼ିଶା ମହିଳା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାର ମହିଳା ସଶକ୍ତୀକରଣ ମଡେଲ୍ ଦେଶରେ ଶ୍ରେଷ୍ଠ । ଏଫଏଲଓ ଓଡ଼ିଶା ପୁରସ୍କାର ପାଇଥିବା ସମସ୍ତ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଆପଣମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ, ପ୍ରେରଣାର ଉତ୍ସ ।

ଏହି ଅବସରରେ ବିଜୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ପକାଇଛନ୍ତି । ମହିଳା ସଶକ୍ତୀକରଣ କାର୍ଯ୍ୟରେ ବିଜୁବାବୁ ସମସ୍ତଙ୍କଠୁ ଆଗରେ । ପଞ୍ଚାୟତ ଚଳାଇବାକୁ ମହିଳାଙ୍କୁ ସୁଯୋଗ ଦେଇଥିଲେ ବିଜୁବାବୁ । ସମାଜର ପ୍ରତି କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥିଲେ । ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଆଜି ଆମେ ସର୍ବାଗ୍ରେ ରହିଛୁ । ମହିଳା ସଶକ୍ତୀକରଣରେ ମୋ ସରକାର ଉତ୍କର୍ଷ ଲାଭ କରିଛି ବୋଲି ନବୀନ କହିଛନ୍ତି ।

ମହିଳା ସଶକ୍ତୀକରଣର ସବୁଠୁ ବଡ଼ ଉଦାହରଣ ‘ମିଶନ ଶକ୍ତି’ । ‘ମିଶନ ଶକ୍ତି’ରେ ୮୦ଲକ୍ଷ ମହିଳାଙ୍କୁ ସାମିଲ୍ କରାଯାଇଛି । ଗ୍ରାମୀଣ ମହିଳାମାନେ ଆମ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି । ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ବାହାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ମହିଳା ସଫଳତା ହାସଲ କରୁଛନ୍ତି ।  ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ଉଦ୍ୟମ ଚାଲିଛି । ସଂସଦ ଓ ବିଧାନସଭାରେ ସଂରକ୍ଷଣ ପ୍ରସ୍ତାବ ଦେବାରେ ଆମେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୧ରୁ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କୁ ୫୦% ସଂରକ୍ଷଣ ସୁବିଧା ମଧ୍ୟ ଦିଆଯାଇଛି ।

ମୋଦିଙ୍କ ରାଲିରେ ସାମିଲ ହେବେ ମିଥୁନ ଚକ୍ରବର୍ତ୍ତୀ !

କୋଲକାତା: ଆସନ୍ତା ମାର୍ଚ୍ଚ ୭ ତାରିଖରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ପ୍ରଚାର କରିବାକୁ ଯାଉଛନ୍ତି । କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ରାଲି କରିବେ । ଯେଉଁଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେପି । ଏଭଳି ସମୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିର ରାଲିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଏନେଇ କହିଛନ୍ତି ଯେ ତାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛି। ସେ କୋଲକାତା ଆସିକି ଆଲୋଚନା କରିବେ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି। ଜନତା ଓ ପ୍ରଧାନମନ୍ତ୍ରୀ ମୋଦି ହିଁ ସବୁଠୁ ବଡ ହସ୍ତୀ । ସାର୍ବଜନୀକ ରୂପେ ଯିଏ ଆସିବ ତାଙ୍କୁ ସ୍ୱାଗତ କରାଯିବ । ତେବେ ମାର୍ଚ୍ଚ ୭ରେ ରାଲିରେ ମିଥୁନ ଚକ୍ରବର୍ତ୍ତୀ ସାମିଲ ହେବା ନେଇ ଆଶା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ରାଲିରେ କେବଳ ଜନତା ଓ ନିଜେ ପ୍ରଧାନମନ୍ତ୍ରୀ ମୋଦି ରହିବେ । କିନ୍ତୁ ଆମେ ଜନତାଙ୍କ ସହ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବୁ । ସେ ମିଥୁନ ଚକ୍ରବର୍ତ୍ତୀ ହୁଅନ୍ତୁ ବା ଆଉ କେହି ।