spot_img
Home Blog Page 5912

ପାକିସ୍ତାନରେ ହିନ୍ଦୁ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ

ଇସଲମାବାଦ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଗୋଟିଏ ହିନ୍ଦୁ ପରିବାରର ପାଞ୍ଚ ସଦସ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି ଯେ, ପରିବାରର ୫ଜଣ ସଦସ୍ୟଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳା କାଟି ହତ୍ୟା କରାଯାଇଛି । ଏହି ଘଟଣାଟି ମୁଲତାନରେ ରହୀମ ୟାର ଖାନ ସହରରୁ ୧୫ କିଲୋମିଟର ଦୂର ଆବୁଧାବୀ କଲୋନୀରେ ହୋଇଛି ।

ସୂଚନା ଅନୁସାରେ, ପରିବାରର ୫ଜଣ ସଦସ୍ୟଙ୍କ ମର ଶରୀର ସନ୍ଦିଦଗ୍ଧ ଅବସ୍ଥାରେ ମିଳିଛି । ଏହାସହ ଘଟଣା ସ୍ଥଳରୁ ପୋଲିସ ଏକ ଛୁରୀ ସହ ଗୋଟିଏ କୁରାଢୀ ଜବତ କରିଛି । ରହିମ ୟାର ଖାନରେ ସାମଜିକ କାର୍ଯ୍ୟକର୍ତ୍ତା ବୀରବଲ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାମ ଚନ୍ଦ୍ର ମେଘବାଲ ହିନ୍ଦୁ ଥିଲେ ଏବଂ ତାଙ୍କ ବୟସ ୩୫ରୁ ୩୬ ବର୍ଷ ମଧ୍ୟରେ ଥିଲା ।

ବୀରବଲ ଦାସଙ୍କ ଅନୁସାରେ ରାମ ଚନ୍ଦ୍ର ମେଘବାଲ ଦୀର୍ଘ ଦିନ ହେବ ଗୋଟିଏ ସିଲେଇ ଦୋକାନ ଚଳାଉଥିଲେ । ଏବଂ ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ । ତେଣୁ ସେ ଏକ ହସଖୁସିର ଜୀବନ ଯାପନ କରୁଥିଲେ । ଏବଂ ତାଙ୍କ ମୃତ୍ୟୁର ଏଭଳି ଘଟଣା ଆଶ୍ଚର୍ଯ୍ୟ ଜନକ ।

ପୋଲିସ୍ ଭ୍ୟାନ ଜାଳିଦେବା ଘଟଣାରେ ୨୨ ଅଟକ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ଭରତପୁର ପଞ୍ଚାୟତରେ ପୋଲିସ୍ ଭ୍ୟାନ ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଘଟଣାରେ ୨୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅପ୍ରୀତିକର ପରିସ୍ଥିତି ଯୋଗୁଁ ଘଟଣାସ୍ଥଳରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ମାଛ ବିକ୍ରିକୁ ନେଇ ଗତକାଲି ଆରମ୍ଭ ହୋଇଥିଲା ବିବାଦ ।

ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀର ଜଣକୁ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା । ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଉତ୍ୟକ୍ତ ଲୋକେ ପୋଲିସର ଦୁଇଟି ଭ୍ୟାନକୁ ଜାଳି ଦେଇଥିଲେ । ଯାଜପୁର ଏସପି, ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

 

ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ

ନୀଳଗିରି: ନଷ୍ଟ ହେଉଛି ପ୍ରକୃତି । ଖରାରର ପ୍ରକୋପ ନ ବଢୁଣୁ ଜଳି ପାଉଁସ ହେଉଛି ଜଙ୍ଗଲ । ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବାର କାରଣ ଅନୁଧ୍ୟାନ କଲେ ବାଲେଶ୍ବର ଡିଏଫ୍ଓ ବିଶ୍ଵରାଜ ପଣ୍ଡା । ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ । ଜଙ୍ଗଲ ସୁରକ୍ଷା ଦିଗରେ ଅଗ୍ନିଶମ ବିଭାଗ ଓ ବନକର୍ମଚାରୀ ମଧ୍ୟରେ ସମନ୍ୱୟ ବୈଠକ ହୋଇଛି ।

ନଣ୍ଡାରି ପର୍ବତର ଶିଖରଠୁ ଆରମ୍ଭ କରି ନିଆଁ ବହୁ ଅଞ୍ଚଳରେ ଧିରେ ଧିରେ ବ୍ୟାପି ଚାଲିଛି । ବହୁ ମୂଲ୍ୟବାନ ଗଛ ସବୁ ନଷ୍ଟହେଲାଣି ଆଉ କିଛି ନଷ୍ଟ ହେବାକୁ ବସିଲାଣି । ଜଙ୍ଗଲରେ ରହୁଥିବା ଜୀବଯନ୍ତୁଙ୍କ ଜୀବନ ବିପଦରେ । ଜଙ୍ଗଲରେ ନିଆଁ ଲାଗିବାରୁ ଆଖପାଖ ଗାଁ ମୁହାଁ ହେଉଛନ୍ତି ବନ୍ୟଯନ୍ତୁ । ଫଳରେ ଭୟରେ କଟୁଛି ଗ୍ରାମବାସୀଙ୍କ ଦିନରାତି ।

ତେବେ ଏହି ଜଙ୍ଗଲ ଜଳିବା ଲାଗୁଛି ଯେମିତି ସାଧାରଣ କଥା ହୋଇ ଗଲାଣି । କାରଣ କେଉଁଠି ଦିନ ହେଲା ଜଙ୍ଗଲ ଜଳୁଛି ଆଉ କେଉଁଠି ୨୪ ଘଣ୍ଟା ଭିତରେ ଲାଗିଛି ନିଆଁ । ଓଡ଼ିଶାର ୨୩୩ ଟି ସ୍ଥାନରେ ଜଳୁଛି ଜଙ୍ଗଲ । କେବଳ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ । ଦେଶର ଅଧାରୁ ଅଧିକ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ୱାରା ପ୍ରଭାବିତ ହେଉଛି ।

ସିଆରପି ଛକରେ ହତ୍ୟାକାରୀଙ୍କୁ ମାଡ଼ ମାରିଥିବା ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକ ଟୁକୁନା ଦାସ ହତ୍ୟାକାଣ୍ଡ ଘଟଣା । ବିଚ୍ ରାସ୍ତାରେ ହତ୍ୟାକାରୀକୁ ମାଡ଼ ମାରିବା ଓ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ପୋଲିସ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ନୟାପଲି ଥାନା ପୋଲିସ । ଗତାକଲି ହତ୍ୟାକରୀ ସୁଧୀର ଓ ସାଗର ଖସି ଯାଉଥିବା ବେଳେ ନିର୍ଦ୍ଧୁମ ଛେଚି ଥିଲେ ସ୍ଥାନୀୟ ଲୋକ । କେବଳ ସେତିକି ନୁହେଁ ହାତ୍ୟାକାରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ପିସିଆର ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ତେବେ ଭିଡ଼ିଓ ଫୁଟେଜକୁ ଆଧାର କରି ସେମାନଙ୍କୁ ଚିହ୍ନଟ କରୁଛି ପୋଲିସ ।

ଶନିବାର ଦିନ ଦ୍ୱିପ୍ରହରରେ, ରାଜଧାନୀର ବିଚ୍ ରାସ୍ତାରେ ହତ୍ୟାକାଣ୍ଡ ପୂରା ରାଜଧାନୀକୁ ଦୋହଲାଇ ଦେଇଥିଲା । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ ବିସ୍ତୃତ ତଥ୍ୟ ଦେଇଥିଲେ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ସାଲିଆସାହିର ସୁଧୀର ପୃଷ୍ଟି, ସାଗର ପୃଷ୍ଟି ଏବଂ ଟୁକୁନା ଦାସଙ୍କ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଥିଲା । ସୁଧୀର ଓ ସାଗରଙ୍କ ସହ ମୃତ ଟୁକୁନା ଦାସ ଓରଫ ଜଟଙ୍କ ଗତକାଲି ଝଗଡ଼ା ହୋଇଥିଲା ।

ସୁଧୀର ଓ ସାଗର ସେମାନଙ୍କ ଗାଡ଼ିରେ ସାଲିଆସାହି ଟାଙ୍କି ନିକଟରୁ ଟୁକୁନାଙ୍କୁ ଉଠାଇ ଆଣିଥିଲେ । ସିଆରପି ନିକଟରେ ଗାଡ଼ି ଅଟକାଇ ଛୁରୀରେ ଟୁକୁନାଙ୍କୁ ଆକ୍ରମଣ କରିଥିଲେ ସୁଧୀର ଓ ସାଗର । ଏହା ଦେଖି ସ୍ଥାନୀୟ ଲୋକ ପାଟିତୁଣ୍ଡ କରିଥିଲେ । ଶହେକୁ ଫୋନ୍ ପରେ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିଥିଲା । ଲୋକମାନେ ଉତ୍ତ୍ୟକ୍ତି ଥିଲେ । ପିସିଆର୍ ଉପରେ ଲୋକମାନେ ଆକ୍ରମଣ କରିଥିଲେ । ଏପରିକି ସୁଧୀର ଓ ସାଗରଙ୍କୁ ସେଇଠି ଦଣ୍ଡ ଲୋକମାନେ ଦଣ୍ଡ ଦେବେ ବୋଲି କହିଥିଲେ ।

ଅନ୍ତଜାର୍ତୀୟ ମହିଳା ଦିବସ ପୂର୍ବରୁ ମହିଳା କାର ରାଲି

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତଜାର୍ତୀୟ ମହିଳା ଦିବସ । ଏହା ପୂର୍ବରୁ ସେବା ପ୍ରୟାସ ଫାଉଣ୍ଡେସନ ଆୟୋଜନ କରିଛି ମହିଳା କାର ରାଲି । ଚଳିତ ବର୍ଷ ଥିମ୍ ରହିଛି ଚୁଜ୍ ଚ୍ୟାଲେଞ୍ଜ୍ । ମହିଳା କାର ରାଲିଟି ୧୫ କିଲୋମିଟର ପର୍ଯ୍ୟନ୍ତ ହେବ । ଜନତା ମଇଦାନରୁ ବାହାରି କଳ୍ପନା ଛକରେ ଥିବା ଏକ ମଲ ନିକଟରେ ରାଲି ଶେଷ ହେବ ।

ମହିଳା କାର ରାଲିରେ ଯୋଗ ଦେବାକୁ ଆସିଥିବା ମହିଳା ମାନେ ନିଜ ନିଜ କାରକୁ ଫୁଲରେ ସଜେଇ ଆଣିଛନ୍ତି । ଏହି ଇଭେଣ୍ଟରେ ୭ଟି ଭିନ୍ନ ବର୍ଗର ସଫଳତା ପାଇଥିବା ମହିଳାଙ୍କୁ କଳିଙ୍ଗ ବିରଙ୍ଗନା ସମ୍ମାନରେ ସମ୍ମାନିତ କରାଯିବ । ରାଲି ପାଇଁ ପଞ୍ଜୀକୃତ ଟଙ୍କାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ନୟାଗଡ ଜିଲ୍ଲାରେ ଅନଲାଇନ ଅଧ୍ୟୟନ କରିବା ପାଇଁ ମୋବାଇଲ କିମ୍ବା ଲାପଟପ ସୁବିଧା ନଥିବା ୨ଟି ଗାଁରେ ସୁବିଧା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

୧୮୧୨ ମସିହାର ଜଗନ୍ନାଥ ମନ୍ଦିର ପୁନରୁଦ୍ଧାର

ଝାଡଖଣ୍ଡ: ଝାଡଖଣ୍ଡ କେରାରେ ଥିବା ଜଗନ୍ନାଥ ମନ୍ଦିରର ହେଲା ପୁନରୁଦ୍ଧାର । ଲଣ୍ଡନରେ ରହୁଥିବା ପ୍ରବରସୀ ଓଡ଼ିଆ ହିମାଂଶୁ ମହାପାତ୍ରଙ୍କ ଦ୍ୱାରା ମନ୍ଦିରର ପୁନରୁଦ୍ଧାର ହୋଇଛି । ରାଉରକେଲା ଠାରୁ ଶହେ କିଲୋମିଟର ଦୂରରେ ଥିବା ଏହି ଜଗନ୍ନାଥ ମନ୍ଦିର ୧୮୧୨ ମସିହାରେ କେରାର ରାଜା ଲକ୍ଷ୍ମୀ ନାରାୟଣ ସିଂହଦେଓଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । କିନ୍ତୁ ସେଠାରେ ରୋଷଘର, ଗରୁଡ ସ୍ତମ୍ଭ, ତୁଳସୀ ଚଊରା ଆଦି ନଥିଲା ।

ହିଂମାଶୁଙ୍କ ଦ୍ୱାରା ଏସବୁର ନିର୍ମାଣ କରାଯାଇଥିବା ବେଳେ ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ କେରା ମନ୍ଦିରର ନୀତିକାନ୍ତି ଚାଲିବା ପାଇଁ ବ୍ୟବସ୍ଥା କରାଯାଇଥିବା ହିଂମାଶୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ସେ ନିଜେ ଚେଷ୍ଟା ଜାରି ରଖିବା ସହ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।

ଦିନରେ ଜାଳୁଛି, ଭୋରରୁ ଘୋଡ଼େଇ ରଖୁଛି

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ । ୫୦ ମିଟର ଦୂର ବି ଦେଖାଯାଉନି । ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରକୁ ଏମିତି ଘୋଡ଼େଇ ରଖିଛି ଘନ କୁହୁଡ଼ି । ଦିନ ବେଳା ତତଲା କଡ଼େଇରେ ଭୁବନେଶ୍ୱର ଭାଜି ହେଉଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି । ଫଳରେ ରାସ୍ତା ଠିକରେ ଦେଖା ଯାଉନାହିଁ । ଗାଡ଼ି ମୋଟର ସବୁ ଲାଇଟ୍ ଦେଇ ଯିବା ଆସିବା କରୁଛନ୍ତି ।

Very Intense Fog In Bhubaneswar

ଗତକାଲି ଶନିବାର ରାଜଧାନୀ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୪୦.୪ ଡିଗ୍ରୀ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ତାପମାତ୍ରାରେ ଆଗାମୀ ୪ରୁ ୫ ଦିନ ଯାଏ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ । ଦିନବେଳର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।

ଏଥିସହ ପଢ଼ନ୍ତୁ- ଦେଶର ସବୁଠୁ ତତଲା ସହର ଭୁବନେଶ୍ୱର

‘ଆର୍ଯ୍ୟା ସମ୍ମାନ’ ଉତ୍ସବ; ଭାଷା ଓ ସାହିତ୍ୟ ପାଇଁ ଗାୟତ୍ରୀବାଳା ପଣ୍ଡା ପୁରସ୍କୃତ

ଭୁବନେଶ୍ବର: କଳା ସଂସ୍କୃତିକୁ ସୁଦୂର ପ୍ରସାରୀ କରିବା ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ‘ଆର୍ଯ୍ୟା ସମ୍ମାନ’ ଉତ୍ସବର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନୀୟ ଅତିଥି ଭାବେ କଥକ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ ଯୋଗଦେଇଥିଲେ । ସେହିପରି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ଉପସଭାପତି ପ୍ରସନ୍ନ ପାଟଶାଣୀ, ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା ଗାୟତ୍ରୀବାଳା ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ଆଜୀବନ ସଫଳତା ପୁରସ୍କାର ,କଳା ଓ ସଂସ୍କୃତି କ୍ଷେତ୍ରରେ ବିଜୟା ଆମୁଜୁରେ, ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳି ରାଉତ ଓ ବିଜେତା ରଣାଙ୍କୁ ସମ୍ମାନିତ କରାଯାଇଛି । ଉଦ୍ୟୋଗତା କ୍ଷେତ୍ରରେ ତନୟା ପଟ୍ଟନାୟକ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଡା ସୁଚେତା ପ୍ରିୟ ବାଦିନୀଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ସଙ୍ଗୀତ କ୍ଷେତ୍ରରେ ଲୋପିତା ମିଶ୍ର, ନାଜିଆ ଆଲାମ ଏବଂ ସ୍ୱତନ୍ତ୍ର ଆବୃତି କ୍ଷେତ୍ରରେ ଭାଗ୍ୟଶ୍ରୀ ସାହୁ ଏବଂ ଅମିତା ସିଂ ଙ୍କୁ ଆର୍ଯ୍ୟା ସମ୍ମାନରେ ସମ୍ମାନିତ କରାଯାଇଛି । ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟଶାଣୀ ସଭା ପରିଚାଳନା କରିଥିଲେ ।

ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମଜି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଘର ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମଜି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଛି । ଗତକାଲି ଅର୍ଥାତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃ୍ତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା । ତଦନ୍ତ ଚାଲୁ ରହିଥିଲା । ଆଜି ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୋଲି୍ସ । ଗତକାଲି ଏମଜି ନିଜ ବାସଭନର ଛାତ ଉପରେ ବୁଲୁଥିବାବେଳେ ରାତି ୯ ଟାରେ ଖସି ପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଫଳରେ ଦେଶର ସବୁଠାରୁ ବୃହତ ସୁନା ଋଣ କମ୍ପାନୀର ମୁଖ୍ୟଙ୍କ ୭୧ ବର୍ଷ ବୟସରେ ମୃତ୍ୟୁ ଘଟିଛି ।

ପୋଲିସର କହିବା ମୁତାବକ, ଏହି ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚତୁର୍ଥ ମହଲା ଛାତରୁ ପଡି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଜାର୍ଜ ମୁଥ୍ୟୁଟ ପୂର୍ବରୁ ରୋଗରେ ପୀଡିତ ରହିଥିଲେ । ଏବଂ ଶୁକ୍ରବାର ରାତି ୯ ଟାରେ ଛାତ ଉପରେ ବୁଲୁଥିବା ସୂଚନା ଦେଇଛି ପୋଲିସ । ଜାର୍ଜ ମୁଥ୍ୟୁଟଙ୍କ କମ୍ପାନୀ ମୁଥ୍ୟୁଟ ଫାଇନାନ୍ସ ଦେଶର ସର୍ବ ବୃହତ ସୁନା ଋଣ ପ୍ରଦାନକାରୀ କମ୍ପାନୀ ।

ଦେଶର ସବୁଠୁ ତତଲା ସହର ଭୁବନେଶ୍ୱର

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ବଢ଼ୁଛି ଖରା, ବଢ଼ୁଛି ପାରା । ଶନିବାର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା । ମାର୍ଚ୍ଚରୁ ମେ ମାସ ଯାଏ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । ତାହା ସତ ହୋଇଛି ।

ଗତ ଫେବ୍ରୁଆରୀ ୨୭ ତାରିଖରେ ମଧ୍ୟ ଭୁବନେଶ୍ୱରରେ ପାରଦ ୪୦ ଟପିଥିଲା । ୪୦.୬ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଥିଲା ଦେଶର ଉତ୍ତପ୍ତ ସହର । ୨୦୧୭ରୁ ୨୦୨୧ ଗତ ୫ ବର୍ଷର ତାତି ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର । ଖାଲି ଭୁବନେଶ୍ୱର କାହିଁକି ଫେବ୍ରୁଆରୀ ମାସରେ ଦେଶର ଅନ୍ୟ ସହରକୁ ତାତିରେ ପଛରେ ପକାଇ ଥିଲା ବାରିପଦା ।

ସେହିଭଳି ଫେବ୍ରୁଆରୀ ୨୮ ତାରିଖରେ ଗତ ୧୦ ବର୍ଷର ତତଲା ରେକର୍ଡ ଭାଙ୍ଗିଥିଲା ଅନୁଗୁଳ । ୨୦୧୧ରୁ ୨୦୨୦ ଗତ ୧୦ ବର୍ଷର ଉତ୍ତପ୍ତ ରେକର୍ଡ ଭାଙ୍ଗି ଅନୁଗୁଳ ୪୦.୧ ଡିଗ୍ରୀ ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା । ଅନୁଗୁଳର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୨୫ ଫେବ୍ରୁଆରୀ ୨୦୦୬ରେ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳ, ବାରିପଦା, ଭୁବନେଶ୍ୱର ଭଳି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ବିଶେଷକରି ରାଜଧାନୀର ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

Bhubaneswar tops In day's highest Maximum temperature over India

ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ହାରାହାରି ସର୍ବୋଚ୍ଚ ତାପମାତ୍ରା ୩୨.୯ ଡିଗ୍ରୀ ରହୁଥିବା ବେଳେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୨.୪ ଡିଗ୍ରୀ ରୁହେ । ମେ ମାସ ଭୁବନେଶ୍ୱର ପାଇଁ ସର୍ବାଧିକ ଉତ୍ତପ୍ତ ହେଉଥିବା ବେଳେ ସର୍ବାଧିକ ଥଣ୍ଡା ହେଉଛି ଡିସେମ୍ବର । କିନ୍ତୁ, ଚଳିତବର୍ଷ ଭୁବନେଶ୍ୱରର ବଢ଼ୁଥିବା ତାତି ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି । ୧୯୭୨ ମେ ୨୨ରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ଉପର ମୁହାଁ ପାରଦ, ୪୦.୧ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ଅନୁଗୁଳ