spot_img
Home Blog Page 5914

ବାଲ୍ୟ ବିବାହ ରୋକିବାରେ ରୁଗୁଡ଼ିପାଲି ଉଦାହରଣ, ମଙ୍ଗ ଧରିଛନ୍ତି ଅଙ୍ଗନୱାଡ଼ି କର୍ମୀ

ସୁବର୍ଣ୍ଣପୁର: ବାଲ୍ୟବିବାହ, ସମାଜରେ ପ୍ରଚଳିତ କୁପ୍ରଥାର ଅନ୍ୟ ଏକ ସ୍ୱରୂପ । ଏହି କୁପ୍ରଥା ରୋକିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ୨୦୩୦ ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଅଭିଯାନର ଶୁଭାରମ୍ଭ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରୁଗୁଡିପାଲି ଗାଁରୁ । ରୁଗୁଡିପାଲି ପାଲଟିଛି ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ । ଅଙ୍ଗନୱାଡି କର୍ମୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ୨୦୧୯ରେ ବାଲ୍ୟବିବାହ ରୋକିବା ଦିଗରେ ଏକ ମାଇଲଖୁଣ୍ଟ ହେଉଛି ରୁଗୁଡିପାଲି । ଏହି ସଫଳ ଅଭିଯାନର ଅଗ୍ରଣୀ ସାରଥୀ ଥିଲେ ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ରଣା ।

Anganwadi Worker Work For Anti Child Marriage In Odisha

ବାରମ୍ବାର ବାଲ୍ୟବିବାହର କୁପରିଣତି ଦେଖିବା ପରେ ମଧ୍ୟ ସମାଜରୁ ଏହି ବ୍ୟାଧି ସମ୍ପୂର୍ଣ୍ଣ ଦୂରୀଭୂତ ହୋଇପାରି ନାହିଁ । ଏ ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରୁଗୁଡିପାଲି ଗାଁ ସୃଷ୍ଟି କରିଛି ଏକ ଉଦାହରଣ । ୨୦୧୯ ସୁଦ୍ଧା ରୁଗୁଡିପାଲି ଗାଁରେ ସବୁ ବାଲ୍ୟ ବିବାହକୁ ରୋକା ଯାଇ ପାରିଛି । ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା କରାଯାଇ । ଏହି ଅଭିଯାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ରଣା । ପ୍ରତି ମାସରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିଥିଲେ ସେ । ବାଲ୍ୟ ବିବାହର କୁପରିଣତି ଏବଂ ଏହାକୁ ନେଇ ରହିଥିବା ଆଇନଗତ ଦିଗ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ବୁଝାଇଥିଲେ ।

Anganwadi Worker Work For Anti Child Marriage In Odisha

ଓଡ଼ିଶାରେ ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ ରୁଗୁଡିପାଲିରେ ୨୦୧୯ ପରଠୁ ଆଉ ଗୋଟିଏ ବି ହେଲେ ବାଲ୍ୟ ବିବାହ ହୋଇନାହିଁ । ଲୋକେ ଯେମିତି ଚିରଦିନ ଏହି କୁପ୍ରଥାଠାରୁ ଦୂରେଇ ଯିବେ ସେ ନେଇ ଜିଲ୍ଲା ପ୍ରଶାସନ ସହିତ ମିଶି ଗୀତାଞ୍ଜଳି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗାଁରେ ଘର ଘର ବୁଲିବା ସହ, ସଭା ସମିତି, ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଆଗକୁ ବି ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଗୀତାଞ୍ଜଳି ।

କାରରେ ଏବେ ୨ଟି ଏୟାରବ୍ୟାଗ୍ ରହିବା ଜରୁରୀ, ବଢିବ ଯାତ୍ରୀଙ୍କ ସୁରକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧ ତାରିଖରୁ ସମସ୍ତ ଯାତ୍ରୀବାହୀ କାରରେ ଫ୍ରଣ୍ଟ ପାସେଞ୍ଜର ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଗାଡ଼ି ଚାଳକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଉଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୁଣା କାରରେ ଏୟାରବ୍ୟାଗ ଫିଟ୍ କରିବା ପାଇଁ ସରକାର ୨୦୨୧ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପାନୀମାନଙ୍କୁ ସମୟ ଦେଇଛନ୍ତି।

ସୂଚନା ଅନୁଯାୟୀ, କାରରେ ଡୁଆଲ୍ ଏୟାରବ୍ୟାଗ ଲଗାଇବା ଫଳରେ ଏହାର ମୂଲ୍ୟ ୪୦୦୦-୭୦୦୦ ଟଙ୍କା ଯାଏଁ ବୃଦ୍ଧି ହୋଇପାରେ। ତେବେ ଭାରତରେ ଏପର୍ଯ୍ୟନ୍ତ କାର ଗୁଡିକରେ ଯାତ୍ରୀଙ୍କ ପାଇଁ ଫ୍ରଣ୍ଟ ପାସେଞ୍ଜର ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇ ନାହିଁ। କାର ଗୁଡିକରେ କେବଳ ଡ୍ରାଇଭର ସିଟ୍ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ ଥିଲା । ଯେଉଁଥିପାଇଁ ଅନେକ ଲକଜରୀ କାର ମଡେଲରେ କେବଳ ଡ୍ରାଇଭର ସାଇଡ ଏୟାରବ୍ୟାଗ ଯୋଗାଇ ଦିଆଯାଏ ।

କେବଳ ଗୋଟିଏ ଏୟାରବ୍ୟାଗ ରହିବା ଯୋଗୁଁ ଦୁର୍ଘଟଣା ସମୟରେ ଡ୍ରାଇଭର ସହିତ ବସିଥିବା ଫ୍ରଣ୍ଟ ପାସେଞ୍ଜରଙ୍କୁ ସୁରକ୍ଷା ମିଳିପାରିନଥାଏ । ଏଭଳି ପରିସ୍ଥିତିରେ ଦୁର୍ଘଟଣାରେ ସମ୍ପୃକ୍ତ ଯାତ୍ରୀ ଗୁରୁତର ଆହତ କିମ୍ବା ମୃତ୍ୟୁ ବରଣ କରିଥାନ୍ତି ।

ଜୁଲାଇ ୨୦୧୯ରୁ କାରରେ ଡ୍ରାଇଭର ସାଇଡ୍ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନୂତନ ନିୟମ ଅନୁସାରେ ଫ୍ରଣ୍ଟ ପାସେଞ୍ଜର ସିଟରେ ମଧ୍ୟ ଏୟାରବ୍ୟାଗକୁ ବାଧ୍ୟତାମୂଳକ ହେବ।

ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । ଶନିବାର ଏସଟିଏଫ୍ ଟିମ୍ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଇବ୍ ନଦୀପଠାରେ ରେଡ୍ କରିଥିଲା । ରେଡ୍ ବେଳେ ଏସଟିଏଫ୍ ୬ ଜଣଙ୍କୁ ଗିରଫ କରିଛି ।

STF Raid On The River Bed Of IB 6 Sand Mafia Arrested

ଅବୈଧ ଭାବେ ବାଲି ଲୋଡ୍ କରୁଥିବା ଗୋଟିଏ ପ୍ରୋକଲିନ୍ ମେସିନ୍ ଏବଂ ବାଲି ଭର୍ତ୍ତି ୪ଟି ହାଇୱାକୁ ଜବତ କରିଛି ଏସଟିଏଫ୍ । ଇବ୍ ନଦୀପଠାରୁ ବାଲି ଉଠାଣ ନେଇ କୌଣସି କାଗଜପତ୍ର ଗିରଫ ବ୍ୟକ୍ତି ଦେଖାଇ ପାରିନାହାଁନ୍ତି । ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଏଭଳି ଭାବେ ଇବ୍ ନଦୀପଠାରୁ ଅବୈଧ ଭାବେ ବାଲି ଉଠାଇ ଚାଲାଣ କରୁଥିଲେ । ଅଭିଯୁକ୍ତଙ୍କ ବିରୋଧରେ ସୁନ୍ଦରଗଡ଼ ସଦର ଥାନାରେ ଏସଟିଏଫ୍ ୬୬/୨୦୨୧ରେ ମାମଲା ରୁଜୁ କରିବା ସହ ୩୭୯/୪୧୧/୪୧୩/୧୨୦(ବି) ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି ।

ଏଥିସହ ପଢ଼ନ୍ତୁ- ବାଲି ମାଫିଆଙ୍କ ଉପରେ STFର ରେଡ୍, ୯ ଗିରଫ

ଗତ ୪ ତାରିଖରେ ଏସଟିଏଫ୍ ଭଷ୍ମା ଥାନା ଅନ୍ତର୍ଗତ ଇବ୍ ନଦୀପଠାରେ ଚଢ଼ାଉ କରିଥିଲା । ମାମଲାରେ ଏସଟିଏଫ୍ ୯ ଜଣଙ୍କୁ ଗିରଫ କରିବା ସହ ୬ଟି ବାଲି ଭର୍ତ୍ତି ହାଇୱା, ୨ଟି ପ୍ରୋକଲିନ୍ ମେସିନ୍ ଜବତ କରିଥିଲା ।

ବିଜେପିରେ ମିଶିଲେ ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଦିନେଶ ତ୍ରିବେଦୀ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଟିଏମସି ଛାଡି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦିନେଶ । ବିଜେପିରେ ନେତା ମାନେ ଯୋଗ ଦେବା ଦଳକୁ ଶକ୍ତିଶାଳୀ କରୁଛି ବୋଲି ଦଳୀୟ କର୍ମୀ ପ୍ରକାଶ କରିଛନ୍ତି ।

ଅପରପକ୍ଷେ ନିର୍ବାଚନ ସମୟରେ ଦିନେଶଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ବିଜେପି କହିଛି । ଏଭଳିକି ଦିନେଶ ତ୍ରିବେଦୀଙ୍କୁ  ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସଂସଦ ଅଧିବେଶନ ଚାଲିଥିବାବେଳେ ରାଜ୍ୟସଭାରେ ଟିଏମସ ଛାଡିବା ନେଇ ଘୋଷଣା କରିଥିଲେ ଦିନେଶ ତ୍ରିବେଦୀ । ଟିଏମସିରେ ଗୁଣ୍ଡାରାଜ ବଢୁଥିବାବେଳେ ଏକଛତ୍ରବାଦ ବଢିବାରେ ଲାଗିଛି । ଏଣୁ ମୁଁ ଟିଏମସି ଛାଡୁଛି ବୋଲି କହିଥିଲେ ଦିନେଶ।

ଉଲ୍ଲେଖଯୋଗ୍ୟ, ସେ ସମୟରେ ଦିନେଶ କହିଥିଲେ ଯେ ‘‘ଏବେ ମୋତେ ଅନୁଭବ ହେଉଛି କି ଆଉ ସୀମିତ ରହିବାର ସମୟ ନାହିଁ । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ । ତେଣୁ ମୁଁ ଟିଏମସି ଦଳକୁ ପରିତ୍ୟାଗ କରି ଦେଶର ଏବଂ ରାଜ୍ୟର ବିକଶ ପାଇଁ କାର୍ଯ୍ୟ କରିବି’’। ଗୃହରେ ସଂସଦ ଅଧିବେଶନ ଚାଲିଥିବାବେଳେ  ଅନ୍ୟପଟେ ଇସ୍ତଫା ଦେବା ନେଇ ସ୍ପଷ୍ଟ କରିଥିଲେ ଦିନେଶ। ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର୍ ଧରିଥିଲା।

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ବାଲିଗୁଡ଼ା: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ସଫଳତା ମିଳିଛି । ବାଲିଗୁଡ଼ା ପୋଲିସ ୨ ଜଣ ନକଲି ପୋଲିସକୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର୍ ହୋଇ ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ବାଲିଗୁଡ଼ା ପୋଲିସ ପାଟ୍ରୋଲିଂ ବେଳେ ଖଡ଼ଗନଦୀ ପୋଲ ନିକଟରୁ ୨ ଜଣ ନକଲି ପୋଲିସକୁ ଗିରଫ କରିଛି ।

Baliguda Police Arrested Two Fake Cops During Night Patrolling

ପ୍ରାୟ ୫ ଜଣ ପୋଲିସ ବେଶରେ ଥାଇ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିଲେ । ପୋଲିସ ଡକାୟତି ଉଦ୍ୟମ ମଣ୍ଡ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍ ସମେତ ଲୁହା ରଡ୍, ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଖେଳଣା ପିସ୍ତଲ୍ ଓ ୭ଟି ପୋଲିସ୍ ଟୋପି ଜବତ କରାଯାଇଛି । ଗିରଫ ଗିରଫ ଦୁଇଜଣ କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଲଟେରୀ ବଦଳାଇଦେଲା ଶ୍ରମିକଙ୍କ ଭାଗ୍ୟ, ପାଇଲେ ୮୦ ଲକ୍ଷ ଟଙ୍କା

ଥିରୁବନ୍ତପୁରମ୍: ମାତ୍ର ୪୦ ଟଙ୍କାର ଲଟେରୀ ଜଣେ ଶ୍ରମିକଙ୍କ ଭାଗ୍ୟ ବଦଳାଇ ଦେଇଛି । ଏଭଳି ଘଟଣା ଘଟିଛି କେରଳରେ । କେରଳ ସରକାରଙ୍କ ପକ୍ଷରୁ ବାହାର କରାଯାଉଥିବା ସାପ୍ତାହିକ କାରୁଣ୍ୟ ପ୍ଲସ୍ ଲଟେରୀରେ ପଶ୍ଚିମବଙ୍ଗର ଶ୍ରମିକ ପ୍ରତିଭା ମଣ୍ଡଳ ୮୦ ଲକ୍ଷ ଟଙ୍କାର ଜିତିଛନ୍ତି ।

ପ୍ରତିଭା ଜଣେ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ସେ ଥିରୁବନ୍ତପୁରମରେ କନଷ୍ଟ୍ରକସନ୍ କାମ କରୁଥିଲା । ନିକଟରେ ସେ ୪୦ ଟଙ୍କାର ଲଟେରୀ ଟିକେଟ୍ କାଟି ଥିବା ବେଳେ ସୗେଭାଗ୍ୟବଶତଃ ୮୦ ଲକ୍ଷ ଟଙ୍କା ଲଟେରୀ ଜିତିଥିଲେ । ଅଚାନକ ଏତେ ଟଙ୍କା ପାଇ ସେ ଖୁସି ହେଉଥିବା ବେଳେ ଏତେ ଟଙ୍କାକୁ କେଉଁଠି ରଖିବେ ସେନେଇ ଚିନ୍ତାରେ ପଡିଛନ୍ତି । କାରଣ ତାଙ୍କର କୗେଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ।

ଏଭଳି ଚିନ୍ତା କରି କରି ପ୍ରତିଭା ପୁଜାପୁରା ଥାନା ଯାଇ ପୋଲିସକୁ ନିଜ ସୁରକ୍ଷା ମାଗିଛନ୍ତି । ଯାହା ପରେ ପୋଲିସ ପୁଜାପୁରା କେନରା ବ୍ୟାଙ୍କ ଅଧିକାରୀଙ୍କୁ ଥାନାକୁ ଡାକି ପ୍ରତିଭାଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥିଲେ । ଏଥିସହିତ ତାଙ୍କର ସମସ୍ତ ଲଟେରୀ ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରାଇଥିଲେ ।

ସୂଚନା ଅନୁସାରେ କାରୁଣ୍ୟ ପ୍ଲସ୍ ଲଟେରୀରେ ପ୍ରଥମ ବିଜେତାଙ୍କୁ  ୮୦ ଲକ୍ଷ ମିଳୁଥିବା ବେଳେ ୨ୟ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥାଏ । ଏହା ପରେ ୮ ହଜାର ଟଙ୍କା କନସୋଲେସନ୍ ପ୍ରାଇଜ ମଧ୍ୟ ଦିଆଯାଇଥାଏ ।

ଚତୁର୍ଥ ଟେଷ୍ଟରେ ଭାରତ ବିଜୟୀ, ଅହମ୍ମଦାବାଦରେ ଉଠି ପାରିଲାନି ଇଂଲଣ୍ଡ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ଦମଦାର ବିଜୟ ହାସଲ କରିଛି ଭାରତ । ୨୫ ରନରେ ଇନିଂସ ପରାଜୟ ହୋଇଛି ଭ୍ରମଣକାରୀ ଇଂଲଣ୍ଡ ଟିମ । ମ୍ୟାଚରେ ଭଲ ବୋଲିଂ କରୁଥିବା ଅକ୍ଷର ପଟେଲ୍ ଓ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ଓ୍ବିକେଟ୍ ମିଳିଛି । ଯାହା ଘରୋଇ ଧଲ ଭାରତକୁ ବିଜୟ ଲକ୍ଷରେ ପହଁଚାଇବାକୁ ବଡ଼ ସାହାଯ୍ୟ କରିଛି । ଆଜିଦର ବିଜୟ ସହ ଭାରତ ୨-୧ରେ ସିରିଜ୍କୁ ସିଲ୍ କରିଛି ।

ସେପଟେ ଇଂଲଣ୍ଡ ଟିମର ଲାଓରେନ୍ସ ସର୍ବାଧିକ ୫୦ ରନ୍ କରିଥିବାବେଳେ ଅଧିନାୟକ ଜୋ ରୁଟ୍ ୩୦ ରନ୍ କରିଥିଲେ । ଜ୍ୟାକ୍ କ୍ରଲି ୫ ରନ୍ କରି ଆଉଟ ହୋଇଥିବାବେଳେ ଜନି ବେୟାରଷ୍ଟୋ ସ୍ବଳ୍ପ ରନରେ ପାଭିଲିଅନକୁ ଫେରିଥିଲେ । ସେହିଭଳି ଡୋମିନିକ୍ ସିବଲେ ମାତ୍ର ୩ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ । ଏହା ବ୍ୟତୀତ ଅନ୍ୟ ବ୍ୟାଟସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରିନଥିଲେ ।

ଶେଷ ମ୍ୟାଚରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଏବଂ ପ୍ରଥମ ଇଂନିସରେ ୩୬୫ ସଂଗ୍ରହ କରିବାରେ ସାମର୍ଥ୍ଯ ହୋଇଥିଲା ବିରାଟ ବାହିନୀ । ଇଂଲଣ୍ଡ ଏହାର ପିଛା ଦ୍ବିତୀୟ ଇନିଂସରେ ୧୩୫ ରନ୍ କରି ସମସ୍ତ ଓ୍ବିକେଟ୍ ହରାଇଥିଲା । ଫଳରେ ଅହମ୍ମଦାବାଦ ଖେଳାଯାଉଥିବା ଟେଷ୍ଟ ମ୍ୟାଟକୁ ୩-୧ରେ ହାସଲ କରିବା ସହ ମ୍ୟାଚ କବ୍ଜା କରିବାରେ ସାମର୍ଥ୍ୟ ହୋଇଛି ।

କଲେଜରେ ପଶି ଛାତ୍ରଙ୍କୁ ସଂଘବଦ୍ଧ ଭାବେ ଛୁରାମାଡ଼ କଲେ ଅଣଛାତ୍ର

ନୂଆପଡ଼ା: ଖଡ଼ିଆଳ ମଡେଲ ଡିଗ୍ରୀ କଲେଜରେ ଛୁରାମାଡ଼ ହୋଇଛି । କିଛି ଅଣଛାତ୍ର କଲେଜ ଭିତରେ ପଶି +୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛୁରାମାଡ଼ କରିଛନ୍ତି । ଏନେଇ ଛାତ୍ର କଲେଜ କର୍ତ୍ତୃପକ୍ଷ ଓ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ କରୁଛି ।

Khariar Model Degree College Student Attacked By Knife Nuapada

ଶନିବାର କଲେଜରେ +୩ ଦ୍ୱିତୀୟ ବର୍ଷ ଫର୍ମ ଫିଲଅପ୍ ଚାଲିଥିଲା । ସେହି ସମୟରେ ପ୍ରାୟ ୫ ଜଣ ଅଣଛାତ୍ର କଲେଜ ପରିସରକୁ ଆସିଥିଲେ । ଅଣଛାତ୍ରଙ୍କ ସହ ଯୁକ୍ତ ତିନି ତୃତୀୟ ବର୍ଷ ନରେଶ ଧକ୍କା ହୋଇ ଯାଇଥିଲେ । ନରେଶ ଏଥିପାଇଁ କ୍ଷମା ମଗିଥିବା ବେଳେ ଅଣଛାତ୍ର ନରେଶଙ୍କୁ ଘେରି ଯାଇ ମାଡ଼ ମାରିଥିଲେ । ଏପରିକି ଛୁରାରେ ଆକ୍ରମଣ କରିଥିଲେ ।

Khariar Model Degree College Student Attacked By Knife Nuapada

ଆହତ ନରେଶଙ୍କୁ ଅନ୍ୟ ଛାତ୍ର ଓ କଲେଜ କର୍ତ୍ତୃପକ୍ଷ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଛନ୍ତି । ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ କରାଯାଉଥିବା କଲେଜ ଅଧ୍ୟକ୍ଷ ମଧୁସୂଦନ ସାହୁ କହିଛନ୍ତି । ପୋଲିସ ସିସିଟିଭି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି ।

ସୁଶାନ୍ତ ଡ୍ରଗ୍ସ ମାମଲା: ଚାର୍ଜସିଟ୍ ଦାଖଲ ପରେ ଏଭଳି କହିଲେ ରିୟାଙ୍କ ଓକିଲ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଓ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଯାଞ୍ଚ ଜାରି ରଖିଛନ୍ତି । ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଶୁକ୍ରବାର ଦିନ ଏନସିବି ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଚାର୍ଜସିଟ୍ ଦାଖଲ ପରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନସିନ୍ଦେ କହିଛନ୍ତି ଯେ ‘‘ରିୟାଙ୍କୁ ଫସାଇବା ପାଇଁ ଏନସିବି ସବୁ ପ୍ରକାରର ପ୍ରୟାସ କରୁଛି । ୩୩ ଅଭିଯୁକ୍ତଙ୍କ ଠାରୁ ଯେତିକି ନିଶା ଦ୍ରବ୍ୟ ମିଳିଛି ତାହା ମୁମ୍ବାଇ ପୋଲିସ ଅଫିସର ବା ନାରକୋଟିକ୍ସ ସେଲ୍ ଅବା ଏୟାରପୋର୍ଟ କଷ୍ଟମ୍ କିମ୍ବା ଅନ୍ୟ କୗେଣସି ଏଜେନ୍ସି ଦ୍ୱାରା ଜବତ ହେଉଥିବା ନିଶା ଦ୍ରବ୍ୟ ସାମନାରେ କିଛିବି ନୁହେଁ’’ ।

ବଲିଉଡର ଯେତେବି ଜଣାଶୁଣା ଚେହେରା ସମସ୍ତଙ୍କୁ ଡ୍ରଗ୍ସ ଲିଙ୍କରେ ପଚରାଉଚରା କରୁଛି ।  ଯାହାଙ୍କ ବିରୋଧରେ ପ୍ରମାଣ ମିଳିବା କଷ୍ଟକର ବ୍ୟାପାର । ମୁଁ ଭାବୁଛି ଏମିତି କାହିଁକି କରାଯାଉଛି ? ହୁଏତ ଅଭିଯୋଗ ଗୁଡିକ ମିଛ ନଚେତ୍ ଭଗବାନ ଜାଣିଥିବେ ସତ କ’ଣ ।

 

ଉଲ୍ଲେଖଯୋଗ୍ୟ, ଗତକାଲି ଏନସିବି ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍‌ ଦାଖଲ ହୋଇଛି।

ଚାର୍ଜସିଟରେ ଅଭିଯୁକ୍ତ ଭାବେ ରିୟାର ନାମ ସାମିଲ୍

ଏନସିବିର ଚାର୍ଜସିଟରେ ରିୟା ଚକ୍ରବର୍ତ୍ତୀ ସମେତ୍ ମୋଟ୍ ୩୩ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏଥିରେ ରିୟା, ସୗେବିକ୍, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଓ କ୍ଷିତିଜ ପ୍ରସାଦଙ୍କ ନାମ ରହିଛି । ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।

ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା । NCB ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ NCB ଗିରଫ କରିଥିଲା । କେତେଜଣଙ୍କଠାରୁ ଡ୍ରଗ୍ସ ଜବତ କରାଯିବା ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଫରେନ୍‌ସିକ୍, ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି NCB।

 

 

ମୃତ ଟୁକୁନାଙ୍କ ସମ୍ପର୍କୀୟ ଭାଇଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ସିଆରପିରେ ଟୁକୁନା ହତ୍ୟା ପଛରେ ପୂର୍ବ ଶତ୍ରୁତା ଥିବା ପୋଲିସ କହିଛି । ହେଲେ, ମୃତ ଟୁକୁନା ଓରଫ ଜଟଙ୍କ ସମ୍ପର୍କୀୟ ଭାଇ ହତ୍ୟାକାଣ୍ଡ ପଛରେ ଅନ୍ୟ କାରଣ ଥିବା କହିଛନ୍ତି । ଟୁକୁନାଙ୍କୁ ଆକ୍ରମଣ କରି ମାରିଥିବା ସୁଧୀର ପୂର୍ବରୁ ଟୁକୁନାଙ୍କ ଭଉଣୀଙ୍କୁ ଭଲ ପାଉଥିଲେ । ଟୁକୁନାଙ୍କ ଭଉଣୀଙ୍କ ସହ ସୁଧୀରଙ୍କ ସମ୍ପର୍କ ଥିଲା । ଏପରିକି ସମ୍ପର୍କର କିଛି ଭିଡିଓ ସୁଧୀର ମୋବାଇଲରେ ସୁଟିଂ କରି ରଖିଥିଲେ ।

Death Tukuna's Relative Brother Reveals Video Theory On Murder

ଟୁକୁନାଙ୍କ ଭଉଣୀର ବାହାଘର ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସୁଧୀର ସମସ୍ତଙ୍କୁ ଦେଖାଉଥିଲେ । ଏହାକୁ ନେଇ ବିବାଦ ଲାଗି ରହିଥିଲା ବୋଲି ସମ୍ପର୍କୀୟ ଭାଇ ବୟାନ ଦେଇଛନ୍ତି । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଅଶ୍ଲୀଳ ଭିଡିଓ ଦିଗରେ ତଦନ୍ତ କରିବାକୁ ସମ୍ପର୍କୀୟ ଭାଇ ଦାବି କରିଛନ୍ତି ।

Death Tukuna's Relative Brother Reveals Video Theory On Murder

ଏହାଛଡ଼ା ହତ୍ୟାକାଣ୍ଡରେ ସୁଧୀର ଓ ସାଗରଙ୍କ ସହ ଅନ୍ୟ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ଟୁକୁନାଙ୍କ ସମ୍ପର୍କୀୟ ଭାଇଙ୍କ ଅଭିଯୋଗ ଅନୁସାରେ ୫ ଜଣ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ଆହତ ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପରେ ଥାନକୁ ନେଇ ପଚରାଉଚରା ଜାରି ରଖିଛି ।

ଏଥସହ ପଢ଼ନ୍ତୁ- ଜଟ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ଆକ୍ରମଣ ଭିଡିଓର ହେବ ଯାଞ୍ଚ: ଡିସିପି