ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ଭାରତୀୟ ଝିଅ ଆକାଂକ୍ଷା ଅରୋରା

1 min read

ଓ୍ୱାଶିଂଟନ:   ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ଭାରତୀୟ ଝିଅ ଆକାଂକ୍ଷା ଅରୋରା । ଆକାଂକ୍ଷା ଅରୋରା ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ସାମିଲ ହୋଇଛନ୍ତି । ସେ ମିଳିତ ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁତେରସଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ସାରିଲେଣି । ୩୪ ବର୍ଷୀୟ ଆକାଂକ୍ଷା ଯୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମର ବା UNDPର ଅଡିଟ୍ କୋର୍ଡିନେଟର ।

୬ ବର୍ଷର ହୋଇଥିବା ବେଳେ ଆକାଂକ୍ଷାଙ୍କ ପରିବାର ହରିୟାଣା ଛାଡ଼ି ସାଉଦି ଆରବ ଚାଲି ଯାଇଥିଲେ । ଆକାଂକ୍ଷା କାନାଡ଼ାର ଟୋରେଣ୍ଟୋ ସ୍ଥିତ ୟୋର୍କ ୟୁନିଭର୍ସିଟିରୁ ସ୍ନାତକ । ପରେ ଆକାଂକ୍ଷା କୋଲମ୍ବିୟା ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଆକାଂକ୍ଷାଙ୍କ ନିକଟରେ ଭାରତର ଓଭରସିଜ୍ ସିଟିଜେନ୍ ଶିପ୍ କାର୍ଡ଼ ରହିଛି । ଅବଶ୍ୟ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକର ସମର୍ଥନ ମିଳିବ କି ନାହିଁ ତାହା କହିବା କଷ୍ଟସାଧ୍ୟ ।

ଆକାଂକ୍ଷା ୟୁଏନ ମହାସଚିବ ପଦ ପାଇଁ ସୋସିଅଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରି ସାରିଛନ୍ତି । ଟ୍ୱିଟରରେ ଏହାକୁ UNOW ନାମ ଦିଆଯାଇଛି । ଏହା ସହିତ ଆକାଂକ୍ଷା ନିଜ ପ୍ରତିଦ୍ୱନ୍ଦୀ ଗୁତରେସଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରି ସାରିଲେଣି । ଗୁତରେସ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାରେ ବିଫଳ ଥିବା ସେ କହିଛନ୍ତି ।

କିନ୍ତୁ ଅରୋରା ମହାସଚିବ ପଦ ପାଇଁ ମନା ବଳାଇବା ପଛରେ ରହିଛି ଏକ କ୍ଷୁଦ୍ର କାହାଣୀ ।

ହଠାତ୍ ଥରେ ରାସ୍ତାରେ ଦୁର୍ଘଟଣାରେ ଶୀକାର ହୋଇ ଆଇସିୟୁରେ ଜୀବନ ମୃତ୍ୟୁ ସହିତ ଲଢୁଥିବା ବେଳେ ଜୀବନରେ ବିରାଟ ବରିବର୍ତ୍ତନ ଆବଶ୍ୟକତା ଥିବା ଅନୁଭବ କରିଥିଲେ ଆକାଂକ୍ଷା । ମୃତ୍ୟୁ ସାମ୍ନାରେ ଜୀବନର ଅର୍ଥ କିଛି ନୁହେଁ ବୋଲି ସେ ବୁଝିଥିଲେ । ଆଉ ଏହା ହିଁ ତାଙ୍କୁ ବିଶ୍ୱବାସୀଙ୍କ ପାଇଁ କିଛି କରିବା ପାଇଁ ପ୍ରେରଣା ଯୋଗାଇଥିଲା । ଯାହାପରେ ସେ ନିଜକୁ ବଦଳାଇବା ଆରମ୍ଭ କଲେ ଏବଂ ୨୦୧୬ରେ ସେ ମିଳିତ ଜାତିସଂଘରେ ଯୋଗ ଦେଲେ । ଦୁଇ ବର୍ଷ ମଧ୍ୟରେ ସେ ବୁଝିବାକୁ ପାଇଲେଯେ, ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗଠନ ହୋଇଥିବା ସଂସ୍ଥା ଠିକ୍ ଭାବରେ କାର୍ଯ୍ୟ ତୁଲାଇବାରେ ବିଫଳ ରହିଛି । ଯାହାପରେ ଏଥିରେ ପରିବର୍ତ୍ତନର ଆଣିବା ପାଇଁ ସେ ଠାଣିନେଲେ ।

ଯଦି ଆକାଂକ୍ଷା ଆଗାମୀ ଭବିଷ୍ୟତରେ ମିଳିତ ଜାତିସଂଘର ମହାସଚିବ ହୁଅନ୍ତି ତେବେ, ସେ କେବଳ ସବୁଠାରୁ କମ୍ ବୟସ୍କ ମହାସଚିବ ନୁହଁନ୍ତି ବରଂ ଏହି ସଙ୍ଗଠନର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ହେବେ

Leave a Reply