RCB vs SRH IPL 2021: ଆରସିବିକୁ ଲଗାତାର ୨ଟି ବିଜୟ ଦେଇପାରିବେ କି କୋହଲି, ନା ୱାରନର୍ ମାରିବେ ବାଜି?

ଚେନ୍ନାଇ: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚ୍ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସମସ୍ତ ଦଳ ନିଜ ନିଜର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଥିବାବେଳେ, ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ କି ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି । ତେବେ ଆଜି ବିରାଟ ବାହିନୀ ତଥା ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ଓ ଡେଭିଡ୍ ୱାରନରଙ୍କ ଟିମ୍ ସନ ରାଇଜର୍ସ ହାଇଦ୍ରାବାଦ ଖେଳିବେ ନିଜର ଦ୍ୱିତାୟ ମ୍ୟାଚ୍ ।

ଆରସିବି ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ହାସଲ କରିଛି । ଅନ୍ୟପଟେ ହାଇଦ୍ରାବାଦକୁ କିନ୍ତୁ କୋଲକାତା ନାଇଟରାଇଡର୍ସ ପ୍ରଥମ ମ୍ୟାଚରେ ହରାଇ ଦେଇଛି। ତେବେ ଆରସିବି କ୍ୟାପ୍ଟେନ ବିରାଟ କୋହଲି ଆଜି ବି ନିଜର ବିଜୟ ଧାରା ବଜାୟ ରଖିବାର ଚ୍ୟାଲେଞ୍ଜ ନେଇ ମଇଦାନକୁ ଓହ୍ଲାଇବେ।

କ’ଣ କହୁଛି ରେକର୍ଡ଼: ଆଇପିଏଲ ରେକର୍ଡ଼ କଥା କହିଲେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨୦୧୩ ରୁ ୨୦୨୦ ଭିତରେ ୧୭ ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ ୧୦ଟି ମ୍ୟାଚ୍ ଏସଆରଏଚ୍ ଜିତିଥିବାବେଳେ ୭ଟି ମ୍ୟାଚି ଜିତିଛି ଆରସିବି । ତେବେ ଏହା ମଧ୍ୟରେ ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା। ଯାହାପରେ ସୁପର ଓଭର ହୋଇଥିଲା ଓ ଏହାକୁ ସନରାଇଜର୍ସ ହାଇଦ୍ରାବାଦ ଜିତିଥିଲା।

ଫେରିବେ ଆରସିବିର ଷ୍ଟାର ଖେଳାଳୀ ପାଡ଼ିକ୍କଲ: ଆରସିବିର ଓପନର ଦେବଦତେତ ପାଡ଼ିକ୍କଲ କରୋନା ସଂକ୍ରମିତ ଥିବାରୁ ଗତ ମ୍ୟାଚରେ ଖେଳି ପାରି ନଥିଲେ । ତେବେ ତାଙ୍କର ଆଇଶୋଲେଶନ ଅବଦ୍ଧି ଶେଷ ହୋଇଛି ଏବଂ ସେ ସୁସ୍ଥ ହୋଇସାରିଛନ୍ତି । ଏବଂ ସେ ଏହି ମ୍ୟାଚରେ ଖେଳିପାରନ୍ତି। ଯାହାକି ଆରସିବିକୁ ଆହୁରି ମଜଭୁତ କରିଦେବ। ଆଉ ଯଦି ବି ସେ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଓପନିଂ କରିବେ ।

ଜାମ୍ପାଙ୍କୁ ମିଳିପାରେ ସୁଯୋଗ: ଆଗାମୀ ମ୍ୟାଚରେ ଆରସିବି ମହମ୍ମଦ ଅଜହରୁଦ୍ଦିନ ଏବଂ ଅଷ୍ଟ୍ରେଲୀୟାନ୍ ଲେଗ ସ୍ପିନର ଆଡମ ଜାମ୍ପାଙ୍କୁ ଖେଳାଇପାରନ୍ତି। ଆରସିବି ପାଇଁ ବ୍ୟାଟିଂର ଦାୱିତ୍ୱ ଏବି ଡିଭିଲିୟର୍ସ ଏବଂ କୋହଲିଙ୍କ ଉପରେ ରହିବ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ତାଙ୍କ ମୂଲ୍ୟ ପ୍ରମାଣ କରିବାକୁ ଚାହିଁବେ।

ବେୟାରଷ୍ଟାଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି ୱାରନର: ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଦୁଇ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଏବଂ ୱାର୍ଣ୍ଣର କେକେଆର୍ ବିପକ୍ଷରେ ଫେଲ୍ ମାରିଲେ। ତେବେ ଏଥିର ସେମାନେ ନହିତା ଭାବେ ଭଲ କମବ୍ୟାକ୍ କରିବବାକୁ ଚେଷ୍ଚା କରିବେ । ତେବେ ଏଥର ୱାର୍ଣ୍ଣରଙ୍କ ସହ ଜନି ବେୟାରଷ୍ଟୋ ମଧ୍ୟ ଇନିଂସ ଆରମ୍ଭ କରିପାରନ୍ତି । ଗତ ମ୍ୟାଚରେ ବେୟାରଷ୍ଟୋ ପ୍ରଥମ ମ୍ୟାଚରେ ଅର୍ଦ୍ଧ ଶତକ ମାରିଥିଲେ। ହେଲେ ମନିଷ ପାଣ୍ଡେ ୪୪ ବଲରେ ୬୧ ରନ କରିଥିଲେ । ଅନ୍ୟପଟେ ପୂର୍ବ ସିଜିଗୁଡ଼ିକରେ ୱାରନର ଓ ବେୟାରଷ୍ଟାଙ୍କ ପାର୍ଟନରଶିପ ବହୁତ ଭଲ ପ୍ରଦର୍ଶନ କରିଛି। ଉଭୟଙ୍କ ପାର୍ଟନରଶିପରେ ବହୁତ ସେଞ୍ଚୁରୀ ବି ହୋଇଛି।

ତେବେ ଏହି ମ୍ୟାଚରେ କେନ୍ ୱିଲିୟମ୍ସନ୍ ଖେଳିବା ମଧ୍ୟ ସମ୍ଭବ ନୁହେଁ, କାରଣ କୋଚ୍ ଟ୍ରେଭର୍ ବେଲିସ୍ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆହୁରି ସମୟ ଦରକାର।

ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ସନ ରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପ୍ଟେନ), ମନୀଷ ପାଣ୍ଡେ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଅବଦୁଲ ସମଦ, ବିଜୟ ଶଙ୍କର, ମହମ୍ମଦ ନବୀ, ରସିଦ ଖାନ, ଭୁବନେଶ୍ୱର କୁମାର, ଟି ନଟରାଜନ୍, ସନ୍ଦୀପ ଶର୍ମା ।

ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର: ବିରାଟ କୋହଲି (କ୍ୟାପ୍ଟେନ), ଏବି ଡି ଭିଲିୟର୍ସ, ଦେବଦତ୍ତ ପାଡ଼ିକ୍କଲ, ଗ୍ଲେନ ମ୍ୟାକ୍ସୱେଲ୍, ଡାନିଏଲ ଖ୍ରୀଷ୍ଟିଆନ, ୱାଶିଂଟନ ସୁନ୍ଦର, କାଇଲ ଜାମିସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, ଶହବାଜ ଅହମ୍ମଦ।

Leave a Reply