କରୋନା ରୋଗୀଙ୍କୁ ଆଶ୍ୱସ୍ତି, କମିଲା Remdesivir ଦାମ୍

1 min read

ନୂଆଦିଲ୍ଲୀ: କୋଭିଡ଼ ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ କରୋନା ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । କରୋନା ଚିକିତ୍ସାରେ ବ୍ୟବହୃତ ରେମଡେସିଭିରର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି ।

ଦେଶରେ ରେମଡିସିଭିର ୭ ମ୍ୟାନୁଫାକ୍ଟଚର-
ନିକଟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ ରେମଡିସିଭିରର ୭ ମ୍ୟାନୁଫାକ୍ଟଚରର ରହିଛନ୍ତି । ସେମାନଙ୍କର ମାସକୁ ପ୍ରତି ୟୁନିଟ୍ କ୍ଷମତା ପ୍ରାୟ ୩୮.୮୦ ଲକ୍ଷ ଅଟେ। ଫାର୍ମାସ୍ୟୁଟିକାଲ୍ସ ବିଭାଗ ଘରୋଇ ଉତ୍ପାଦକଙ୍କ ସହ ମିଶି ଔଷଧର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଚେଷ୍ଟା ଚଳାଇଛି।

ଅପରପକ୍ଷେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି-ଭି ସଦାନନ୍ଦ ଗୌଡ ଶୁକ୍ରବାର ଦିନ କହିଥିଲେ ଯେ ଦେଶରେ ଏହାର ଉପଲବ୍ଧତା ବୃଦ୍ଧି ପାଇଁ ରେମେଡିସିଭିର ଉତ୍ପାଦନ ବୃଦ୍ଧି ନିମେନ୍ତ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୬.୬୯ ଲକ୍ଷ ରେମେଡିସିଭି ଇଞ୍ଜେକ୍ସନ ଯୋଗାଇ ଦିଆଯାଇଛି ।

ସେହିପରି ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ପରେ ରେମଡେସିଭେରର ଅଗ୍ରଣୀ ଉତ୍ପାଦକ ସ୍ୱେଚ୍ଛାକୃତ ଭାବରେ ୧୫ ଏପ୍ରିଲ ୨୦୨୧ରୁ ଏହାର ମୂଲ୍ୟ ୫,୪୦୦ରୁ ୩୫୦୦ ଟଙ୍କାକୁ ହ୍ରାସ କରିଛନ୍ତି।

Leave a Reply