ପୌର କର୍ମଚାରୀଙ୍କ ମାଡ଼ରେ ୨ ପରିବା ବିକାଳି ଆହତ ଅଭିଯୋଗ

ବଲାଙ୍ଗିର: କୋଭିଡ୍ ସଂକ୍ରମଣକୁ ଦେଖି ହାଟରୁ ଉଠା ପରିବା ଦୋକାନୀଙ୍କୁ ହଟାଇବା ବେଳେ ଗଣ୍ଡଗୋଳ । ବଲାଙ୍ଗିର ଡେଲି ମାର୍କେଟ ବିକ୍ରମ ଛକରେ ଉଠା ଦୋକାନୀ ଓ ପୌର କର୍ମଚାରୀ ମୁହାମୁହିଁ ହୋଇଛନ୍ତି । ଭିଡ଼ ନ କରିବା ଲାଗି ପୌର ପରିଷଦର କର୍ମଚାରୀ ଉଠା ପରିବା ଦୋକାନୀମାନଙ୍କୁ ସଚେତନ କରିବା ସହ ସେଠାରୁ ଅନ୍ୟତ୍ର ଯିବାକୁ କହୁଥିଲେ ।

Allegation Of Bolangir Municipal Employee Attacked Street Vegetable Vendor

ଏହାକୁ ନେଇ ପୌର ପାଳିକା କର୍ମଚାରୀ ଓ ପରିବା ବିକାଳିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୌର ପାଳିକା କର୍ମଚାରୀଙ୍କ ମାଡ଼ରେ ଜଣେ ପରିବା ବିକାଳି ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ପରିବା ଦୋକାନି ରାକେଶ ମେହେରଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Allegation Of Bolangir Municipal Employee Attacked Street Vegetable Vendor

ମାଡ଼ ପ୍ରତିବାଦରେ ପୌର କର୍ମଚାରୀଙ୍କୁ ଗିରଫ ଦାବି କରି ପରିବା ବିକାଳି ମାନେ ବଲାଙ୍ଗିର ଟାଉନ ଥାନା ଘେରାଉ କରିଛନ୍ତି । ଟାଉନ୍ ଥାନା ଆଗରେ ଧାରଣା ଦେଇଛନ୍ତି ପରିବା ବିକାଳି । ପୋଲିସ ପରିବା ବିକାଳିଙ୍କୁ ବୁଝାସୁଝା କରୁଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି ।

Leave a Reply