ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି ।

କରୋନା ଟିକାକରଣକୁ ଅଧିକ ଗତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଟିକା ଉତ୍ପାଦନକାରୀ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ ଓ ବାକି ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍ଧ ।

ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଟିକାକରଣକୁ ନେଇ ଏହି ବଡ଼ ଘୋଷଣା କରିଛନ୍ତି । ଏହା ସହିତ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସେପଟେ କିନ୍ତୁ ଖୋଲା ବଜାରରେ ଉପଲବ୍ଧ ହେବାକୁ ଥିବା ଟିକାର ମୂଲ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବା  ନେଇ ସୂଚନା ମିଳିଛି  ।

 

Leave a Reply