ଗିରଫଦାରୀ ପରେ ପତି କହିଲେ, ‘ମୋର କିଛି ଭୁଲ ନାହିଁ ସ୍ତ୍ରୀର ସବୁ ଭୁଲ’

ନୂଆଦିଲ୍ଲୀ: ପଙ୍କଜ ଦତ୍ତଙ୍କ କହିବା ହେଉଛି ଯାହା କିଛି ବି ହେଲା ସେଥିପାଇଁ ସେ ଦୁଃଖିତ । କିନ୍ତୁ ଏଥିପାଇଁ ତାଙ୍କ ସ୍ତ୍ରୀ ଦାୟୀ । ପୋଲିସ ସହ ଯୁକ୍ତିତର୍କ କରିବା ବେଳେ ସ୍ତ୍ରୀର ସାଥ୍ ଦେଉଥିବା ପଙ୍କଜ ଏବେ କହୁଛନ୍ତି,କାର ଭିତରେ ମାସ୍କ ପିନ୍ଧିବାକୁ ମୁଁ ସ୍ତ୍ରୀକୁ କହିଥିଲେ । କିନ୍ତୁ ସେ ମାନିନଥିଲା ଏବଂ ମତେ ମଧ୍ୟ ମାସ୍କ ପିନ୍ଧିବାକୁ ଦେଇନଥିଲା । ଦରିୟାଗଞ୍ଜ ଥାନା ବାହାରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପଙ୍କଜ ନିଜକୁ ପୁତପବିତ୍ର ସାବ୍ୟସ୍ତ କରିବାକୁ ଏହା କହିଛନ୍ତି । ରିପୋର୍ଟର ଯେତେବେଳେ ପଚାରିଲେ ଯେ,ଆପଣ ପୋଲିସ ସହିତ ଏମିତି ଖରାପ ବ୍ୟବହାର କାହିଁକି କରୁଥିଲେ ?

ତାର ଉତ୍ତରରେ ପଙ୍କଜ କହିଥିଲେ ଯେ, ସ୍ତ୍ରୀ କାରଣରୁ କିଛି ଅସୁବିଧା ହୋଇଗଲା । ମୋତେ ମୋ ସ୍ତ୍ରୀ ରଗାଉଥିଲା । ପୋଲିସକୁ ମୁଁ ଖରାପ ବ୍ୟବହାର କରିନାହିଁ ମୋ ସ୍ତ୍ରୀ କରିଛି ବୋଲି ପଙ୍କଜ କହିଛନ୍ତି । ଦିନକ ତଳେ ମାସ୍କ ନପିନ୍ଧିବାକୁ ନେଇ ପୋଲିସ ସହିତ ଯୁକ୍ତିତର୍କ କରି ଦେଶରେ କୁଖ୍ୟାତ ହୋଇ ସାରିଥିବା ଏହି ଯୋଡି ସୋମବାର ଦିନ କିନ୍ତୁ ବେସ ନରମ ପଡିଯାଇଥିଲେ । ଥାନାକୁ ଆସିବା ବେଳେ ମାସ୍କ୍ ପିନ୍ଧିଥିଲେ । ସବୁ କାଣ୍ଡ ପାଇଁ ସ୍ତ୍ରୀକୁ ଦାୟି କରୁଥିବା ପତିଦେବଙ୍କ କହିବା ହେଉଛି ମୁଁ ଯେତେବେଳେ ବି ଏକୁଟିଆ ଥାଏ ମାସ୍କ ପିନ୍ଧେ କିନ୍ତୁ ସ୍ତ୍ରୀ ପାଖରେ ଥିବା ବେଳେ ସମସ୍ୟା ଆସେ ।

ସୂଚନାଯୋଗ୍ୟ ଯେ,ରବିବାର ଦିନ ମାସ୍କ ନପିନ୍ଧିଥିବାରୁ ପୋଲିସ ଏହି ଦମ୍ପତିଙ୍କ ଚାଲଣ କାଟିଥିଲା । କିନ୍ତୁ ଚାଲଣ ଦେବା ବଦଳରେ ଉଭୟ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ପଙ୍କଜଙ୍କ ପତ୍ନୀ ପୋଲିସକୁ କହିଥିଲେ ଯେ, ମୁଁ ପୋଲିସ ଝିଅ । ମୁଁ ମାସ୍କ ପିନ୍ଧିବିନାହି । ମୋ ଇଛା ଯଦି ହେବ ଏଇଠି ମୋ ସ୍ୱାମୀକୁ କିସ୍ କରିବି ତମେ କ’ଣ କରିବ । କେବଳ ଏତିକି ନୁହେଁ ସେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ପୋଲିସକୁ ଭିକାରୀ ବୋଲି କହିବାକୁ ପଛାଇ ନଥିଲେ ।  ।

Leave a Reply