spot_img
Home Blog Page 5893

ଗୃହରେ ବିବୃତ୍ତି ରଖିଲେ ଯୋଗାଣ ମନ୍ତ୍ରୀ, ‘୧୯ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି’

ଭୁବନେଶ୍ୱର: ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହୋହଲ୍ଲା, ଗୃହ ମୁଲତବି ପରେ ଯୋଗାଣ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଅପରାହ୍ଣ ଅଧିବେଶନରେ ଗୃହରେ ଧାନମଣ୍ଡି ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିବୃତ୍ତି ରଖିଛନ୍ତି ।

Food Supplies Minister Statement In Assembly Over Paddy Procurement

ଚଳିତ ବର୍ଷ ୧୯ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ ହୋଇଛି । ୨୫ ଲକ୍ଷ ଚାଷୀ ଧାନ ବିକ୍ରି କରିଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତ୍ତିରେ କହିଛନ୍ତି । ୭୨ ହଜାରରୁ ଅଧିକ ଚାଷୀଙ୍କ ଠାରୁ ଧାନ କିଣା ଯାଇଛି । ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

Food Supplies Minister Statement In Assembly Over Paddy Procurement

ଧାନ କିଣାରେ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୯୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ମନ୍ତ୍ରୀ କହିଛନ୍ତି ।

ଆସନ୍ତା ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉନ୍ମୋଚନ ହେଲା କୃଷି ଓଡ଼ିଶା ମାସ୍କଟ ଛତୁ । କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ପ୍ରତିବର୍ଷ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ୫ ଦିନିଆ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଉଦଘାଟନ କରିବେ ।

କୃଷି ଓ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନ କୌଶଳ , କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବ ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ।

ଚଳିତ ବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ଷ୍ଟଲ ପ୍ରଦର୍ଶିତ ହେବ । ବର୍ତ୍ତମାନ ଛତୁ ଗୁଣାତ୍ମକ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୃଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା-୨୦୨୧ରେ ମାସ୍କଟ ଭାବେ ଚୟନ କରାଯାଇଛି ।

ବାହାର ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଆଗୁଆ ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି

ଭୁବନେଶ୍ୱର: ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ରାଜ୍ୟ ଉପରେ ନ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦେଶକ, ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠନ ହୋଇଛି ।

ବାହାର ରାଜ୍ୟରେ ବଢୁଥିବା ସଂକ୍ରମଣର ପ୍ରଭାବ ଯେମିତି ଓଡ଼ିଶା ଉପରେ ନ ପଡ଼ିବ ସେ ନେଇ କମିଟି ପଦକ୍ଷେପ ନେବ । ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଅଛି । ସୋମବାର ସୁଦ୍ଧା ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମହାରାଷ୍ଟ୍ର କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜୁରାଟ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଉକ୍ତ ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ।

ମମତାଙ୍କ ଗଡ଼ରେ ଟିକାୟତ କରିବେ ପ୍ରଚାର, ଭାଙ୍ଗିପାରନ୍ତି ବିଜେପିର ଚାଷୀ ଭୋଟ

କୋଲକାତା: ବିଜେପିକୁ ମହଙ୍ଗା ପଡ଼ିପାରେ ଚାଷୀ ଆନ୍ଦୋଳନ । ପ୍ରାୟ ୪ ମାସ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଥିଲେ ବି କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ୟୁପି, ପଞ୍ଜାବ ଓ ହରୟାଣାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ସାରା ଦେଶରେ ପ୍ରସାରିତ କରିବାକୁ ଅଣ୍ଟା ଭିଡିଛନ୍ତି ଚାଷୀ ।

ଖରା, ବର୍ଷା, ଶୀତ ସହି ରାଜରାସ୍ତାରେ ଚାଷୀ ବସିଥିବା ବେଳେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଭୃକ୍ଷେପ କରୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ଅସନ୍ତୋଷ ଏବେ ଏମିତି ଏକ ସୋପାନରେ ପହଞ୍ଚିଛି ଯେ, ଚାଷୀ ନେତାମାନେ ଆଗକୁ ବିଜେପି ବିରୋଧରେ ପ୍ରଚାର କରିବାକୁ ଆରମ୍ଭ କରିବେ ବୋଲି ଚିନ୍ତା କଲେଣି । ଯେୁଁ ସବୁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି । ସେହି ରାଜ୍ୟରେ ପହଞ୍ଚି ଚାଷୀ ନେତାମାନେ ବିଜେପି ବିରୋଧରେ ପ୍ରଚାର କରିବେ । ଆଉ ସେଠାରେ ବିଶାଳ ରାଲି ଶକ୍ତି ପ୍ରଦର୍ଶନ କରିବେ । ଏନେଇ ଚାଷୀ ସଂଗଠନ ପକ୍ଷରୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ଶନିବାରଠାରୁ ଚାଷୀ ନେତାଙ୍କ ଏଭଳି କାର୍ଯ୍ୟକ୍ରମ ପ୍ରଥମେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ବିଜେପି ବିରୋଧରେ ସଭା କରି ପ୍ରଚାର କରିବ ଚାଷୀ ସଂଗଠନ । ମିଳିତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗରେ ଚାଷୀଙ୍କ ସହ ବୈଠକ କରିବେ । ଏହାପରେ ରାଲି କରିବା ସହ ନନ୍ଦିଗ୍ରାମ ଓ କୋଲକାତାରେ ମହାପଞ୍ଚାୟତ ବସିବ ବୋଲି ସଂଗଠନ ନିଷ୍ପତି ନେଇଛି । MSP କୁ ନେଇ ଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ନେଇ ମହାପଞ୍ଚାୟତରେ ଆଲୋଚନା ହେବ । ସେପଟେ ଆସନ୍ତା ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ରେଳରୋକ କରିବେ ବୋଲି ଯୋଜାନା ରହିଛି । ସେହିପରି କୃଷକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

ସରକାରୀ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ସ୍ୱତନ୍ତ୍ର ପଦ ଅଟେ, ଏହି ପଦ ପାଇଁ ନିରପେକ୍ଷତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସମ୍ବିଧାନର ଧାରା ୧୪୨ ଅନୁସାରେ ଦେଶର ଜଣେ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ମିଳିବା ଦରକାର ବୋଲି କୋର୍ଟ କହିଛନ୍ତି । ଗୋଆରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଜଣେ ସଚିବଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଦେଇଥିଲେ ସରକାର। ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ ଆଜି ତିନି ଜଣିଆ ଖଣ୍ଡପୀଠ ଗୋଆ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି।  ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ।

 

ଏହି ମାମଲାରେ ଜଷ୍ଟିସ୍ ଆରଏଫ୍ ନରିମନ କହିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧିନତାରେ ସାଲିସ୍ କରାଯାଇପାରିବ ନାହିଁ । କ୍ଷମତାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ସମ୍ବିଧାନର ପରିହାସ ସଦୃଶ୍ୟ। ଏହା ଏକ ଚିନ୍ତାର ବିଷୟ ଯେ  ଜଣେ ସରକାରୀ କର୍ମଚାରୀ ଗୋଆ ନିର୍ବାଚନ ଆୟୋଗର ଦାୟିତ୍ୱରେ ଅଛନ୍ତି। ଏମିତିକି ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ ପଞ୍ଚାୟତ ନିର୍ବାଚନ କରାଇବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇବାକୁ ଚେଷ୍ଟା କରିଥିଲେ।

ତେବେ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ନିଯୁକ୍ତି ହୋଇପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଅପରପକ୍ଷେ ପଞ୍ଚାୟତ ନିର୍ବାଚନ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକାେର୍ଟ ଗାେଆ ସରକାରଙ୍କ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକା ଉପରେ ଶୁଣାଣି କରିଥିଲେ । ଏହା ପୂର୍ବରୁ ହାଇକୋର୍ଟଙ୍କ ପକ୍ଷରୁ ୫ ନଗର ନିଗମ ମାରଗାଁଓ, ମାପୁସା, ମୋରମୁଗାଁଓ, ସେଙ୍ଗମ,କ୍ୱେପମର ନିର୍ବାଚନ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

କରୋନାର ୟୁ-ଟର୍ନ ! ପୁଣି କାୟା ବିସ୍ତାର କରୁଛି, ଜୀବନ ନେଉଛି

ନୂଆଦିଲ୍ଲୀ: କରୋନାର ୟୁ-ଟର୍ନ । କିଛିଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରୁଛି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୩ହଜାର ୨୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଗୋଟିଏ ଦିନରେ ହିଁ ୧୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା ୧କୋଟି ୧୩ ଲକ୍ଷ ୮ହଜାର ୮୪୬ରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ୧୫ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି ।

ସପଟେ ମହାରାଷ୍ଟ୍ରରେ ଚିନ୍ତାଜନକ ସ୍ଥିତିରେ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ବଢୁଥିବା ବେଳେ ଆକ୍ଟିଭ୍ କେସ୍ ବି ବଢୁଛି । ମହାରାଷ୍ଟ୍ରରେ ୧୦ରୁ ୮ ଜିଲ୍ଲାରେ ସବୁଠୁ ଅଧିକ ଆକ୍ଟିଭ୍ କେସ୍ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆକ୍ଟିଭ୍ କେସ୍‌ରେ ପୁନେ, ନାଗପୁର, ଥାନେ ଓ ମୁମ୍ବାଇ ସବୁଠୁ ଆଗରେ ରହିଛି । ନାଗପୁରରେ କଡ଼ା କଟକଣା ଲାଗୁ କରାଯାଇ ସଂକ୍ରମଣ କାବୁ କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ।  ଏନେଇ ନୀତି ଆୟୋଗ ସଦସ୍ୟ ଡା. ଭି.କେ.ପଲ୍ ସୂଚନା ଦେଇଛନ୍ତି ।

ସେପଟେ ସାରାଦେଶରେ ଜୋରଦାର ଚାଲିଛି ଟିକାକରଣ ପ୍ରକ୍ରିୟା । ହେଲେ ମହାରାଷ୍ଟ୍ରରେ ଟିକାର ୨ଟି ଡୋଜ୍ ନେବା ପରେ ବି ଦୁଇ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନା ଏବେ ନିୟନ୍ତ୍ରଣରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ସଂକ୍ରମଣ ଯଥେଷ୍ଟ କମ୍‌ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

ରସିରେ ବାନ୍ଧି ମହିଳା ଓ ପୁରୁଷଙ୍କୁ ଗାଁରୁ ଗାଁ ବୁଲାଇଲେ ଲୋକେ

ଭଞ୍ଜନଗର: ଅବୈଧ ସମ୍ପର୍କ ! ହାତରେ ବନ୍ଧା ହେଲା ରସି । ଆଗେ ଆଗେ ପୁରୁଷ ପଛେ ପଛେ ଚାଲିଛନ୍ତି ମହିଳା ଜଣଙ୍କ । ଗଞ୍ଜାମ ଜିଲ୍ଲାର ଏହି ଭାଇରାଲ୍ ଭିଡିଓ ଯେତିକି ସାଂଘାତିକ ସେତିକି ଯନ୍ତ୍ରଣାଦାୟକ । ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ସାମ୍ନାରେ ଗାଁ ଦାଣ୍ଡରେ ଏଠି ଚାଲିଛି କଙ୍ଗାରୁକୋର୍ଟ । ଭିଡିଓ ଅନୁସାରେ ଅବୈଧ ସମ୍ପର୍କକୁ ନେଇ ଗ୍ରାମବାସୀ ଉଭୟଙ୍କୁ ରସିରେ ବାନ୍ଧିଦେବା ସହ ଜରିମାନା ଦେବାକୁ ବାଧ୍ୟ କରୁଛନ୍ତି ।

Kangaroo Court In Ganjam Bhanjanagar

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବlଡ଼ି ପଞ୍ଚାୟତ କାଳିଆପଲି ଗାଁର ଏହି ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଭିଡିଓରେ କିଛି ଲୋକ ଅମାନୁଷିକ ଭାବେ ମହିଳା ଓ ପୁରୁଷ ଦୁଇ ଜଣଙ୍କ ହାତରେ ରସି ବାନ୍ଧି ପ୍ରାୟ ଅଧ ଘଣ୍ଟା କାଳ ଗାଁ ଦାଣ୍ଡରେ ବୁଲାଉଛନ୍ତି । ତା’ପରେ ଚଉରା ମୂଳରେ ବସି ପୁରୁଷ ଜଣଙ୍କୁ ୨୦ ହଜାର ଟଙ୍କା ମାଗୁଛନ୍ତି ।

Kangaroo Court In Ganjam Bhanjanagar

ଭାଇରାଲ୍ ଭିଡିଓକୁ ନେଇ ବଡ଼ଗଡ଼ ଥାନା ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି । ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ପୀଡ଼ିତ ମହିଳା କିମ୍ବା ପୁରୁଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Kangaroo Court In Ganjam Bhanjanagar

ଗାଁରେ ଶତାଧିକ ଲୋକ ଥିବାବେଳେ କିଛି ମୁଷ୍ଟିମେୟଙ୍କ ଇସାରାରେ କଙ୍ଗାରୁକୋର୍ଟ ଚାଲିଛି । ଏନ୍ୟମାନେ ଚୁପଚାପ୍ ନୀରବ ରହି ସବୁକିଛି ଦେଖୁଛନ୍ତି । କେହି ବି ପ୍ରତିବାଦ କରୁନାହାଁନ୍ତି । ଏମିତି କାହିଁକି ? ଅପରାଧୀକୁ ଦଣ୍ଡଦେବା ଆଇନ୍ କାନୁନ୍ ବ୍ୟବସ୍ଥା ଥିବାବେଳେ ବାରମ୍ବାର ଲୋକ ନିଜେ ଆଇନକୁ ହାତକୁ ନେଇ ଯାଉଛନ୍ତି । ଯାହାକି ଚିନ୍ତାର ବିଷୟ ହୋଇଛି ।

ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଘଡ଼ଘଡ଼ି ବର୍ଷା ଓ ବଜ୍ରପାତ ନେଇ ସତର୍କତା । ଆଗାମୀ ୩ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୧ ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତ ହେବ ।

କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଜ୍ରପାତକୁ ଦେଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାକୁ ଯିବା ଲାଗି ପରାମର୍ଶ ଦିଆଯାଇଛି ।

ସମୁଦ୍ର ପତ୍ତନର ୦.୯ କିମି ଉପରେ ଉତ୍ତର ମଧ୍ୟ ମହାରାଷ୍ଟ୍ର ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହା ପ୍ରଭାବରେ ୧୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୧୩ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ୧୪ ତାରିଖ ଲାଗି ୧୧ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

‘ଆଜାଦିର ଅମୃତ ମହୋତ୍ସବ’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠାରୁ ଶୁଭାରମ୍ଭ ହେଉଛି ଅମୃତ ମହୋତ୍ସବ। ଏହି ଉପଲକ୍ଷେ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରୁ ଦାଣ୍ଡି ମାର୍ଚ୍ଚ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦାଣ୍ଡି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଲଗାତାର ୭୫ ସପ୍ତାହ ଧରି ସାରେଦେଶର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

୨୦୨୨ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୁରା ହେବାକୁ ଯାଉଛି । ଏହାକୁ ଆହୁରି ସ୍ମରଣୀୟ କରିବା ପାଇଁ ଦେଶବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ମହୋତ୍ସବର ଓ୍ୱେବସାଇଟ ଉନ୍ମୋଚିତ କରିଛନ୍ତି ।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହ ସମସ୍ତ ପୂର୍ବପୁରୁଷଙ୍କୁ ମନେ ପକାଇଥିଲେ। ଭାରତର ଇତିହାସ ଏତେ ଲମ୍ବା ଯେ, ଏହାକ କେହି ଭୁଲି ପାରିବେ ନାହିଁ ବୋଲି କହିଥିଲେ ମୋଦି।

୫ ରାଜ୍ୟରୁ ଓଡ଼ିଶାକୁ ଡାଇରେକ୍ଟ ଏଣ୍ଟ୍ରି ମନା, ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ବିନା ନେଗେଟିଭ୍‌ ରିପୋର୍ଟରେ ଓଡ଼ିଶାକୁ ଏଣ୍ଟ୍ରି ନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ ସିଧାସଳଖ କହିଛନ୍ତି ଯେ, ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହି ରାଜ୍ୟ ଗୁଡ଼ିକରୁ ଯେଉଁମାନେ ଓଡ଼ିଶା ଆସିବେ ସେମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କ ଛଡ଼ାଯିବ । ମହାରାଷ୍ଟ୍ର କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସେ ଆହୁରି କହିଛନ୍ତି, ଶୁକ୍ରବାର ସାପ୍ତାହିକ ରିଭ୍ୟୁ କରାଯାଇଥିଲା । ତେବେ ରିଭ୍ୟୁ କରିବା ପରେ ସଂକ୍ରମଣର ଯେଉଁ ରିପାେର୍ଟ ଆସିଛି ତାହା ଚିନ୍ତାଜନକ । ସଂକ୍ରମଣ ପାଖାପାଖି ୨୩ ହଜାରରେ ପହଞ୍ଚିଲାଣି । କେରଳ ଓ ମହାରାଷ୍ଟ୍ର ଆମର ପ୍ରତିବନ୍ଧକ ରହିଛି, ଅନ୍ୟ କେଉଁ ରାଜ୍ୟକୁ କରାଯିବ ପରମର୍ଶ ନେବା ପରେ ଜଣାପଡିବ । ବିମାନବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କୁ ଟେଷ୍ଟ କରାଯିବାକୁ ଯୋଜନା କରାଯାଇଛି ।

ଅନ୍ୟ ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯାଉଛି । ଟ୍ରେନରେ ଯେଉଁମାନେ ଆସିବେ ସେମାନଙ୍କ ଲକ୍ଷଣ ରହିଥିଲେ ତାଙ୍କର ଆରଟିପିସିଆର୍‌ ଟେଷ୍ଟ କରାଯିବ । ଯଦି ପଜିଟିଭ୍‌ ଚିହ୍ନଟ ହୁଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଉଛି । କୋଭିଡ୍‌ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନ ପାଇଁ ବ୍ୟବସ୍ଥା କରାଯାଉଛି ।

ଓଡ଼ିଶା ଭ୍ୟାକ୍ସିନ ଦେବାରେ ପୁରା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ୯୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଦ୍ଵିତୀୟ ଡୋଜ୍ ଦିଆଯାଉଛି । ବୟସ୍କ ଲୋକଙ୍କୁ ମଧ୍ୟ ଭ୍ୟାକସିନ ଦିଆଯାଉଛି । ଦିନକୁ ଏକ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ ରଖିଛନ୍ତି । ମେ ମାସ ୧୫ ତାରିଖ ଭିତରେ ବୟସ୍କ ଲୋକଙ୍କ ଟୀକାକରଣ ଶେଷ କରିବା ପାଇଁ ଲକ୍ଷ ରହିଛି ।