spot_img
Home Blog Page 5886

ପୁଣି ମଇଦାନକୁ ଓହ୍ଲାଇଲେ ମମତା ବାନାର୍ଜୀ: ହ୍ୱିଲ୍ ଚେୟାରରେ ବସି କରିବେ ପ୍ରଚାର

କୋଲକାତା: ପାଖଉଛି ନିର୍ବାଚନ, ବଢୁଛି ଉଷ୍ମତା । ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖଉଛି, ରାଜେନୖତିକ ତାତି ସେତିକି ବଢ଼ିବାରେ ଲାଗିଛି । ମେଡିକାଲରୁ ବାହାରିବା ପରେ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ଆଜିଠୁ ମମତା ପୁଣି ନିର୍ବଚନୀ ପ୍ରଚାର ଆରମ୍ଭ କରିବେ। ହାଜରା କ୍ରସିଂଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହ୍ୱିଲ୍ ଚେୟାରରେ ପ୍ରଚାର କରିବେ ମମତା ।

ମାୟୋରୋଡ୍ ଠାରୁ ହାଜରା କ୍ରସିଂ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିବ। ଟିଏମ୍‌ସି ସାଂସଦ ଅଭିଶେକ୍ ବାନାର୍ଜୀ ଏହାର ନେତୃତ୍ବ ନେବେ । ୧୫ ମାର୍ଚ୍ଚରେ ପୁରୁଲିଆଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେବେ ମମତା । ସେହିପରି ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତା ହ୍ୱିଲ୍ ଚେୟାରରେ ବସି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

ଅନ୍ୟପଟେ ଟିଏମ୍‌ସିର ଦଳୀୟ ଇସ୍ତାହାର ପତ୍ର ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆଜି ଦଳୀୟ ଘୋଷଣା ପତ୍ର ଉନ୍ମୋଚିତ ହେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ କୌଣସି କାରଣବଶତଃ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୭ ତାରିଖରେ ଘୋଷଣାପତ୍ର ଜାରି କରାଯିବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି ।

ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍, ଦଳକୁ ଫେରିପାରନ୍ତି ରୋହିତ ଶର୍ମା

0

ଅହମଦାବାଦ: ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍। ଇଂଲଣ୍ଡ ବିପକ୍ଷ 20-20 ଶୃଙ୍ଖଳାର ପ୍ରଥମ ମୁକାବିଲା‌ରେ ଶୋଚନୀୟ ପରାଜୟ ବରଣ କରିଥିଲା ଭାରତୀୟ ଦଳ। ଆଜି ଥିବା ଦ୍ୱିତୀୟ ମୁକାବିଲାକୁ ଜିତି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ଭାରତ । ପାଞ୍ଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ୧-୦ରେ ଆଗୁଆ ରହିଛି।

ତିନି ମାସ ପରେ ଧଳା ବଲ୍ କ୍ରିକେଟ୍ ଖେଳିଥିବା ଭାରତ, ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ବ୍ୟାଟିଂ କରିଥିଲା ବେଳେ ଶ୍ରେୟସ୍ ଆୟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେପଟେ ଗତ ମ୍ୟାଚରେ ପରାଜୟ ପରେ ଆଜି ଦଳକୁ ଫେରିପାରନ୍ତି ରୋହିତ ଶର୍ମା ।

ଆଣ୍ଟିଲିଆ ବିସ୍ଫୋରକ ମାମଲା: ୧୨ ଘଣ୍ଟା ଜେରା ପରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ବାସଭବନ ଆଗରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ। ମହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରିଛି ଏନଆଇଏ। ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କୁ ଗିରଫ କରିଛି ଏନଆଇଏ।

ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି । ଏନଆଇଏ ସଚିନ ବାଜେଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ। ତେବେ ଜେରା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ। ହେଲେ କୋର୍ଟ ଜାମିନ ଖାରଜ କରିଦେଇଥିଲେ। ସଚିନଙ୍କୁ ଜେରା ହେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।

ଏହାସହ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବି ତାଙ୍କୁ ଜେରା କରିପାରେ ମୁମ୍ୱାଇ ପୋଲିସର ଏଟିଏସ୍ । ଗତ ଫେବୃଆରୀ ୨୫ ତାରିଖରେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଆଗରୁ ଏକ ଜିଲେଟିନ୍ ଷ୍ଟିକ୍ ଭର୍ତ୍ତି ସ୍କର୍ପିଓ ଜବତ କରାଯାଇଥିଲା। ଏହି ବୋମାଭର୍ତ୍ତି କାରର ମାଲିକ ମନସୁଖ ହିରେନ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କ ମୃତ ଦେହ ରହସ୍ୟଜନକ ଭାବରେ ଏକ ନଦୀରୁ ଉଦ୍ଧାର ହୋଇଥିଲା। ଆଉ ମୃତକଙ୍କ ପରିବାର ଲୋକେ ସିଧା ସିଚନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ।

ନବରଙ୍ଗପୁର ଝରିଗାଁରେ ନିଆରା ଦୃଶ୍ୟ, ସରକାରୀ ଅଧିକାରୀ ସାଜିଲେ ରାଜମିସ୍ତ୍ରି

ନବରଙ୍ଗପୁର ଝରିଗାଁରେ ନିଆରା ଦୃଶ୍ୟ, ସରକାରୀ ଅଧିକାରୀ ସାଜିଲେ ରାଜମିସ୍ତ୍ରି

ହାତରେ କରଣୀ ଧରି ରାଜମିସ୍ତ୍ରୀ ସାଜିଲେ ବିଡ଼ିଓ ? ଜାଣନ୍ତୁ କାହିଁକି

ଉମରକୋଟ: ବିଡିଓ ବନିଲେ ରାଜମିସ୍ତ୍ରୀ । କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ନିଜେ ହାତରେ କରଣୀ ବିଡ଼ିଓ ସାଜିଲେ ରାଜମିସ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାମ ତଦାରଖ କରିବାକୁ ଯାଇ ଝରିଗାଁ ବିଡିଓ ପ୍ରଶାନ୍ତ କୁମାର ରାଉତ ରାଜମିସ୍ତ୍ରୀ ସାଜିଛନ୍ତି । ନିଜେ କରଣୀ ଧରି କାର୍ଯ୍ୟ କରିବା ସହ ଧାର୍ଯ୍ୟ ସମୟରେ କାମ ସାରିବାକୁ ତାଗିଦ ମଧ୍ୟ କରିଛନ୍ତି  ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମନ୍ଥର ଗତିରେ ଚାଲୁଥିବା ଖବର ପାଇଥିଲେ ବିଡ଼ିଓ । ଆଉ ଏହାପରେ ନିଜେ ବିଡିଓ ପ୍ରଶାନ୍ତ କୁମାର ଗ୍ରାଉଣ୍ଡ ଜିରୋ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ । ଏହାସହ ପାଲିଆ ଗାଁର ହିତାଧିକାରୀ ହୀରାବତୀ ଗୌଡ଼ଙ୍କ ଘରେ ପହଞ୍ଚି କାମ ତଦାରଖ ବେଳେ, ବିଡିଓଙ୍କ ଏ ନୂଆ ଅବତାର ଦେଖିବାକୁ ମିଳିଥିଲା । ତେବେ ବିଡିଓ ପ୍ରଶାନ୍ତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି  ।

ଘରୁ ରାଗିକି ପଳାଇ ଆସିବା ପରେ ଗଣଦୁଷ୍କର୍ମ ଶିକାର ହେଲେ ମହିଳା !

କେନ୍ଦୁଝର: ଲିଫ୍ଟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ଗାଁରୁ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଟ୍ରକକୁ ଜବତ ରଖିଛି ପୋଲିସ  । ଏହାସହ ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଘଟିଛି ଏଭଳି ଘଟଣା । ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଡ୍ରାଇଭର ଭଦ୍ରାସାହିରେ ଭଡ଼ା ଘର ନେଇ ପରିବାର ସହ ରହୁଥିଲେ । ତେବେ ପାରିବାରିକ କଳହ ଯୋଗୁଁ ଘରୁ ରାଗି ପଳାଇଥିଲେ ସ୍ତ୍ରୀ । ରୋଇଡା ଛକରେ ତାଙ୍କୁ ଲିଫ୍ଟ ଦେଇଥିଲେ ଦୁଇ ଚିହ୍ନା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର  ।

ଏହାପରେ ଟ୍ରକରେ ହିଁ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ସେହି ଚିହ୍ନା ଡ୍ରାଇଭର ଦୁଇଜଣ । ଏପରିକି ପୀଡିତାଙ୍କୁ ତିନି ଦିନ ଯାଏଁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ପରେ ମହିଳା କୌଶଳ କ୍ରମେ ସେମାନଙ୍କଠାରୁ ଖସି ଆସି ସ୍ୱାମୀଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ।

ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୩ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟାକାଣ୍ଡ ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଅପରାହ୍ନରେ ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିବ ପୋଲିସ । ସୂଚନା ଅନୁସାରେ  ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଏବଂ ଚକେଇସିଆଣି ନିକଟ ରାସ୍ତାକଡରୁ କାର ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତଦେହ ।  ତେବେ ହତ୍ୟାକାଣ୍ଡରେ କଣ ସବୁ ବ୍ୟବହାର କରାଯାଇଥିଲା । ଏଥିରେ  କିଏ କିଏ ସାମିଲ ଥିଲେ ସେନେଇ ବର୍ତ୍ତମାନ ସୁଧା ପୋଲିସ କୌଣସି ସୂଚନା ଦେଇନାହିଁ ।

ତେବେ ଘଟଣା ସମ୍ପର୍କରେ ଅପରାହ୍ନ ୧୨.୩୦ରେ ହତ୍ୟାକାଣ୍ଡ ବାବଦରେ ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ । ତେବେ ଏହାକୁ ପୋଲିସ କମିଶନର ବଡ଼ ସଫଳତା ବୋଲି କୁହାଯାଉଛି । ଗତଥର ୨୨ବର୍ଷ ତଳର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏବେ ୧୩ବର୍ଷ ତଳର ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି ।

ପାଠ ପଢାଉଥିବା ବେଳେ ଟିଉସନ ସାରଙ୍କ ମାଡ଼ ପାଇଁ ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା: ଛାତ୍ରଙ୍କୁ ମାଡ଼ ମାରି ଗିରଫ ହେଲେ ଟିଉସନ ସାର । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ପୁରୁଷୋତ୍ତମପୁରର ଏ ଘଟଣା  । ଗିରଫ ଶିକ୍ଷକ ହେଲେ ରାଜେଶ୍ୱର ରାଉତ । ପରିବାର ଲୋକଙ୍କ ଅଭିଯୋଗ ପରେ ରାଜେଶ୍ୱରଙ୍କୁ ଗିରଫ କରିଛି ମାର୍ଶାଘାଇ ଥାନା ପୋଲିସ  । ଟିଉସନ ସାର ଜଣକ ପୀଡ଼ିତ ଛାତ୍ରଙ୍କୁ ପାଠ ପଢାଉଥିବା ବେଳେ, ଆମାନୁଷିକ ଭାବେ ମାଡ଼ ମାରିଥିଲେ । ଫଳରେ ଛାତ୍ରଙ୍କ ପିଠିରେ ଗଭୀର ଆଘାତ ଲାଗିଥିଲା  ।

ତେବେ ମାଡ଼ ସଂପର୍କରେ ପରିବାର ଲୋକ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଥିଲେ । ଏହାପରେ ଟିଉସନ ସାର୍ ରାଜେଶ୍ୱର ରାଉତକୁ ଗିରଫ କରିଛି ପୋଲିସ । ପିଲାଙ୍କୁ ମାଡ଼ ମାରିବାକୁ ସରକାର କଡ଼ା ବାରଣ କରିଥିଲେ ହେଁ ଟିଉସନ ସାର ଏଭଳି ଆଚରଣକୁ ନିନ୍ଦା କରାଯାଇଛି ।

ଆଣ୍ଟିଲିଆ ମାମଲାରେ ତନାଘନା, ଗିରଫ ହେଲେ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ବାଜେ

ଆଣ୍ଟିଲିଆ ମାମଲାରେ ତନାଘନା, ଗିରଫ ହେଲେ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ବାଜେ

୨୦୨୨ IPLରେ ଆଉ ୨ ନୂଆ ଦଳ, ଜାଣନ୍ତୁ ଏହାକୁ କିଣିବ କିଏ ?

ନୂଆଦିଲ୍ଲୀ: ୨୦୨୨ରେ IPLରେ ଏକ ବଡ଼ ଧରଣର ବଦଳି ହେବାକୁ ଯାଉଛି । ସାଧାରଣତଃ IPLରେ ୮ଟି ଦଳ ଖେଳୁଥିବା ଆପଣମାନେ ଜାଣିଥିଲେ । କିନ୍ତୁ ଏଥର ଆହୁରି ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛି । ୨୦୨୨ ରୁ ୧୦ ଟି ଟିମ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଅଂଶଗ୍ରହଣ କରିବେ । ଏଥିପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମେ ମାସରେ ଆଇପିଏଲ୍ ୨୦୨୧ର ଶେଷ ପର୍ଯ୍ୟାୟରେ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ।

ଚେୟାରମ୍ୟାନ୍ ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହାଙ୍କ ସମେତ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଶନିବାର ଦିନ ଏକ ବୈଠକ କରି ବର୍ଷ ଆରମ୍ଭରେ ଆଇପିଏଲ୍ ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ନୀତିଗତ ନିଷ୍ପତ୍ତି ଉପରେ ବିଚାର କରିଛନ୍ତି । ଆସନ୍ତା ବର୍ଷ ଠାରୁ ଆଇପିଏଲରେ ୧୦ଟି ଟିମ୍ ରହିବ ଏବଂ ଚଳିତ ବର୍ଷ ମେ ମାସ ସୁଦ୍ଧା ନୂଆ ଫ୍ରାଞ୍ଚାଇଜ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଏବଂ ଏହାସହ ଜଡିତ ବିଭିନ୍ନ ଜିନିଷ ଚୂଡାନ୍ତ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ତେବେ ଏହି ଦୁଇଟି ନୂଆ ଦଳର ମାଲିକ କିଏ ହେବେ କିଏ କିଣିବ ଏହି ଦୁଇଟି ଦଳକୁ । ଏହା ଜାଣିବାକୁ ସମସ୍ତଙ୍କ ମନରେ ଇଚ୍ଛା ରହିଛି । ଖବର ଅନୁଯାୟୀ, ଆଇପିଏଲ୍ ଦଳ କିଣିବା ଦୌଡ଼ରେ ଆଦାନୀ ଗ୍ରୁପ୍ ଏବଂ ସଞ୍ଜୀବ ଗୋଏଙ୍କା ଆଗରେ ରହିପାରନ୍ତି । ଆଇପିଏଲର ଏକ ଦଳ ଅହମ୍ମଦାବାଦରୁ ଆସିପାରେ, ଯାହା ଆଦାନୀ ଗ୍ରୁପ୍ କିଣିବାକୁ ଇଚ୍ଛା ପ୍ରକାଶ କରିସାରିଛି । ବର୍ତ୍ତମାନ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟ ନିର୍ମାଣ କରାଯାଇଛି।

ଯେତେବେଳେ ୨୦୨୨ ମସିହାରେ୧୦ ଟି ଦଳ ଆଇପିଏଲରେ ଖେଳୁଥିବାର ଦେଖାଯାଇଛି ସେତେବେଳେ ସେମାନଙ୍କର ଫର୍ମାଟ୍ ମଧ୍ୟ ବଦଳିପାରେ । ଆଇପିଏଲ୍ ରାଉଣ୍ଡ ରୋବିନ ପ୍ରଣାଳିରେ ଖେଳାଯାଏ । ଯେଉଁଥିରେ ପ୍ରତ୍ୟେକ ଦଳ ପରସ୍ପର ସହିତ ୨ ଥର ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ସର୍ବାଧିକ ପଏଣ୍ଟ ଥିବା ୪ ଟି ଦଳ ଯୋଗ୍ୟତା ଅର୍ଜନ କରନ୍ତି । କିନ୍ତୁ ୧୦ ଟି ଟିମ୍ ସହିତ, ଫର୍ମାଟ୍ ଅଲଗା ହେବାର ସମ୍ଭାବନା ଅଛି। ଯେଉଁଥିରେ ଦଳଗୁଡ଼ିକୁ ଦୁଇ ଦଳରେ ବିଭକ୍ତ କରିବାକୁ କୁହାଯାଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିଛି