spot_img
Home Blog Page 5837

ପିସିବିର ସଂକେତ; ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ କ୍ରିକେଟ୍ ସିରିଜ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨-୧୩ ପରଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ୨୦୧୩ ପରଠାରୁ ଏହି ଦୁଇ ଦଳ କେବଳ ଏସିଆ କପ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ପାକିସ୍ତାନ ମିଡିଆକୁ ଯଦି ବିଶ୍ୱାସ କରାଯାଏ ତେବେ ତେବେ ଚଳିତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଅନୁଷ୍ଠିତ ହେବ । ପାକିସ୍ତାନୀ ମିଡିଆ ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଉଚ୍ଚ ଅଧିକାରୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଗାମୀ ଦିନରେ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି । ସୀମାପାର ଆତଙ୍କବାଦ କାରଣରୁ ଭାରତ ପାକିସ୍ତାନ ସହ ଦ୍ୱିପାକ୍ଷିକ ମ୍ୟାଚ୍ ଖେଳୁ ନାହିଁ । ଏହି କାରଣରୁ ଗତ ୯ ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳା ଯାଇନାହିଁ ।

ଶେଷଥର ପାଇଁ ୨୦୧୨-୧୩ରେ ଦୁଇ ଦେଶର କ୍ରିକେଟ୍ ଟିମ୍ ପଡିଆରେ ମୁହାଁମୁହିଁ ହୋଇଥିଲେ । ଏହି ୯ ବର୍ଷ ମଧ୍ୟରେ ଅନେକ ଥର ଭାରତ ପାକିସ୍ତାନ ମଧ୍ୟରେ ପୁଣିଥରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ ପୁଲୱାମା ହମଲା ପରଠାରୁ କ୍ରିକେଟ୍ ଫ୍ୟାନ୍ ଓ ଅନେକ ବରିଷ୍ଠ ଖେଳାଳୀ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ବୟକଟ କରିବାକୁ ଦାବି କରିଥିଲେ । ଭାରତୀୟ ଫ୍ୟାନଙ୍କ ଦାବି ଆଗରେ ଶେଷରେ ବିସିସିଆଇକୁ ମୁଣ୍ଡ ନୋଇଁବାକୁ ପଡିଥିଲା ।

ତେବେ ପାକିସ୍ତାନୀ ଖବର କାଗଜ ‘ଜଙ୍ଗ୍’ ଅନୁସାରେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ତିନୋଟି ଟି ଟ୍ୱଣ୍ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି । ଜଙ୍ଗ୍ ଅନୁସାରେ ପାକିସ୍ତାନୀ କ୍ରିକେଟ୍ ଟିମକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯଦି ସବୁକିଛି ଠିକ୍ ରୁହେ ତେବେ କୌଣସି ସମୟରେ ମଧ୍ୟ ୬ ଦିନ ଭିତରେ ତିନୋଟି ମ୍ୟାଚ୍ ଖେଳାଯାଇପାରେ । ତେବେ ଭାରତ ସରକାର କିମ୍ବା ବିସିସିଆଇ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଭାରତ ସରକାରଙ୍କ ସିଧାସଳଖ କହିବା ହେଉଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ସ୍ଥାପନର କୌଣସି ସମ୍ଭାବନା ନାହିଁ ।

ବ୍ୟୋମକେଶଙ୍କ ଅଡିଓକୁ ନେଇ ଭାଗୀରଥିଙ୍କ ଉତ୍ତର, ‘ବ୍ୟୋମକେଶ ଯାହା କହିଛନ୍ତି, ଠିକ କହିଛନ୍ତି’

ଭୁବନେଶ୍ବର: ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡିଓକୁ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ବିଧାୟକ ଭାଗିରଥି ସେଠୀ। ଆମେ ଲୋକଙ୍କ କଥା ଉଠାଇବାକୁ ଆସିଛୁ । ଯେମିତି ବିରୋଧୀ ଦଳ ହୋହଲା କଲେ ସେଥିରୁ ଜଣା ପଡୁଛି ଯେ, ବିଧାୟକଙ୍କ ଉପରେ ପ୍ରଭାବ ପଡିବ । ଏମିତି ହେଲେ ଆମେ କୌଣସି ଅଫିସରଙ୍କୁ କିଛି କହି ପାରିବୁ ନାହିଁ । କିଛି କହିଲେ ଅଫିସର କଥା ରେକର୍ଡ କରି ଭାଇରାଲ କରିବେ ବୋଲି ପ୍ରଶ୍ନ ଉଠାଉଛନ୍ତି ବିଧାୟକ ଭାଗିରଥି ସେଠୀ ।

ସେହିପରି ଭାଗିରଥି କହିଛନ୍ତି, ଯିଏ ଏମିତି କରିଛନ୍ତି ତାଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରାଯାଉ ସବୁ ଅଫିସର ନୁହନ୍ତି କିଛି ଅଫିସର ଅଛନ୍ତି ଯେଉଁମାନେ ଦୁର୍ନିତୀଗସ୍ତ, ସେମାନେ ଏମିତି କରୁଛନ୍ତି । ସେମାନଙ୍କ କଥାକୁ ତର୍ଜମା ନକରି ବିଧାୟକ ହୋ ହଲ୍ଲା କରୁଛନ୍ତି । ଏମିତି କଲେ ବିରୋଧୀ ଦଳ ନିଜେ ନିନ୍ଦିତ ହେବେ । କିନ୍ତୁ ବ୍ୟୋମକେଶ ଯାହା କହିଛନ୍ତି, ଠିକ କହିଛନ୍ତି ।

ତାଙ୍କ ଅଡିଓକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉ । କିଏ ବଜେଇ ଦେଲା ବୋଲି ତାକୁ ନେଇ ହୋହଲ୍ଲା ନକରାଯାଉ । ଏମିତି ହେଲେ ବିଧାୟକ କୌଣସି ଅଫିସରଙ୍କୁ କିଛି କହି ପାରିବେ ନାହିଁ । ବ୍ୟୋମେକଶଙ୍କ କହିବା ହେଉଛି ତାଙ୍କ ଅଡିଓକୁ ଏଡିଟ୍ କରାଯାଇଛି । ଯିଏ ଏଭଳି କରିଛନ୍ତି ତାଙ୍କ ବିରୋଧରେ ଯାଂଚ କରାଯାଉ । ନହେଲେ ଆଗାମୀ ଦିନରେ ବିଧାୟକ ମାନେ ଅଫିସରଙ୍କ ସହିତ କଥା ହେବାକୁ ଡରିବେ ବୋଲି କହିଛନ୍ତି ଭାଗିରଥି ସେଠୀ ।

ସୂଚନା ମୁତାବକ ଦୁଇ ଦିନ ତଳେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ କର୍ମଚାରୀଙ୍କ କଥା ହେଉଥିବା ଅଡିଓକୁ କିଛି ଚ୍ୟାନେଲ ଏଡିଟ କରି ବଜାଇଥିଲେ । ଯେଉଁଥିରେ ବ୍ୟୋମକେଶ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଏବଂ ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣୁ ନଥିବା ନେଇ ଅଧିକାରୀଙ୍କୁ ତାଗିତ କରିଥିଲେ ।

୧୪୫ ଟଙ୍କାରେ ମିଳୁଛି ୮୪୫ ଟଙ୍କାର ଏଲ.ପି.ଜି ଗ୍ୟାସ୍‌

0

ଆକାଶଛୁଆଁ ହେଲାଣି LPG ଗ୍ୟାସ୍‌ସିଲିଣ୍ଡର ମୂଲ୍ୟ । ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୨୦୨୧ରେ ଏପର୍ଯ୍ୟନ୍ତ ସିଲିଣ୍ଡର ପିଛା ୨୨୫ ଟଙ୍କାକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ୮୪୫ ଟଙ୍କାରେ ପହଞ୍ଚିଛି ।
ଏଭଳି ସ୍ଥିତିରେ Paytm ଆପଣଙ୍କ ପାଇଁ ଆଣିଛି ଖାସ୍‌ଅଫର । ଯାହାଦ୍ୱାରା ଆପଣ ୮୪୫ ଟଙ୍କାର ସିଲିଣ୍ଡରକୁ ମାତ୍ର ୧୪୫ ଟଙ୍କା ଦେଇ କିଣିପାରିବେ । ଅର୍ଥାତ୍‌ସିଧାସଳଖ ଆପଣ ପାଇବେ ୭୦୦ ଟଙ୍କା କ୍ୟାଶବ୍ୟାକ୍‌। ତେବେ କିଭଳି ଏହି ଲାଭ ଉଠାଇବେ ନଜର ପକାନ୍ତୁ..

· ଯଦି ଆପଣ ଫୋନରେ Paytm ଆପ୍‌ବ୍ୟବହାର କରୁନାହାଁନ୍ତି, ତେବେ ସର୍ବପ୍ରଥମେ ଏହାକୁ ଡାଉନଲୋଡ କରନ୍ତୁ ।
· ଏହାପରେ Paytmକୁ ଯାଇ Show More ଉପରେ କ୍ଲିକ୍‌କରନ୍ତୁ ।
· ଏହାପରେ recharge and pay billsକୁ ଯାଆନ୍ତୁ
· ଏବେ book a cylinder ଅପ୍ସନ ଖୋଲନ୍ତୁ
· ଭାରତ ଗ୍ୟାସ୍‌,ଏଚ୍‌.ପି. ଗ୍ୟାସ୍‌କିମ୍ବା ଇଣ୍ଡେନ୍‌ଗ୍ୟାସ ମଧ୍ୟରୁ ଆପଣଙ୍କ ଗ୍ୟାସ ପ୍ରୋଭାଇଡରକୁ ଚୟନ କରନ୍ତୁ
· ପଞ୍ଜିକୃତ ମୋବାଇଲ ନମ୍ବର ବା LPG ID ଦିଅନ୍ତୁ
· ଏହାପରେ ଆପଣଙ୍କୁ ଏକ ପେମେଣ୍ଟ ଅପ୍ସନ ନଜର ଆସିବ
· ଏବେ ପେମେଣ୍ଟ କରିବା ପୂର୍ବରୁ ପ୍ରଥମେ ଅଫର ଉପରେ FIRSTLPG ପ୍ରୋମୋ କୋଡ୍‌ଦିଅନ୍ତୁ ।
·
ତେବେ Paytm ମାଧ୍ୟମରେ ପ୍ରଥମ ଥର LPG ଗ୍ୟାସ୍‌ବୁକ୍‌କରିଥିବା ଗ୍ରାହକ ହିଁ ୭୦୦ ଟଙ୍କା କ୍ୟାଶବ୍ୟାକ୍‌ପାଇପାରିବେ । ଏହି ଅଫର କେବଳ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ । ଅର୍ଥାତ୍‌ଶସ୍ତାରେ ଗ୍ୟାସ୍‌ସିଲିଣ୍ଡର କିଣିବା ପାଇଁ ଆପଣଙ୍କ ନିକଟରେ କେବଳ ୭ ଦିନ ସମୟ ରହିଛି । ସୂଚନାଯୋଗ୍ୟ ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାଶବ୍ୟାକ୍‌ଷ୍କ୍ରାଚ୍‌କାର୍ଡ଼ ମିଳିବ । ଏହି ସ୍କ୍ରାଚ୍‌କାର୍ଡ଼କୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡ଼ିବ ।

ଶୁକ୍ରବାର ଭାରତ ବନ୍ଦ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ

ଭୁବନେଶ୍ବର: କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାର ରହିବ ବୋଲି ଚେତାବନୀ ଶୁଣାଇ ସାରିଛନ୍ତି ଆନ୍ଦୋଳନରତ କୃଷକ । ସେପଟେ କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା।

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୬ରୁ ସଂନ୍ଧ୍ୟା ୬ ଯାଏଁ ଭାରତ ବନ୍ଦ ପାଳନ କରାଯିବ । ସେପଟେ ବନ୍ଦ ପାଳନ ସମୟରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ । କେବଳ ଅତ୍ୟାବଶକୀୟ ସେବା ଜାରି ରହିବ । ଆମ୍ବୁଲାନ୍ସ ସେବା ସମେତ ସମସ୍ତ ଜରୁରୀକାଳୀନ ସେବା ବନ୍ଦରୁ ବାଦ ରହିବ ବୋଲି କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା।

ଦୀର୍ଘ ଚାରି ମାସ ଧରି କୃଷକ ରାଜରାସ୍ତାରେ ହକକ ପାଇଁ ଲଢେଇ କରୁଥିବାବେଳେ ସରକାର ବଧିର ସାଜିଛି । ଯେ ପର୍ଯ୍ୟନ୍ତ ଆମକୁ ଆମ ହକ ମିଳିନାହିଁ, ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିଛନ୍ତି ଚାଷୀ ନେତା ବୁଟା ସିଂ । ସରକାର ଆମ ସହ କୈଣସି ସକରାତ୍ମକ ଆଲୋଚନା କିମ୍ବା ବିଚାର କରୁନାହାଁନ୍ତି, ଏବଂ ତାଙ୍କର ଉଦେଶ୍ୟ ମଧ୍ୟ ଏଥିପ୍ରତି ନଥିଲା ଭଳି ମନେ ହେଉଛି । ତେଣୁ ଆମେ ଭାରତ ବନ୍ଦ ଡାକରା ଦେଉଥିବା ମଧ୍ୟ ସେ କହିଛନ୍ତି ।

ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଅନେକ କୃଷକ ସଂଗଠନ ସହ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଭାରତବନ୍ଦକୁ ଶାନ୍ତିର ସହ ପାଳନ କରିବାକୁ ସମସ୍ତ ଚାଷୀ ସଂଗଠନକୁ ଆହ୍ବାନ ଦେଇଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ।

ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ: କେରଳର ଲୋକ ଉଚ୍ଚ ଶିକ୍ଷିତ, ତେଣୁ ଏଠି ବିଜେପି ପଛୁଆ

ଥିରୁଅନନ୍ତପୁରମ: କେରଳରେ ସରଗରମ ହେଲାଣି ରାଜନୀତି । ଆସନ୍ତା ଏପ୍ରିଲ ୬ରେ କେରଳରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜେରସୋର୍ ରେ ଚାଲିଛି ପ୍ରଚାର । କିନ୍ତୁ ଏହାରି ଭିତରେ କେରଳର ବରିଷ୍ଠ ବିଜେପି ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି। ବିଶେଷ କରି ବିଜେପି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  କେରଳର ଏକମାତ୍ର ବିଜେପି ବିଧାୟକ  ଓ. ରାଜଗୋପାଳ କହିଛନ୍ତି  ଯେ କେରଳରେ ବିଜେପିର ସଂଖ୍ୟା ନବଢ଼ିବାର କାରଣ ହେଉଛି ରାଜ୍ୟର ଅତ୍ୟଧିକ ସାକ୍ଷରତା । ସେ କହିଛନ୍ତି ଯେ ଏଠାକାର ଲୋକ ଉଚ୍ଚ ଶିକ୍ଷିତ । ଏମାନେ ଭାବି ଚିନ୍ତି ଭୋଟ ଦିଅନ୍ତି । ରାଜଗୋପାଳଙ୍କ ଏଭଳି ବୟାନ ବିଜେପି ଗାଲରେ ଏକ ଶକ୍ତ ଚାପୁଡ଼ା ଭାବେ ବାଜିଛି।

ଏପ୍ରିଲ ୬ରେ କେରଳର ୧୪୦ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହେବ । ଯାହାର ଫଳାଫଳ ମେ ୨ରେ ପ୍ରକାଶ ପାଇବ । ବର୍ତ୍ତମାନ ରାଜ୍ୟରେ ବାମ ମୋର୍ଚ୍ଚା LDF କ୍ଷମତାରେ ଅଛି। କଂଗ୍ରେସ ନେତୃତ୍ୱାଧୀନ UDF ମେଣ୍ଟ ମୁଖ୍ୟ ବିରୋଧୀ ଭାବେ ଅଛି। ଏହି ଦୁଇ ଦଳ ମଧ୍ୟରେ ବିଜେପି ବି ନିଜ ସ୍ଥିତିକୁ ମଜଭୁତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି। କିନ୍ତୁ ରାଜଗୋପାଳଙ୍କ ଏଭଳି ବୟାନ ପରେ ଦଳକୁ ଅନେକ ପ୍ରଶ୍ନର ସମ୍ନା କରିବାକୁ ପଡ଼ିପାରେ ।

ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କେରଳର ନେମୋମ ବିଧାୟକ ଓ. ରାଜଗୋପାଳ କେରଳରେ ବିଜେପିର ସ୍ଥିତି ସ୍ପଷ୍ଟ କରିଛନ୍ତି । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେରଳରେ ବିଜେପି ଏତେ ପଛୁଆ କାହିଁକି? ଯେତେବେଳେ କି ହରିୟାଣା ଓ ତ୍ରିପୁରାରେ କ୍ଷମତା ଲଢ଼େଇରେ ପାର୍ଟି ବାଜି ମାରିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ବି ବିଜେପିର ସ୍ଥିତି ମଜଭୁତ ହେବାରେ ଲାଗିଛି । ତେବେ ଏହାର ଉତ୍ତରରେ ରାଜଗୋପାଳ କହିଥିଲେ, “କେରଳ ଏକ ଭିନ୍ନ ପ୍ରକାରର ରାଜ୍ୟ, ଏଠାରେ ଦୁଇଟି ତିନୋଟି କାରଣ ଅଛି ଯାହା ଏହାକୁ ଅନ୍ୟ ସ୍ଥାନଠାରୁ ଭିନ୍ନ କରିଥାଏ, କେରଳର ସାକ୍ଷରତା ଶତକଡା ୯୦ ପ୍ରତିଶତ ରହିଛି, ଏଠାକାର ଲୋକମାନେ ଭୋଟ ଦେବା ପୂର୍ବରୁ ଭାବନ୍ତି, ଏହାକୁ ନେଇ ଯୁକ୍ତି କରନ୍ତି। ଏବଂ ତା’ପରେ ଯାଇ ଭୋଟ୍ ଦିଅନ୍ତି। ଶିକ୍ଷିତ ଲୋକଙ୍କ ଏହା ହିଁ ଅଭ୍ୟାସ। ଆଉ ବିଜେପି ପାଇଁ ଏହା ହେଉଛି ଏକ ସମସ୍ୟା।”

ରାଜଗୋପାଲ କେରଳରେ ବିଜେପି ହାରିବାର ଦ୍ୱିତୀୟ କାରଣ ଦେଇ କହିଛନ୍ତି, ‘ରାଜ୍ୟରେ ୫୫ ପ୍ରତିଶତ ହିନ୍ଦୁ ଏବଂ ୪୫ ପ୍ରତିଶତ ସଂଖ୍ୟାଲଘୁ ଅଛନ୍ତି, ତେଣୁ ଏଠାରେ ପ୍ରତ୍ୟେକ ରାଜନୈତିକ ଦଳର ଗୁଣନ ଫେଲ ମାରେ। ତେଣୁ କେରଳକୁ ଅନ୍ୟ ରାଜ୍ୟ ସହ ତୁଳନା କରାଯାଇପାରିବ ନାହିଁ। ଏଠାରେ ପରିସ୍ଥିତି ଅଲଗା, କିନ୍ତୁ ଆମେ ଧୀରେ ଧୀରେ  ଆଗକୁ ବଢ଼ୁଛୁ।’ ତେବେ ରାଜଗୋପାଳଙ୍କ ଏଭଳି ବୟାନ ଆଗାମି ନିର୍ବାଚନରେ ବିଜେପି ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିପାରେ ।

ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ ପୁରୁଷଙ୍କ ପାଇଁ ପୁରୁଷ ତିଆରି କରିଛନ୍ତି ନିୟମ

ନୂଆଦିଲ୍ଲୀ: ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପାଇଁ ୮୦ ଜଣ ମହିଳା ଅଧିକାରୀ କରିଥିବା ଆବେଦନ ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମହିଳାଙ୍କ ପାଇଁ ମେଡିକାଲ ଫିଟନେସ୍ ଆବଶ୍ୟକତା ‘ମନମୁତାବକ’ ଓ ‘ତର୍କହୀନ’ ଅଟେ । ସର୍ବୋଚ୍ଚୋ ଅଦାଲତ କହିଛନ୍ତି ଯେ, ‘ ଆମକୁ ଏହା ବୁଝିବାକୁ ପଡିବ ଯେ, ଆମ ସମାଜର ସରଞ୍ଚନା ପୁରୁଷଙ୍କ ଦ୍ୱାରା ପୁରୁଷଙ୍କ ପାଇଁ ତିଆରି ହୋଇଛି । ଯଦି ଏଥିରେ ପରିବର୍ତ୍ତନ ନହୁଏ ତେବେ ମହିଳାଙ୍କୁ ସମାନ ଅବସର ମିଳିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ସେନା ପାଇଁ ଝଟକା ଭାବେ ବିବେଚନା କରାଯାଉଛି ।

ସେନାର ବାର୍ଷିକ ଗୋପନୀୟ ରିପୋର୍ଟ (ଏସିଆର) ମହିଳାଙ୍କ ପାଇଁ ଭେଦଭାବପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେନାର ଏହି ତରିକା ମହିଳାଙ୍କୁ କେବେ ମଧ୍ୟ ସମାନ ଅଧିକାର ଦେବ ନାହିଁ । ସ୍ଥାୟୀ କମିଶନ ପାଇବା ପାଇଁ ଯୋଗ୍ୟ ମହିଳା ଅଧିକାରୀଙ୍କୁ ଦୁଇ ମାସ ମଧ୍ୟରେ ତୁରନ୍ତ ପଦଭାର ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ମୁଲ୍ୟାଙ୍କନର ତରିକା ପ୍ୟାଟର୍ଣ୍ଣ ଦ୍ୱାରା ଏସଏସସି (ସର୍ଟ ସର୍ଭିସ କମିଶନ) ମହିଳା ଅଧିକାରୀଙ୍କୁ ମାନସିକ ଓ ଆର୍ଥିକ କ୍ଷତି ହୋଇଥାଏ ।

ସୁପ୍ରିମକୋର୍ଟ ଫେବ୍ରୁଆରୀ ୧୭,୨୦୨୦ର ନିଜ ଫୈସଲାରେ ସର୍ଟ ସର୍ଭିସ କମିଶନ ସମସ୍ତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଗତବର୍ଷ କେନ୍ଦ୍ର ସରକାରଙ୍କୁ ନିଜ ପୁରୁଷ ସମକକ୍ଷଙ୍କ ସହିତ ସେନାର ସମସ୍ତ ଯୁଦ୍ଧ ଲଢୁନଥିବା ଅଙ୍ଗରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ ।

ବିଧାନସଭାରେ କୃଷି ଆଇନ ତାତି, ନରସିଂହ କହିଲେ ରାଜ୍ୟରେ ଲାଗୁ ନହେଉ କେନ୍ଦ୍ର ଆଇନ

ଭୁବନେଶ୍ବର: ବିଧାନସଭାରେ କୃଷି ଆଇନ ତାତି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ କୃଷକଙ୍କ ପାଇଁ କ୍ଷତିକାରକ । କୃଷକ ବିରୋଧି ଏହି ଆଇନ, ତେଣୁ କେନ୍ଦ୍ର ସରକାର ଯେଉଁ ତିନୋଟି କଳା କୃଷି ଆଇନ ଆଣିଛନ୍ତି ତାକୁ ରାଜ୍ୟରେ କାର୍ଯ୍ୟକାରୀ କରାନଯାଉ ବୋଲି ଗୃହରେ ଉଠାଇଛନ୍ତି ନରସିଂହ ମିଶ୍ର ।

ସେପଟେ ଏନେଇ କଂଗ୍ରେସ ଦଳ ଏହା ଉପରେ ଏକ ସଂକଳ୍ପ ଦେଇଛି । ଏହି ସଂକଳ୍ପ ପତ୍ରକୁ ଗୃହରେ ଆଲୋଚନା କରାଯିବା ପାଇଁ ପାସ କରାଯାଉ ବୋଲି ମଧ୍ୟ କହିଛନ୍ତି କଂଗ୍ରେସ ଦଳ ନେତା। ବହୂ ରାଜ୍ୟ ଏହି ଆଇନ କୁ କାର୍ଯ୍ୟକାରୀ କରିନାହାନ୍ତି । କାଲି ଏହି ଆଇନ କୁ ବିରୋଧ କରି କୃଷକ ସଂଘଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ବୋଲି ଗୃହରେ କହିଛନ୍ତି ନରସିଂହ ମିଶ୍ର ।

‘ଡିସେମ୍ବରରେ ଚିହ୍ନଟ ହୋଇଥିଲେ ୟୁକେ ଷ୍ଟ୍ରେନ, କାହାକୁ କରି ନାହାନ୍ତି ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଭୂତାଣୁ ନେଇ ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା  । ସେ କହିଛନ୍ତି  ଦେଶର 10ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ ।  4ଟି ରାଜ୍ୟର ଆଇଏଲଏସ କରୁଥିଲେ । 3 ଜଣ ୟୁକେ ଫେରନ୍ତା ଆସିଥିଲେ । ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା । ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। 220ଟି ସମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା  । N440K ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ । ଏହି 3ଟା ମଧ୍ୟ ଅଧିକ ସଂକ୍ରମକ ନୁହେଁ ।

ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ । ପୁନଃ ସଂକ୍ରମଣ ହାର ବଢ଼ିଛି । 1:1 ରୁ 1:5 ହୋଇ ଯାଇଛି । କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ । ପଞ୍ଜାବରେ 80 ପ୍ରତିଶତ ୟୁକେ ଭେରିଏଣ୍ଟ । କିନ୍ତୁ ଓଡିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ହେଲେ ଓଡ଼ିଶାକୁ ସେ ସ୍ଥିତି ଆସି ନାହିଁ। ତେବେ ଲୋକ ଅମାନିଆ ଅଛନ୍ତି।

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ । କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ କଲେ ଜଣାପଡ଼ିବ । ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ 320ଟି ସାମ୍ପୁଲ ଟେଷ୍ଟ କରାଯିବ। ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନଥିବା ଜଣା ପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ। ଦୈନିକ 10,500 RTPCR ହେଉଛି। ଜାନୁଆରୀ ଓ ଫେର୍ବୃଆରୀର genom sequence NIV ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ ବୋଲି କହିଛନ୍ତି ଅଜୟ ପରିଡ଼ା  ।

ବେକାବୁ କରୋନା: ଦିନକରେ ୫୦ ହଜାର ଟପିଲା ସଂକ୍ରମଣ

ଦେଶରେ ପୁଣି ୫୦ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ଦୀର୍ଘ ୫ମାସ ପରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ପାର୍ କରିଛି।  ଦେଶରେ ଗତ ୨୪ ଘଣ୍ଟାରେ ଆଉ ୫୩ ହଜାର ୪୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୨୫୧ ଜଦଣଙ୍କ ଜୀବନ ବି ଯାଇଛି ।

ସେହିପରି ଦିନକରେ ୨୬ ହଜାର ୪୯୦ ଜଣ ଆକ୍ରାନ୍ତ  କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ରେ ପହଞ୍ଚିଛି ।  ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ,  ୩ ଲକ୍ଷ ୯୫ ହଜାର ୧୧୨ ସକ୍ରିୟ ମାମଲା ରହିଛି। ସେହିଭଳି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ଜାର ୬୯୨ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫ କୋଟି ୩୧ ଲକ୍ଷ ୪୫ ହଜାର ୭୦୯ ଜଣ କରୋନା ଟିକା ନେଇସାରିଲେଣି।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ: ମହାରାଷ୍ଟରରେ ପ୍ରତିଦିନ କରୋନା ସଂକ୍ରମଣ ପୂରୁଣା ରେକର୍ଡ଼୍ ଭାଙ୍ଗୁଛି । ଗତ କିଛି ଦିନରେ ମହାରାଷ୍ଟ୍ରରେ ୩୧ ହଜାରରୁ ବି ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ସକ୍ରିୟ ରହିଛି, ଯାହାକି ଦେଶର ମୋଟ ସକ୍ରିୟ ମାମଲାର ଅଧାରୁ ଅଧିକ। ଏହି କାରଣରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ କରିଦିଆଯାଇଛି।

କେବଳ ମହାରାଷ୍ଟ୍ର ନୁହେଁ ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗରେ ମଧ୍ୟ କରୋନା ଗ୍ରାଫ ଉପରମୁହାଁ ହେଉଛି । ତେଣୁ ପ୍ରାୟ ରାଜ୍ୟରେ ପୁଣି ଥରେ କରୋନାକଟକଣା କୁ କଡ଼ା କଡ଼ି ଭାବେ ପାଳ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବହିରୁ ମିଳିଲା ହତ୍ୟା ଟ୍ରେନିଂ, ଶାଶୁକୁ ହତ୍ୟା, ସ୍ତ୍ରୀ କୋମାରେ

ନୂଆଦିଲ୍ଲୀ: ପୁସ୍ତକ ସାଜିଛି ଶିକ୍ଷକ । କିନ୍ତୁ କୌଣସି ମହାନ କାମ ପାଇଁ ନୁହେଁ ବରଂ ଅପରାଧ ପାଇଁ । ଦିନେ ରାଜନୈତିକ ବିରୋଧୀଙ୍କୁ ମାରିବା ପାଇଁ ଥିଲିୟମ ନାମକ ବିଷାକ୍ତ ପଦାର୍ଥ ବ୍ୟବହାର କରିଥିଲା ଏକଛତ୍ରବାଦ ଶାସକ ସଦ୍ଦାମ ହୁସୈନ । ଯାହାର କାହାଣୀକୁ ପୁସ୍ତକରେ ପଢି ହତ୍ୟା ପ୍ରଶିକ୍ଷଣ ନେଇଥିଲା ଦିଲ୍ଲୀ ସ୍ଥିତ ବିଲଡର ବରୁଣ ଅରୋରା । ପୁସ୍ତକରୁ ନେଇଥିବା ଜ୍ଞାନକୁ କାମରେ ବ୍ୟବହାର କରିଛି ସୈତାନ ବରୁଣ । ଶାଶୁ, ଶ୍ୱଶୁର, ଶାଳୀ ଏବଂ ପତ୍ନିକୁ ମାଛ ସହିତ ଦେଇଥିଲା ବିଷାକ୍ତ ଥିଲିୟମ ଗ୍ୟାସ୍‌। ଏହା ପ୍ରଭାବରେ ବରୁଣର ଶାଶୁ ଏବଂ ଶାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ କୋମାକୁ ଚାଲି ଯାଇଛନ୍ତି ବରୁଣର ପତ୍ନି ଅନିତା ଶର୍ମା ।

ଉକ୍ତ ମାମଲାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ବରୁଣର ଶ୍ୱଶୁର । ବରୁଣର ଶ୍ୱଶୁରଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାରକୁ ବରୁଣ ମାଛ ମାଧ୍ୟମରେ ବିଷାକ୍ତ ଥିଲିୟମ ଗ୍ୟାସ ଦେଇଥିବା ବେଳେ ନିଜେ ସେହି ମାଛ ଖାଇନଥିଲା । ବରୁଣର ଶାଶୁ ଅନିତାଙ୍କ ମୃତ ଶରୀରରୁ ଥିଲିୟମ ଗ୍ୟାସ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟର ଜଣାପଡ଼ିଛି । କେବଳ ସେତିକି ନୁହେଁ ବରୁଣର ପତ୍ନି ଦିବ୍ୟାଙ୍କ ଶରୀରରୁ ମଧ୍ୟ ଥିଲିୟମ ଗ୍ୟାସ୍‌ର ଅତ୍ୟଧିକ ମାତ୍ରା ମିଳିଛି ।

ପୋଲିସ ଉକ୍ତ ଘଟଣାର ତଦନ୍ତ ପରେ ଅଭିଯୁକ୍ତର ଲ୍ୟାପଟପ ଏବଂ କମ୍ପ୍ୟୁଟରକୁ ଜବତ କରିଛି । ଯେଉଁଥିରୁ ଅଭିଯୁକ୍ତ ହତ୍ୟା ପାଇଁ ରଦାମ ହୁସୈନଙ୍କ କାହାଣୀ ଇଂଣ୍ଟରନେଟରୁ ପଢିଥିବା ଜଣାପଡ଼ିଲା । ପୋଲିସ୍‌ଅଭିଯୁକ୍ତକୁ ଗିରଫ କରିସାରିଛି ।

ଥିଲିୟମ ହେଉଛି ଅତ୍ୟଧିକ ବିଷାକ୍ତ ରାସାୟନିକ ଗ୍ୟାସ୍‌। କୀଟାଣୁ ଏବଂ ମୂଷାକୁ ମାରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।