ଭ୍ୟାକ୍ସିନ୍ ଅଭାବ, ବୁଧବାର ୧୫ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

Only 97 Covid Vaccination Centre Will Vacinate People Tomorrow

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଭ୍ୟାକ୍ସିନ୍ ଅଭାବ ଟଳୁନିଷ । ଆସନ୍ତାକାଲି ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ । ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ । ଫଳରେ ବୁଧବାର ରାଜ୍ୟର ୧୫ଟି ଜିଲ୍ଲାର କୌଣସି ସ୍ଥାନରେ କୋଭିଡ୍ ଟିକା ଦିଆଯିବ ନାହିଁ ।

Vaccine Shortage, No Vaccination Planned In 15 District Of Odisha Tomorrow

ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର କୌଣସି ବି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ଆଜି ମୋଟ ୧୧୯ଟି କେନ୍ଦ୍ରରେ ୨୫ ହଜାର ୨୧୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୫୯ ଲକ୍ଷ ୨୯ ହଜାର ୫୨୫ ଡୋଜ୍ ଟିକା ଦିଆଯାଇ ସାରିଲାଣି । ଏବେ ରାଜ୍ୟ ପାଖରେ କେନ୍ଦ୍ର କୋଟାରେ ୧ ଲକ୍ଷ ୯ ହଜାର ୫୭୦ ଡୋଜ୍ କୋଭିସିଲ୍ଡ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୦ ଡୋଜ୍ କୋଭାକ୍ସିନ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନ୍ ମଧ୍ୟରୁ ୧ ଲକ୍ଷ ୩୫ ହଜାର ୮୪୦ ଡୋଜ୍ ଥିବା ଜଣାପଡ଼ିଛି ।

Leave a Reply