ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

1 min read
Odisha Mandatory 14 Days Quarantine For Telangana And Andhra Pradesh Comers

ଭୁବନେଶ୍ୱର: ପଡ଼ୋଶୀ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କରୋନା ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ଭିରୁଲେଣ୍ଟ ଭାରିଆଣ୍ଟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚିହ୍ନଟ ପରେ ସତର୍କ ହୋଇଛି ଓଡ଼ିଶା । ରାଜ୍ୟରେ ନୂଆ ଭୂତାଣୁର ପ୍ରବେଶ ରୋକିବାକୁ ଏସଆରସି କଟକଣା ଜାରି କରିଛନ୍ତି । ସୀମାବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ୬ ଜିଲ୍ଲାର ସୀମାରେ ବର୍ଡର ଚେକ୍ ପୋଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥିସହ ଉଭୟ ରାଜ୍ୟରୁ ଓଡ଼ିଶା ଆସୁଥିବା ସମସ୍ତଙ୍କ ଉପରେ ନଜର ରଖାଯିବ । ଯିଏ କେହି ବି ତେଲଙ୍ଗାନା କିମ୍ବା ଆନ୍ଧ୍ରପ୍ରଦେଶରୁ ଆସିବେ, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ୧୪ ଦିନ ଲାଗି ବାଧ୍ୟତାମୂଳକ ଗୋଷ୍ଠୀ ସଂଗରୋଧରେ ରଖିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ରାଜ୍ୟରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ଆସି ହେବ । ୨ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବ । ଯାତ୍ରାର ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ କିମ୍ବା ୨ଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଥିଲେ ୭ ଦିନ ଲାଗି ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ । ହୋମ୍ କ୍ୱାରେଣ୍ଟାଇନରେ ରହିବା ବେଳେ ନିୟମ ନମାନିଲେ ତାଙ୍କୁ ଗୋଷ୍ଠୀ ସଂଗରୋଧ କେନ୍ଦ୍ରରେ ୭ ଦିନ ରଖାଯିବ ।

Leave a Reply