spot_img
Home Blog Page 5820

ଓଡ଼ିଆ ସାଇକେଲିଷ୍ଟ ସ୍ୱାତୀ ସିଂହଙ୍କୁ ସ୍ୱର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଦ୍ରାବାଦରେ ଖେଳା ଯାଉଥିବା ୭୨ତମ ବରିଷ୍ଠ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀଙ୍କୁ ସଫଳତା ମିଳିଛି । ଓଡ଼ିଆ ଝିଅ ସ୍ୱାତୀ ସିଂହ ପାଇଛନ୍ତି ସ୍ୱର୍ଣ୍ଣ ପଦକ । ଇଲାଇଟ୍ ୱିମେନ୍ ୩୦୦୦ ମିଟର ବ୍ୟକ୍ତିଗତ ବିଭାଗରେ ସ୍ୱାତୀ ଗୋଲ୍ଡ ମେଡାଲ ଜିତିବା ସହ ଜାତୀୟ ସ୍ତରରେ ଆଉ ଏକ ରେକର୍ଡ କରିଛନ୍ତି । ସ୍ୱାତୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ରାଉରକେଲା ସହରର ସ୍ୱାତୀ ସିଂହଙ୍କ ସାଇକେଲ ଚାଳନା ନିଶା ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ସ୍ୱାତୀ ଟ୍ରେନିଂ ନେଉଛନ୍ତି । ଜାତୀୟ ସ୍ତରରେ ନାଁ କରିଥିବା ସ୍ୱାତୀ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସପ୍ତମ କ୍ଲାସ ପଢ଼ିବା ବେଳେ ୨୦୧୫ରେ ସାଇକେଲ୍ ଚାଳନା ଆରମ୍ଭ କରିଥିଲେ ସ୍ୱାତୀ । ସେ ତାଙ୍କ କ୍ୟାରିୟରର ପ୍ରଥମ ରାଜ୍ୟସ୍ତରୀୟ କ୍ରୀଡ଼ାରେ ୪ ଗୋଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ଯାହାକି ତାଙ୍କୁ ସଫଳତା ଦେବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଥିଲା ।

Odisha's Swasti Singh won gold at 72nd Sr. National Track Cycling Championship

୨୦୧୮ରେ ପ୍ରଥମ ଥର ଲାଗି ସ୍ୱାତୀ ଜାତୀୟ ସ୍ତରରେ ପ୍ରଥମ ପଦକ ପାଇଥିଲେ । ୨୩ତମ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ବ୍ୟକ୍ତିଗତ ଭାବେ ୧୫ କିଲୋମଟିର ସାଇକେଲ ଚାଳନରା ସ୍ୱାତୀ ବ୍ରୋଞ୍ଜ ପାଇଥିଲେ । ପରେ ୨୦୧୮ ଜୁନରେ ସେ ଜାତୀୟ କ୍ୟାମ୍ପ ପାଇଁ ମନୋନୀତ ହୋଇଥିଲେ ।

Odisha's Swasti Singh won gold at 72nd Sr. National Track Cycling Championship

ସେହି ୨୦୧୮ ମସିହାରେ ସ୍ୱାତୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଥିଲା । ୧୭ ବର୍ଷ ବୟସରେ ପଞ୍ଚମ ଏସିଆନ୍ କପ୍ ଟ୍ରାକ୍ ସାଇକେଲିଂ ୨୦୧୯ରେ ସେ ଆଉ ଏକ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ । ନିଜ ପୂର୍ବ ରେକର୍ଡ ଭାଙ୍ଗି ପାଇଥିଲେ ବ୍ରୋଞ୍ଜ ପଦକ । ପରେ ତୃତୀୟ ଖେଳୋ ଇଣ୍ଡିଆ ୟୁଥ୍ ଗେମରେ ସେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ପାଇଥିଲେ ।

ପୌର ପରିଷଦ ବୈଠକରେ ଆତଙ୍କବାଦୀ ଆକ୍ରମଣ, କାଉନସିଲର ଓ ପୋଲିସ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ । ସୋପୋରରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ସ୍ଥାନୀୟ ବିଜେପି କାଉନସିଲର ରିୟାଜ ଅହମଦଙ୍କ ସହ ପୋଲିସ ଅଧିକାରୀ ସଫକତ ଅହମଦଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ କାଉନସିଲର ଶାମସ ଉଦ-ଦିନ ପୀର ଗୁରୁତର ଆହତ ହୋଇଛନ୍ତି । ସୁରକ୍ଷାକର୍ମୀ ଅଞ୍ଚଳକୁ କର୍ଡନ କରି ନେଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Terrorists fired at Municipal Office Sopore

ମହାରାଷ୍ଟ୍ରରେ ଏନ୍‌କାଉଣ୍ଟର: ୫ ମାଓବାଦୀ ନିପାତ

ମୁମ୍ୱାଇ: ମହାରାଷ୍ଟ୍ରର ଖବ୍ରମେଣ୍ଢା ଜଙ୍ଗଲରେ ଏନ୍‌କାଉଣ୍ଟର, ୫ମାଓବାଦୀ ମୃତ । ଏନକାଉଣ୍ଟରରେ ୩ପୁରୁଷ ଓ ୨ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଲେଓ୍ୱାଡା ନିକଟ ଖବ୍ରାମେଣ୍ଢା ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ଏହି ସୂଚନା ଦେଇଛନ୍ତି  । ଶନିବାରଠାରୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା  । ନକ୍ସଲ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇଥିଲେ  । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ସହ ବିପୁଳ ପରିମାଣର ମାଓ ସାମଗ୍ରୀ ପୋଲିସ ଜବତ କରିଛି  । ଶହ ଶହ ମାଓବାଦୀ ଜଙ୍ଗଲରେ ଏକାଠି ହୋଇଥିବା ସୂଚନା ମିଳିଥିଲା  । ଖବର ପାଇ ଏଏସ୍‌ପି ମନୀଷ କଲଓ୍ୱାନିୟାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା  ଅପରେସନ । ୬୦ଜଣିଆ ପୋଲିସ ଟିମର ନେତୃତ୍ୱ ନେଇଥିଲେ ମନୀଷ  । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୫ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବହୁ ବନ୍ଧୁକ, ଗୁଳି ଓ ମାଓ ସାମଗ୍ରୀ ଜବତ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ୬୮ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଗ୍ରାମ୍ୟବ୍ୟାଙ୍କରୁ ଡକାୟତି ଯୋଜନା ପଣ୍ଡ: ୪ ଗିରଫ

ପୁରୀ: ଡେଲାଙ୍ଗ ଥାନା ହରିପୁର ଗ୍ରାମ୍ୟବ୍ୟାଙ୍କରୁ ଡକାୟତି ଯୋଜନା ବେଳେ ୪ ଜଣ ଗିରଫ । ସେମାନଙ୍କ ଠାରୁ ୫ଟି ଅଫୁଟା ବୋମା, ୪ଟି ଚୋରା ମୋଟର ସାଇକେଲ ଓ ଖଣ୍ଡା ଆଦି ଜବତ ହୋଇଛି । ଶୀତଲପୁର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଡେଲାଙ୍ଗ ପୋଲିସ ଚଢ଼ାଉ କରିଥିଲା । ପୋଲିସ ଉପରକୁ ବୋମାମାଡ଼ ହୋଇଥିବା ବେଳେ ୪ ଜଣଙ୍କୁ ପୋଲିସ ଗିରଫ କରିଛି  । ଆଉ ୪ଜଣ ଫେରାର ହୋଇଯାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କୁ ଚଲାଇ ଥାନା ଅଧିକାରୀ ସସ୍‌ପେଣ୍ଡ

ରାଜ୍ୟରେ କରୋନା ପାଇଁ ବନ୍ଦ ହେବନି ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ବନ୍ଦ ହେବନି ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କୌଣସି ସରକାରୀ ସ୍କୁଲ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇନାହାନ୍ତି । କିଛି ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ହୋଇଛି । ତେଣୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଆସନ୍ତାକାଲି ସେମାନଙ୍କ ଅଭ୍ୟାସ ପରୀକ୍ଷା ଅଛି । ସେହିପରି ଏପ୍ରିଲ ୯ ତାରିଖରେ OTET ହେବ । କରୋନା ପରିସ୍ଥିତିରେ ରାଜ୍ୟ ସରକାର ସମସ୍ତ SOP ମାନି କ୍ଲାସ ଚଳାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତ ।

ସୂଚନା ଯୋଗ୍ୟ ଯେ, କରୋନା ପଜିଟିଭ୍ ଟିହ୍ନଟ ପରେ ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । ଟେଷ୍ଟିଂ ପରେ ଆଲେନ୍ ଇନଷ୍ଟିଚ୍ୟୁଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ପୂର୍ବରୁ XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ XIMBକୁ ମଧ୍ୟ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଗର୍ଭବତୀ ମହିଳାଙ୍କୁ ଚଲାଇ ଥାନା ଅଧିକାରୀ ସସ୍‌ପେଣ୍ଡ

ଉଦଳା: ଗର୍ଭବତୀ ମହିଳାଙ୍କୁ ଦୀର୍ଘରାସ୍ତା ଚଲାଇ ଥାନା ଅଧିକାରୀ ସସ୍‌ପେଣ୍ଡ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ରୀନା ବକ୍ସାଲଙ୍କୁ ଏସ୍‌ପି ସସ୍‌ପେଣ୍ଡ କରିଛନ୍ତି । ସୂଚନା ଅନୁସାରେ ଶରତ ଥାନା ଅଞ୍ଚଳରେ ହେଲମେଟ୍ ଚେକିଂ କରୁଥିଲା ପୋଲିସ । ଏହି ସମୟରେ ନୋଟ ପଞ୍ଚାୟତର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ ଉଦଳା ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେବା ବେଳେ ପୋଲିସ ଅଟକାଇଥିଲା । ବିକ୍ରମ ହେଲମେଟ ଓ ମାସ୍କ ପିନ୍ଧି ଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ପତ୍ନୀ ହେଲମେଟ୍ ପିନ୍ଧିନଥିଲେ । ଏଥିପାଇଁ ଚାଲାଣ କାଟିଥିଲା ପୋଲିସ । ଅନଲାଇନରେ ଟଙ୍କା ଦେବାକୁ କହିଥିଲେ ବିକ୍ରମ । କିନ୍ତୁ ଏଥିରେ ରାଜି ହୋଇଥିଲେ ଶରତ ଥାନା ଓଆଇସି ରୀନା ବକ୍ସାଲ । ସଙ୍ଗେ ସଙ୍ଗେ ଟଙ୍କା ନଦେଲେ ଯାଇପାରିବ ନାହିଁ ବୋଲି କହିଥିଲେ ଓଆଇସି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡ଼ି ବିକ୍ରମଙ୍କୁ ୪ ଘଣ୍ଟା ଥାନାରେ ଅଟକ ରଖିଥିଲା । ମହିଳା ଜଣକ ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ପରେ ଏନେଇ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି । ଓଆଇସି ରୀନା ବକ୍ସାଲଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କୁ ମୟୂରଭଞ୍ଜ ଏସପି ସସ୍‌ପେଣ୍ଡ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ୬୮ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୬୮ହଜାର ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୮୪୩ରେ ପହଞ୍ଚିଛି । ଏଥିସହିତ ୩୨ହଜାର ୨୩୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୧ହଜାର ୮୦୮ଟି ଆକ୍ଚିଭ କେଶ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ କରୋନା ମୁକାବିଲା ପାଇଁ ଦେଶରେ ଜୋରସୋରରେ ଚାଲିଛି ଟିକାକରଣ ।

ସୂଚନାଯୋଗ୍ୟ, ସାରା ଦେଶରେ କରୋନାଭାଇରସ୍ କାୟା ମେଲାଇଦେଇଛି । ତେଣୁ କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ରଙ୍ଗର ପର୍ବ ହୋଲି ।କୋଭିଡର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । କେବଳ ଘରେ ନିଜପରିବାର ସହ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସହ ହୋଲି ସେଲିବ୍ରେଟ କଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। କରୋନା କଟକଣା ଭିତରେ ସମଗ୍ର ଦେଶରେ ପାଳନ ଚାଲିଛି ଏହି ଉତ୍ସବ । ପ୍ରତ୍ୟେକ ଗଳି କନ୍ଦିରେ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ହୋଲି ଖେଳରେ ମସଗୁଲ ଅଛନ୍ତି । ବଲିଉଡ ସେଲେବ୍ରିଟି ବି ଏଥିରେ ପଛରେ ପଡ଼ିନାହାଁନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୋଲିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଶାଶୁଙ୍କ ସହ ନଜର ଆସିଛନ୍ତି।

ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ଫଗୁ ଓ ଫୁଲରେ ହୋଲି ସେଲେବ୍ରେଟ କରୁଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା ଫଟୋ ଶେଆର କରି ନିଜ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ରଙ୍ଗର ପର୍ବ ହୋଲି ମୋର ସବୁଠୁ ପସନ୍ଦର ପର୍ବ ମଧ୍ୟରୁ ଅନ୍ୟତମ । ଆଶା କରୁଛିଯେ ଆମେ ସମସ୍ତେ ନିଜ ପ୍ରିୟଜନଙ୍କ ସହ ହୋଲି ଖେଳିବା, କିନ୍ତୁ ନିଜ ଘରେ। ସମସ୍ତଙ୍କୁ ହାପି ହୋଲି।’

ପ୍ରୟଙ୍କାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବର୍ତ୍ତମାନସୁଦ୍ଧା ତାଙ୍ର ଏହି ଫଟୋରେ ୧୨ ଲକ୍ଷରୁ ଅଦିକ ଲାଇକ ମିଳିସାରିଲାଣି। ଏଥିସହ ବହୁତ କମେଣ୍ଟ ମଧ୍ୟ ମିଳୁଛି । ଫ୍ୟାନମାନେ କମେଣ୍ଟ କରି ପ୍ରିୟଙ୍କା ଓ ତାଙ୍କ ପରିବାରକୁ ହୋଲିର ଶୁଭ କାମନା ଦେଉଛନ୍ତି।

ରାଜ୍ୟରେ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୩, ବାଲେଶ୍ୱର ୮ ବରଗଡ଼ ୨୨, ବଲାଙ୍ଗୀର ୪, ବୌଦ୍ଧ ୧, କଟକ ୧୫, ଗଞ୍ଜାମ ୩, ଯାଜପୁର ୮, ଝାରସୁଗୁଡ଼ା ୧୧, କଳାହାଣ୍ଡି ୨୨, କେନ୍ଦ୍ରାପଡ଼ା ୩, ମୟୂରଭଞ୍ଜ ୯, ନବରଙ୍ଗପୁର ୧, ନୂଆପଡ଼ା ୩୬, ପୁରୀ ୯, ରାୟଗଡ଼ାରୁ ଜଣେ, ସମ୍ୱଲପୁର ୫, ସୁନ୍ଦରଗଡ଼ରୁ ୭ ଓ ଷ୍ଟେଟ୍ ପୁଲ୍‌ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୨୩ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ପାଳିଲେ ହୋଲି

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ନିୟମକୁ ସାରା ଦେଶର ଚାଷୀମାନେ ବିରୋଧ କରୁଛନ୍ତି। ଗତ ୧୨୩ ଦିନ ଧରି କୃଷକମାନେ ଦିଲ୍ଲୀ ସୀମାଗୁଡ଼ିକରେ ପ୍ରଦର୍ଶନ କରିଆସୁଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜୀପୁରରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ଆନ୍ଦୋଳନ ଭିତରେ ବି ରଙ୍ଗର ବର୍ବକୁ ପାଳନ କରିଛନ୍ତି ଅନ୍ନଦାତା। ଗାଜିପୁରରେ ଆନଦୋଳନରତ ଚାଷୀମାନେ ଗୀତ ଓ ନୃତ୍ୟ କରି ହୋଲି ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁଆସିଛି ।

ଚାଷୀମାନେ ନିଜର ଦୁଃଖକୁ ଭୁଲି ବେଶ୍ ଖୁସିରେ ବାଜା ବଜାଇ, ନାଚି-ଗାଇ ହୋଲି ପାଳନ କରୁଛନ୍ତି। ଜଣେ ଚାଷୀ କହିଛନ୍ତି, ‘ସରକାର ଆମର ଦାବିକୁ ଗ୍ରହଣ କରନ୍ତୁ ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର କରନ୍ତୁ। ଯାହାଫଳରେ ଆମେ ନିଜ ଘରକୁ ଫେରିପାରିବୁ।’

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ । ହେଲେ କେନ୍ଦ୍ରର ଏହି ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ।