ରାଉରକେଲାରେ ସଟଡାଉନକୁ ବେଖାତିର, ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ

ରାଉରକେଲା: ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକ୍‌ଡାଉନ୍ ସହ ସଟ୍‌ଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ବନ୍ଦ ରହିଛି ଦୋକାନ ବଜାର । ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ଟ୍ବିନ୍‌ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ମାନି ଲୋକ ଚଳିବା ପାଇଁ ସରକାର ଅପିଲ୍ କରିଛନ୍ତି । କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ସହ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଲାଗୁ କରାଯାଇଛି ।

କିନ୍ତୁ ରାଉରକେଲାରେ ସପ୍ତାହାନ୍ତ ସଟଡାଉନକୁ ବେଖାତିର କରାଯାଇଛି । ଡେଲି ମାର୍କେଟ ଓ ଟ୍ରାଫିକ ମାର୍କେଟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ । ଚଢ଼ାଉ ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ କରାଯାଇଛି । ଏଥିସହ ୬ଟି ଦୋକାନକୁ ସିଲ୍ କରିଛି ପ୍ରଶାସନ। ସଟଡାଉନରେ ଆମିଷ ବିକ୍ରି କରାଯାଉଥିବା ବେଳେ ଚଢ଼ାଉ କରିଥିଲା ପୋଲିସ ।

ସେହିପରି କୋଭିଡ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ । ଶକ୍ତ ହୋଇଛି ଓଡ଼ିଶା ପୋଲିସ । ଗତକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ୧୨ଲକ୍ଷ ୭୭ହଜାର ୩୦୦ ଟଙ୍କା ଫାଇନ୍ ଆଦାୟ କରିଛି ପୋଲିସ । ୬ଟି କେସ୍ ରୁଜୁ ହୋଇଥିବା ବେଳେ ୧୮ଜଣ ଅମାନିଆଙ୍କୁ ଗିରଫ କରାଯାଇଛି । ୨୪ ଘଣ୍ଟାରେ ୩ ହଜାର ୯୯ଟି ଗାଡ଼ି ଜବତ କରାଯାଇଥିବା ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

Leave a Reply