ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀଙ୍କ ରାଉରକେଲା ଗସ୍ତ, କୋଭିଡ୍‌ ପରିଚାଳନାର ସମୀକ୍ଷା

ରାଉରକେଲା ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହାସହ ସହରରେ କରୋନା ମ୍ୟାନେଜମେଣ୍ଟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସୁଦ୍ଧା ଆହୁରି ୯୦ ଆଇସିୟୁ ବେଡ୍ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କ୍ଷମ ହେବ ଓ ଟେଷ୍ଟିଂ ବଢ଼ିବ । ୧୨୦ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ସାମିଲ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ । ରାଉରକେଲା ପରେ ବରଗଡ଼ ଯାଇଛନ୍ତି ଅସିତ ତ୍ରିପାଠୀ ।

ବରଗଡ଼ର ଗ୍ରାଉଣ୍ଡଜିରୋରେ ଏନଫୋର୍ସମେଣ୍ଟର ତଦାରଖ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ରୋଗୀଙ୍କ ଚିକିତ୍ସା ଠିକ ଭାବେ ହେଉଛି କି ନାହିଁ ଓ ଅନ୍ୟ ବ୍ୟବସ୍ଥାର ସମୀକ୍ଷା କରିବେ ଅସିତ ତ୍ରିପାଠୀ । ତାଙ୍କ ସହ ଜଳସମ୍ପଦ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଓ ଏନଏଚଏମର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଅଛନ୍ତି ।

Leave a Reply