୨୦୨୦ରେ ୟୁପିଏସସି ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ

Odisha To Provide Free Coaching To Students For National Entrance Exam

ନୂଆଦିଲ୍ଲୀ: ୨୦୨୦ରେ ୟୁପିଏସସି ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର । ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ସତ୍ୟପାଠ ଦାଖଲ କରାଯାଇଛି ।

କରୋନା ମହାମାରୀ ପାଇଁ ୨୦୨୦ ଅକ୍ଟୋବରରେ ୟୁପିଏସସି ଦ୍ବାରା ଆୟୋଜିତ ହୋଇଥିବା ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ଅନେକ ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ଅଂଶଗ୍ରହଣ କରିପାରି ନଥିଲେ । ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଯିବାରୁ ବହୁ ପରୀକ୍ଷାର୍ଥୀଙ୍କ ଲାଗି ଏହି ପରୀକ୍ଷା ଶେଷ ସୁଯୋଗ ଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେହି ପରୀକ୍ଷାର୍ଥୀ ମାନଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ଏହାଦ୍ୱାରା ୧୦,୩୩୬ ଜଣ ପରୀକ୍ଷାର୍ଥୀ ଉପୃକତ ହେବେ ବୋଲି ସପ୍ରିମକୋର୍ଟଙ୍କୁ ଜଣା ଯାଇଛି । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୟୁପିଏସସି ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି । ନାଗରିକ ସେବା ଆଶାୟୀ ରଚନା ସିଂହଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟ ଦେଇଛନ୍ତି । ..

Leave a Reply