spot_img
Home Blog Page 5802

ହୋମିଓ ପ୍ୟାଥିକ କଲେଜରେ ଛାତ୍ରୀଙ୍କୁ ରାଗିଂ

ସମ୍ୱଲପୁର: ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ ପରେ ଏବେ ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରୁ ଆସିଛି ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରୀ ରାଗିଂର ଶିକାର ହୋଇଛନ୍ତି । ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଗିଂରେ ଛାତ୍ରୀଙ୍କ ସହ ଛାତ୍ର ସାମିଲ ଥିବା ଅଭିଯୋଗ । ଦିଲ୍ଲୀ ଆଣ୍ଟିରାଗିଂ ସେଲରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ।

ସୂଚନା ଯୋଗ୍ୟ ଯେ,  କିଛି ଦିନ ପୂର୍ବରୁ ବୁର୍ଲା ଭିସୁଟ୍‌ରୁ ମଧ୍ୟ ରାଗିଂର ଅଭିଯୋଗ ଆସିଥିଲା । କିଛିଦିନର ବ୍ୟବଧାନରେ ରାଜ୍ୟର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଓ ଅନୁଶାସନ ଉପରେ ଲାଗିଛି କଳଙ୍କ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ। ଗତ ୨୯ ତାରିଖ ହୋଲି ଦିନ ଭିସୁଟ୍‌ର ବଶିଷ୍ଟ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ କରୁଥିଲେ। ଏହି ସମୟରେ କିଛି ଦ୍ଵିତୀୟ ବର୍ଷର ଜୁନିୟର ଛାତ୍ର ସେହି ରାସ୍ତା ଦେଇ ଯାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସିନିୟର ଛାତ୍ରମାନେ ୪ ଜଣ ଜୁନିୟରଙ୍କୁ ତାଙ୍କ କଠୋରୀରୁ ଡାକି ରାଗିଂ କରିଥିବା ଅଭିଯୋଗ ହୋଇଛି। ଏପରିକି ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିୟର ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ଗଞ୍ଜେଇ ଧୁଆଁ ମୁହଁରେ ଫୁଙ୍କିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଛାତ୍ରମାନେ ଭିସୁଟର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପରିକି ଏହି ଜୁନିୟର ଛାତ୍ରମାନେ ଭୟରେ ଛାତ୍ରାବାସ ଛାଡ଼ି ପଳାଇଥିବା ଜଣାପଡିଛି।

ଏଥିସହିତ ପଢ଼ନ୍ତୁ: ପୁଣି ବୁର୍ଲା ଭିସୁଟ୍‌ରେ ରାଗିଂ ଅଭିଯୋଗ: ଭୟରେ ହଷ୍ଟେଲ ଛାଡ଼ିଲେ ଛାତ୍ର

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ଶକ୍ତିକାନ୍ତ ଦାସ, ଗିରୀଶ ମୁର୍ମୁଙ୍କୁ ମିଳିବ ଡକ୍ଟରେଟ୍

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପ-ରାଷ୍ଟ୍ରପତି । ସକାଳ ୧୦ଟା ୧୦ ମିନିଟରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିବେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । କୋଭିଡ କଟକଣା ମାନି ସମାରୋହ ପାଳନ କରାଯିବ । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି ।

ଏଥିସହିତ ପଢ଼ନ୍ତୁ: ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ: ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଶ୍ବସ୍ତି ଆଣିବ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି  । ଆଜି ଏହା ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଧୀରେ ଧୀରେ ଉତ୍ତର ପୂର୍ବ ଦିଗରେ ମିଆଁମାର ଦିଗକୁ ଗତି କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭବନା ଅଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହ ଏହାପରେ ସାରା ରାଜ୍ୟରେ ସ୍ବାଭାବିକ ତାପମାତ୍ରା ରହିବ । ଗୋଟିଏ ଦୁଇଟି ଜିଲାରେ ସ୍ବାଭାବିକଠାରୁ ୧-୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ୪୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ

ହାତୀ ଆକ୍ରମଣରେ ମହିଳା ମୃତ ଓ ୩ ଗୁରୁତର

ଖୋର୍ଦ୍ଧା: ମଳିପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି  । ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ମୃତ ମହିଳା ହେଲେ ମଞ୍ଜୁଲତା  ବେହେରା  । ସେହିପରି ହାତୀ ଆକ୍ରମଣରେ ଗୁରୁତର ମାନେ ହେଲେ ସସ୍ମିତ ଭାରିମଲ୍ଲ, ମମତା ଭାରିମଲ୍ଲ ଓ ନିତ୍ୟାନନ୍ଦ ବେହେରା । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି  । ସକାଳୁ ନିତ୍ୟକର୍ମ ପାଇ ଗଲା ବେଳେ ସମସ୍ତଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ୱ

ଉପନିର୍ବାଚନ ହାରିଯିବା ଭୟରେ ହିନ ଚକ୍ରାନ୍ତ କରୁଛି ବିଜେପି: ରୁଦ୍ର

ପିପିଲି: ପିପିଲ ଉପନିର୍ବାଚନ ପ୍ରଚାର ରାଲିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଘଟଣା । ରାଇଗୁରପୁରୁ ଗାଁରେ ବିଜେପିର ପ୍ରାର୍ଥୀ ପ୍ରଚାର କରୁଥିବା ସମୟରେ ଜଣେ ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ ବିଜେଡି କେବେ ବି ହିଂସାକୁ ପ୍ରଶୟ ଦିଏନାହିଁ । ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା । ବିଜେପି କେବଳ ପରାଜୟ ଭୟରେ ଏଭଳି ମିଥ୍ୟା ଅଭିଯୋଗ କରୁଛି ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ କହିଛନ୍ତି ।

BJP Attack Allegation In Fear Of Loss Pipili Bye Poll Says BJD Candidate Rudra

ଆକ୍ରମଣ ନେଇ ବିଜେପି ମିଛ ଅଭିଯୋଗ କରି ଧାରଣା ଦେଇ ଶସ୍ତା ମାଇଲେଜ୍ ନେବା ପାଇଁ ଏଭଳି ନାଟକ କରୁଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ବିଜେପି ଥାନା ଘେରାଉ କରିଥିଲା । ସେପଟେ ବିଜେପିର ନାଟକବାଜି ପ୍ରତିବାଦରେ ବିଜେଡି କର୍ମୀମାନେ ଥାନା ଘେରାଉ କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ପିପିଲି ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେଡି କର୍ମୀମାନେ କହିଛନ୍ତି, ନେତୃତ୍ୱ ଉପରେ ଭରସା ଅଛି । ନେତୃମଣ୍ଡଳୀ ଯେହେତୁ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଛନ୍ତି, ତେଣୁ ସେମାନେ ଥାନା ଛାଡ଼ି ଚାଲିଯିବାକୁ ଉଚିତ୍ ମନେ କରିଛନ୍ତି ।

ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା, ୮ ଗିରଫ ସହ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର: ସହରରେ ଜମୁଛି ଜୁଆ ଖେଳ । ଆଗରୁ ନିଛାଟିଆ ଘରେ ଜୁଆ ଖେଳ ହେଉଥିବା ବେଳେ ଏବେ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା । ଏନେଇ ଗୋଷାଣୀ ନୂଆଗାଁ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଶାସ୍ତ୍ରୀନଗରରେ ଥିବା ସୁଶ୍ରୀ ହୋମ୍ ଫ୍ଲାଟ୍ ନମ୍ବର-୩୦୭ରେ ରେଡ୍ କରିଥିଲା ।

Gambling Den Busted In Ganjam, 8 Arrested

ରେଡ୍ ବେଳେ ପୋଲିସ ତାସ୍ ସହ ୩ ଲକ୍ଷ ୬୩ ହଜାର ୯୨୦ ଟଙ୍କା ଜବତ କରିଛି । ଜୁଆ ଖେଳରେ ସାମିଲ୍ ଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଥାନା ଅଧିକାରୀ ସୁମନ୍ତ ସୋରେନ ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଜି.ଉଦୟଗିରି ଓ ଭଞ୍ଜନଗରର ୨ ଜଣ ଲେଖାଏଁ ରହିଥିବା ସୂଚନା ମିଳିଛି ।

ଟ୍ରକକୁ ଧକ୍କା ଦେଇ ଟ୍ରାକରୁ ବାହାରିଲା ଟ୍ରେନ୍, ୫୦ ମୃତ

ତାଇପେଇ: ପୂର୍ବ ତାଇୱାନର ଏକ ସୁଡଙ୍ଗ ମଧ୍ୟରେ ଘଟିଯାଇଛି ଭୟାନକ ଦୁର୍ଘଟଣା । ଯେଉଁଠି ଗୋଟିଏ ଟ୍ରକକୁ ଟ୍ରେନ୍ ଧକ୍କା ଦେବା ପରେ ରେଳ ଟ୍ରାକରୁ ଖସିଯାଇଥିଲା । ଆଉ ଏହି ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରେଳ ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଟ୍ରେନର କିଛି କୋଚ୍ ଟନେଲରେ ଅଟକି ରହିଥିଲା।

ତାଇୱାନର କେନ୍ଦ୍ରୀୟ ଆପଦା ପ୍ରବଧନ ଟିମ୍ କହିଛି ଯେ ଟନେଲ୍ ଭିତରେ ଫସି ଯାଇଥିବା ୪ଟି କୋଚ୍ ବହୁତ କ୍ଷତିଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଟ୍ରେନଟି ତାଇୱାନର ରାଜଧାନୀ ତାଇପେଇରୁ ତାଇତୁଙ୍ଗ ସହର ଅଭିମୁଖେ ଯାଉଥିଲା ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ମେଣ୍ଟେନାସ୍ କାର୍ଯ୍ୟରେ ନିୟାେଜିତ ଥିବା ଏକ ଟ୍ରକ୍ ଅଚାନକ ରେଲୱେ ଟ୍ରାକ୍ ଉପରକୁ ଆସିଯିବାରୁ ଟ୍ରେନ୍ ସହ ଧକ୍କା ହୋଇଥିଲା ।

ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ ଏକ ଟୁଇଟରେ କହିଛନ୍ତି ଯେ ଜରୁରୀକାଳୀନ ଅଧିକାରୀ ମାନେ ସମ୍ପୃକ୍ତ ଯାତ୍ରୀ ଏବଂ ପ୍ରଭାବିତ ରେଳ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ହୃଦୟ ବିଦାରକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଭାବିତଙ୍କ ସୁରକ୍ଷା ଆମେ ସବୁକିଛି କରିବୁ।”

ମାର୍କେଟ୍ ବିଲ୍ଡିଂରେ ବିଏମସିର ରେଡ୍, କୋଭିଡ୍ ନିୟମ ମାନୁନଥିବାରୁ ଏକାଧିକ ମଲ୍ ଓ ଦୋକାନୀଙ୍କୁ ଜରିମାନା

ଭୁବନେଶ୍ୱର: ବିଏମସି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମାର୍କେଟରେ ନିୟମ ମାନୁନାହାଁନ୍ତି ଲୋକ । କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ବିଏମସିର କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରେଡ୍ କରିଛି ।

BMC Sealed Vishal Mega Mart In Unit 2 For Covid Norms Violation

କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ବିଏମସି ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟକୁ ସିଲ୍ କରି ଦେଇଛି । କ୍ୱିନ୍ସ କଲେକ୍ସନ ଠାରୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । କରୋନା କଟକଣା ମାନୁ ନଥିବାରୁ କୋଲକାତା ବଜାର ଓ ସିଟି ଫ୍ୟାସନ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି

BMC Sealed Vishal Mega Mart In Unit 2 For Covid Norms Violation

ମାର୍କେଟ୍ ବିଲ୍ଡିରେ ଥିବା ଅନ୍ୟ ଦୋକାନ ଗୁଡ଼ିକରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ବିଏମସିର କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମାର୍କେଟ୍ ବିଲ୍ଡିଂରେ ରେଡ୍ କରି କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିଛି ।

ଚାଷୀ ନେତା ରାକେଶ ଟିକାୟତଙ୍କ କନଭୟ ଉପରେ ଆକ୍ରମଣ

ୟପୁର: ରାକେଶ ଟିକାୟତଙ୍କ କନଭୟ ଉପରେ ଆକ୍ରମଣ ।  ରାଜସ୍ଥାନରେ ପହଞ୍ଚିଥିବା ଭାରତୀୟ ଚାଷୀ ସଂଗଠନର ନେତା ଓ ମୁଖପାତ୍ର ରାକେଶ ଟିକାୟତଙ୍କ କନଭୟ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଅଲୱର ଜିଲ୍ଲାରେ ହୋଇଛି । ଆକ୍ରମଣରେ ଟିକାୟତ୍‌ଙ୍କ କାରର କାଚ ଭାଙ୍ଗି ଦିଆଯାଇଛି । ଟିକାୟତଙ୍କ କନଭୟ ଯାଉଥିବା ସମୟରେ ତାଙ୍କୁ କଳା ପତାକା ଦେଖାଯାଇଥିଲା । କନଭୟ ଉପରକୁ ଆକ୍ରମଣ ହୋଇଥିବା ନେଇ ଟିକାୟତ୍ ଟ୍ୱିଟ୍ କରି କହିଛନ୍ତି । ରାଜସ୍ଥାନରେ ଅଲୱର ଜିଲ୍ଲାର ତତାରପୁରର ବାନସୁର୍ ରୋଡରେ ବିଜେପିର କିଛି ଗୁଣ୍ଡା ମୋ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଲୋକତନ୍ତ୍ରଣର ହତ୍ୟା ବୋଲି ଟିକାୟତ୍ କହିଛନ୍ତି ।

ରାକେଶ ଟିକାୟତ୍ ଆହୁରି କହିଛନ୍ତି, ‘ମୋ ଗାଡ଼ିର କାଚକୁ ଭାଙ୍ଗି ଦିଆଯାଇଛି । ବିଜେପିର ବିଧାୟକ କିଛି ଲୋକଙ୍କୁ ପଠାଇଥିଲେ। ସେମାନେ ଏଠାରେ ହାତାହାତି ହୋଇଥିଲେ। ଆମ ସମର୍ଥକଙ୍କୁ ସେମାନେ ମାରପିଟ୍ କରିଥିଲେ। ଆମ ସମର୍ଥକଙ୍କୁ ଆଘାତ ଲାଗିଛି। କିନ୍ତୁ ଆମର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ।

ସୂଚନା ଯୋଗ୍ୟ ଯେ, ଓଡ଼ିଶା ଗସ୍ତ ବେଳେ  କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଫଳରେ ଗୁରୁଦ୍ୱାର ସମ୍ମୁଖରେ ଦୀର୍ଘ ସମୟ ଧରି ଆତଙ୍କ ଲାଗି ରହିଥିଲା ।

https://twitter.com/RakeshTikaitBKU/status/1377942417026940928

ଏଥିସହିତ ପଢ଼ନ୍ତୁ: ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ଉଦ୍ୟମ

ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ କଠୋର ହେଲା ବିଏମସି, ୬ ତାରିଖରୁ ନୂଆ ନିୟମ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପୁଣି ପୁରୁଣା କଟକଣାକୁ କଡ଼ାକଡ଼ି କରିଛି ବିଏମସି । ଜନସମାଗମ ଓ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିବାହ, ଅନ୍ତ୍ୟେଷ୍ଟି କ୍ରିୟା ଏବଂ ଅନ୍ୟ ଉତ୍ସବରେ ଏକତ୍ରୀକରଣକୁ ସୀମିତ କରାଯାଇଛି । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

BMC Issued New Covid Guidelines Against Social Gatherings

ବିବାହ ଉତ୍ସବରେ ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇ ବିଏମସି ଅନୁମତି ଦେଇଛି । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକ ଯୋଗ ଦେଇପାରିବେ । ସବୁଠି କୋଭିଡ୍ କଟକଣାକୁ ପାଳନ କରାଯିବ । ଏଥିସହ କନଫରେନ୍ସ, କନକ୍ଲେଭ୍ ଆଦି କାର୍ଯ୍ୟକ୍ରମ ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହୋଇପାରିବ ନାହିଁ । କୌଣସି ଅନୁଷ୍ଠାନ ଶତବାର୍ଷିକୀ/ଗୋଲ୍ଡେନ ଜୁବିଲି/ସିଲଭର ଜୁବୁଲି କାର୍ଯ୍ୟକ୍ରମ ପାଳନ କରିପାରିବେ ନାହିଁ । ଏପରିକି ଶିକ୍ଷାନିଷ୍ଠାନ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି ।

BMC Issued New Covid Guidelines Against Social Gatherings

ଅନ୍ୟ କୌଣସି ପ୍ରକାରର ଜନସମାଗମ କାର୍ଯ୍ୟକ୍ରମ ପାଇଁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ଦିଗ ଓ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇବ ବିଏମସି ଅନୁମତି ଦେଇପାରିବ । ବିଏମସି ଜାରି କରିଥିବା କଟକଣା ଆସନ୍ତା ୬ ତାରିଖରୁ ଲାଗୁ ହେବ । ଏପ୍ରିଲ୍ ୬ କିମ୍ବା ତା ପରବର୍ତ୍ତୀ ସମୟ ପାଇଁ ବିଏମସି ପୂର୍ବରୁ ଦେଇଥିବା ସମସ୍ତ ଅନୁମତି ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଲାଗୁ ହେବ ।