ଦିନେ ଅକ୍ସିଜେନ ମାସ୍କ ପିନ୍ଧି ଗୀତ ଗାଇ ଝୁମୁଥିଲେ ଆଉ ଆଜି ଦୁନିଆରେ ହିଁ ନାହାନ୍ତି .

କରୋନା ମଚାଇଛି ସବୁଠି ପ୍ରଳୟ । ପ୍ରତ୍ୟେକ ଦିନ ଲକ୍ଷାଧିକ ରୋଗୀ କରୋନା ସହ କରୁଛନ୍ତି ସଂଘର୍ଷ । ସତେ ଯେମିତି ବଂଚିବା ପାଇଁ ପ୍ରତ୍ୟେକ ମୂହୂର୍ତ୍ତରେ ପରୀକ୍ଷା ଦେବାକୁ ପଡୁଛି । ଆଉ ଏହି ପରୀକ୍ଷାରେ କିଏ ପାଶ୍ କରିଯାଉଛି ତ ପୁଣି କିଏ ଫେଲ୍ ହେଇଯାଉଛି । ଏହିଭଳି ଅନେକ ହୃଦୟବିଦାରକ କାହାଣୀ ଆମେ ସବୁଦିନ ଦେଖିବାକୁ ପାଉଛୁ । କିନ୍ତୁ ଗତ ସପ୍ତାହରେ ଜଣେ ୩୦ବର୍ଷିୟ ଝିଅ ସାରା ଦୁନିଆକୁ ଜୀବନ ମରଣର ପ୍ରକୃତ ଅର୍ଥ ବୁଝାଇଥିଲେ । ସୋସିଆଲ ମିଡିଆରେ ଏହି ଝିଅଟିର ଭିଡିଓ ଖୁବ୍ ଭାଇରାଲ ହେଉଥିଲା ।

କରୋନା ରୋଗୀମାନଙ୍କୁ ସତେ ଯେମିତି ସଂଞୀବନୀ ମିଳିଯାଇଥିଲା ଏହି ଭିଡିଓ ମାଧ୍ୟମରୁ ।  ଝିଅଟି ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ବି କିଭଳି ଗୀତରେ ଝୁମୁଛି । ଲଭ୍ ୟୁ ଜିନ୍ଦେଗୀର ଗୀତକୁ ଗୁଣ ଗୁଣ ହେଇ ସେ ଭୁଲିଯାଇଛି ତାର ଅସୁସ୍ଥତାର କଥା । ମଉଳିଯାଉଥିବା ଜୀବନକୁ ବି ସେ ମନଭରୀ ଉପଭୋଗ କରିବାକୁ ଚାହୁଁଛି । ହେଲେ ଜୀବନର ଶେଷ ମହୂର୍ତ୍ତ ପର୍ଯ୍ୟନ୍ତ ବି ସେ ସାହସିକତାର ସହ କରୋନାକୁ ହରାଇବାକୁ ଚେଷ୍ଟା ଚଲାଇଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଦିଲ୍ଲୀର ହସ୍ପିଟାଲରେ ୧୩ତାରିଖ ଦିନ ଝିଅଟି ତାର ଶେଷ ନିଶ୍ୱାସ ତ୍ୟାଗ କରିଛି । ପୂର୍ବ ସପ୍ତାହରେ ହିଁ ଏହି ଝିଅଟିର ଗୀତ ଶୁଣି ଝୁମୁଥିବାର ଭିଡିଓକୁ ଡାକ୍ତର ମୋନିକା ଲାଙ୍ଗହେ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେଥିରେ ସେ ଏହି ଝିଅଟିର ଗୁରୁତର ଅବସ୍ଥା କଥା ଲେଖିବା ସହ ଜଟିଳ ପରିସ୍ଥିତିରେ ଝିଅଟିର ସାହସ ଇଚ୍ଚାଶକ୍ତି ବିଷୟରେ ଲେଖିଥିଲେ ।

ଅନେକ ୟୁଜରସ୍ ତାଙ୍କର ଏହି ପୋଷ୍ଟକୁ ଦେଖି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । କାହିଁକି ନା କରୋନାରେ ନିଜ ଲୋକଙ୍କୁ ହରାଉଥିବା ବ୍ୟକ୍ତିମାନଙ୍କୁ ଏହି ଝିଅଟିର ଭିଡିଓ ସାହାସ ଦେଉଥିଲା । କିନ୍ତୁ ବର୍ତ୍ତମାନ ଜୀବନକୁ ଭଲଭାବରେ ଜିଇଁନଥିବା ଝିଅଟି ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲା । ଝିଅଟିର ମୃତ୍ୟୁର ଖବର ଡାକ୍ତର ମୋନିକା ଲାଙ୍ଗହେ ଟୁଇଟ କରି ଜଣାଇଥିଲେ । ମୋନିକାଙ୍କର ଟୁଇଟ ଦେଖି ବଲିଉଡ କଳାକାର ସନୁସୁଦ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ।

ସନୁସୁଦ ନିଜ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି – ଏହା ଶୁଣି ଖୁବ୍ ଦୁଃଖ ଲାଗିଲା । ମୁଁ କେବେ ଭାବିନଥିଲି ସେ ନିଜ ପରିବାରକୁ ଆଉ କେବେ ବି ଦେଖିପାରିବନି । ଏଇ ଜୀବନ ବହୁତ ହିଁ ଅନ୍ୟାୟ କରୁଛି । କେତେ ଯେ ଜୀବନ ବଂଚିବା ପାଇଁ ଚାହୁଁଥିଲା ହେଲେ ସେ ସବୁକିଛି ଛଡେଇ ନେଉଛି । ଆମେ କେବେ ଏହିଭଳି ସ୍ଥିତିରୁ ମୁକ୍ତି ପାଇବା ଜଣାନାହିଁ । କେବଳ ସନୁସୁଦ ନୁହନ୍ତି ଆହୁରୀ ଅନେକ ୟୁଜରସ୍ ଝିଅଟିର ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଏହିଭଳି ଖବର ଶୁଣି ଅନୁଭବ ହେଉଛି । ସତରେ ଜୀବନ ପାଣି ଫଟୋକା ଠୁ ବି ଆହୁରୀ କମ୍ ଓ କ୍ଷଣସ୍ଥାୟୀ ।

Leave a Reply