ଜେଲରେ କଏଦୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ଗୁଳି ମାରି ୨ ଜଣଙ୍କୁ ହତ୍ୟା କଲା ଗ୍ୟାଙ୍ଗଷ୍ଟର ଅଂଶୁ

1 min read
Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଲକ୍ଷ୍ନୌ: ଉତ୍ତରପ୍ରଦେଶ ‘ଅପରାଧୀଙ୍କ ପ୍ରଦେଶ’ । କେତେବେଳେ ଗଣଦୁଷ୍କର୍ମ ତ ଆଉ କେବେ ବିଚ୍ ରାସ୍ତାରେ ହତ୍ୟା । ଯୋଗୀରାଜରେ ଉତ୍ତରପ୍ରଦେଶର ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି । ଉନ୍ନାଓରୁ ହାଥରସ୍ ସବୁଠି ଯୋଗୀ ସରକାର ବିଫଳ ହୋଇଥିବା ବେଳେ ଏବେ ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ । ଅପରାଧ ରୋକିବାକୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖୁଛି । ଆଉ ସେହି ଜେଲରେ ହିଁ ଘଟିଛି ବଡ଼ ଅପରାଧ ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଜେଲରେ ଗ୍ୟାଙ୍ଗୱାର ହୋଇ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୃତ୍ୟୁ ହୋଇଛି । ୟୁପିର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅଂଶୁ ଦୀକ୍ଷିତ ଜେଲ୍ ଭିତରେ ୨ ଜଣଙ୍କୁ ପୋଲିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଛି । ମାଫିଆ ମୁକିମ କାଲା ଓ ବାହୁବଳୀ ବିଧାୟକ ମୁଖତାର ଅନସାରୀର ଜଣେ ଘନିଷ୍ଠ ମେରଜ ଅଲ୍ଲୀକୁ ଜେଲରେ ହତ୍ୟା କରିଛି ଅଂଶୁ । ପଶ୍ଚିମ ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଏହି ଗ୍ୟାଙ୍ଗୱାରକୁ ନେଇ ଆତଙ୍କ ଖେଳି ଯାଇଛି ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଜେଲ ଭିତରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଆଇନ୍ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଚିତ୍ରକୂଟ ପୋଲିସର ବରିଷ୍ଠ ଅଧିକାରୀ ଜେଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡକୁ ନେଇ ପ୍ରଶାସନ କହିଛି- ମୁକିମ୍ କାଲା ଓ ମେରଜ ଅଲ୍ଲୀକୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଅଂଶୁ ଆଉ ୫ ଜଣ କଏଦୀଙ୍କୁ ବନ୍ଧକ ରଖିଥିଲା । ବାରମ୍ବାର କଏଦୀଙ୍କୁ ଛାଡ଼ିବା ଲାଗି କୁହାଯାଇଥିଲେ ମଧ୍ୟ ଅଂଶୁ ଶୁଣିନଥିଲା ।

ଫଳରେ ପୋଲିସ ଓ ଅଂଶୁ ମଧ୍ୟରେ ଗୁଳିବିନିମୟରେ ଗ୍ୟାଙ୍ଗଷ୍ଟର ଅଂଶୁ ନିହତ ହୋଇଛି । ଏହାପରେ ଜେଲ୍ ପ୍ରଶାସନ ପକ୍ଷରୁ ପୂରା ଜେଲରେ ସର୍ଚ୍ଚ ଅପରେସନ୍ ଚାଲିଛି । ଜେଲରେ ଅଂଶୁ ଏତେ ବଡ଼ ଅପରାଧ କେମିତି ଘଟାଇଲା ? ବିଭିନ୍ନ ଦିଗକୁ ନେଇ ଜେଲ୍ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି । ୨୦୨୪ ମସିହାରୁ ଗ୍ୟାଙ୍ଗଷ୍ଟର ଅଂଶୁ ଉତ୍ତରପ୍ରଦେଶ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଅଂଶୁ ଉପରେ ଅନେକ ଅପରାଧିକ ମାମଲା ରହିଛି । ପୋଲିସକୁ ଚକମା ଦେଇ ଅଂଶୁ ନେପାଳ ଯିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଏନକାଉଣ୍ଟରରେ ପୋଲିସ ହାତରେ ୨୦୧୪ ଡିସେମ୍ବର ୫ରେ ଧରା ପଡ଼ିଥିଲା ।

Leave a Reply