ଅକ୍ସିଜେନ୍ ଅଭାବ, ଗୋଆର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲରେ ୭୪ ଆକ୍ରାନ୍ତ ମୃତ

74 Deaths At Goa's Biggest Covid Hospital Fighting Oxygen Crisis

ପାନାଜୀ: ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୭୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୪ ଦିନରେ ଜୀବନ ହାରିଛନ୍ତି ୭୪ ଜଣ କରୋନା ଆକ୍ରାନ୍ତ । ଶୁକ୍ରବାର ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଗୁରୁବାର ସକାଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବୁଧବାର ୨୦ ଜଣ, ମଙ୍ଗଳବାର ୨୬ କରୋନା ଆକ୍ରାନ୍ତ ଅକ୍ସିଜେନ୍ ଅଭାବରୁ ଜୀବନ ହାରିଥିଲେ । ଏସବୁ ପଛରେ ପରିବହନ ସମସ୍ୟା ଥିବା ମେଡିକାଲ କର୍ତ୍ତୃପକ୍ଷ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚକୁ ଜଣାଇଛନ୍ତି ।

74 Deaths At Goa's Biggest Covid Hospital Fighting Oxygen Crisis

ଏହା ପୂର୍ବରୁ ଗୁରୁବାର ଗୋଆ ବେଞ୍ଚ ପିଟିସନର ଶୁଣାଣି ବେଳେ ଗୋଆ ସରକାରଙ୍କୁ ଭତ୍ସନା କରିଥିଲେ । କହିଥିଲେ, ଅକ୍ସିଜେନ୍ ଯୋଗାଣରେ ଅସୁବିଧା ପାଇଁ କରୋନା ଆକ୍ରାନ୍ତଙ୍କୁ ମରିବାକୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଏଥିସହ ସନ୍ଧ୍ୟା ୭ଟା ସୁଦ୍ଧା ହସ୍ପିଟାଲ ଓ ସରକାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ହସ୍ପିଟାଲ ପରିଦର୍ଶନ କରିଥିଲେ । କହିଥିଲ, ଅକ୍ସିଜେନ୍ ଉପଲବ୍ଧତା ଓ ପରିବହନ ମଧ୍ୟରେ କିଛି ସମସ୍ୟା ଥାଇପାରେ । ଏଥିସହ ଅମ୍ଲଜାନ ଅଭାବ ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply