spot_img
Home Blog Page 5780

IPL 2021 MI vs RCB: କିଏ କେତେ ଶକ୍ତିଶାଳୀ?

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ ତମ ସିଜନ୍ ଏପ୍ରିଲ୍ ୯ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଓ ରୟାଲ୍ ଚାଲେଞ୍ଜ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ । ରୋହିତ ଶର୍ମାଙ୍କ କ୍ୟାପଟେନସିପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ସଫଳ ଟିମ୍ ଭାବେ ଠିଆ ହୋଇଥିବା ବେଳେ ୫ଥର ବିଜୟ ମୁକୁଟ ହାତେଇ ସାରିଛି ।  କିନ୍ତୁ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଆରସିବି ଏଯାଏଁ ଥରୁଟିଏ ବି ଟାଇଟଲ୍ ଟ୍ରଫି ଉପରେ ଅକ୍ତିଆର କରିପାରିନାହିଁ।

ହେଲେ ରୋହିତ ଓ ବିରାଟଙ୍କ ଟିମ୍ ମଧ୍ୟରୁ କାହା ଟିମ୍ ଆଗରେ ଓ କିଏ ଅଧିକ ଶକ୍ତିଶାଳୀ ଜାଣିଛନ୍ତି କି?

୨୦୦୮ରୁ ୨୦୨୦ ମଧ୍ୟରେ ଏହି ଦୁଇ ଟିମ୍ ଭିତରେ ସର୍ବମୋଟ୍ ୨୯ ମ୍ୟାଚ୍ ଖେଳାଯାଇଛି । ସେଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ମ୍ୟାଚ୍ ଉପରେ କବଜା କରିଛି । ସେପଟେ ଆରସିବି ୧୦ଟି ମ୍ୟାଚ୍ ଜିତିଥିଲା ।

ଖାସ୍ କରି ଆଇପିଏଲରେ ଦୁଇ ଟିମ୍ ଭିତରେ ୨୭ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଦୁଇଟି ମ୍ୟାଚ୍ ଚାମ୍ପିଅନ୍ସ ଲିଗ ଅବା ସୁପର ଓଭରରେ ଖେଳା ଯାଇଥିଲା । ହେଲେ ୨ ଚାମ୍ପିଅନ୍ସ ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ବାଜିମାତ୍ କରିଥିଲା । ଏହି ଦୁଇ ଟିମ୍ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ତୃତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ।  ଏହି ମଇଦାନରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ୨୦୦୮ ଓ ୨୦୦୯ରେ ଦୁଇଟି ମ୍ୟାଚ୍ ଖେଳିଥିଲେ । ଆଉ ୧-୧ ରେ ବରାବର କରିଥିଲେ ।

୨୦୧୦ ଆଇପିଏଲରେ  ଟିମ୍ ମଧ୍ୟରେ ମୋଟ୍ ୩ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ଓ ଆରସିବି ଗୋଟିଏ ମ୍ୟାଚ୍ ଜିତିଥିଲା । ପରେ ପରେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ରେ ଉଭୟ ଟିମ୍ ମଧ୍ୟରେ ଦୁଇ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଯାହାକୁ ଉଭୟ ଦଳ ୧-୧ରେ ବରାବର ରଖିଥିଲେ । ଠିକ୍ ସେହିପରି ୨୦୧୬ ଓ ୨୦୧୭ ଆଇପିଏଲରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ଦୁଇ-ଦୁଇ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ହେଲେ ୪ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବାଜିମାତ୍ କରିଥିଲା । ୨୦୧୮ରେ ମଧ୍ୟ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍ ଖେଳି ୧-୧ରେ ଜିତିଥିଲେ ।

୨୦୧୯ ଆଇପିଏଲ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍ ଜିତିଥିଲା ବେଳେ ଗତବର୍ଷ ଉଭୟ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ୧-୧ ରେ ବିଜୟ ହାସଲ୍ କରିଥିଲେ। କହିବାକୁ ଗଲେ ହେଡ୍ ଟୁ ହେଡରେ ମୁମ୍ବାଇ ଇଣ୍ଡିଆନ୍ସ ଆରସିବି ଠାରୁ ଖୁବ୍ ଆଗରେ ରହିଛି । ଚଳିତ ଥର ଆଇପିଏଲର ୧୪ ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ ଟୁ ହେଡ୍ ରେ ଆରସିବି ଠାରୁ ଆହୁରି ଆଗକୁ ଚାଲିଯିବ କି ଆରସିବି କଡା ଟକ୍କର ଦେବ ତାହା ଦେଖି            ବାକୁ ବାକି ରହିଲା ।

ବଟି ଆଦାୟ ମାମଲାରେ ଅନୀଲ ଦେଶମୁଖଙ୍କୁ ଝଟକା, CBI ଯାଞ୍ଚ ଉପରେ ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଝଟ୍‌କା । ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ଇସ୍ତଫା ଦେବା ପୂର୍ବରୁ ଅନୀଲ ଦେଶମୁଖ ବଡ଼ ପଦରେ ଥିଲେ । ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପରମବୀର ସିହଂ ମଧ୍ୟ ପୋଲିସ ବିଭାଗର ବଡ଼ ପଦାଧିକାରୀ ଥିଲେ । ତେଣୁ ଦୁଇ ଉଚ୍ଚ ପଦାଧିକାରୀଙ୍କ ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ତଦନ୍ତ କରିବା ଦରକାର ବୋଲି କୋର୍ଟ କହିଛନ୍ତି ।

 Supreme Court Okays CBI Probe For Ex Minister Anil Deshmukh

ଅନୀଲ ଦେଶମୁଖଙ୍କ ଓକିଲ କପିଲ ଶିବଲ ଏହାକୁ ବିରୋଧ କରିଥିବା ବେଳେ ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ବୋଲି କୋର୍ଟରେ ଯୁକ୍ତି ରଖିଥିଲେ । ଜଣେ ପୋଲିସ ଅଧିକାରୀ ଅଭିଯୋଗ କରିଛନ୍ତି ବୋଲି ଏଥିରେ ସିବିଆଇ ତଦନ୍ତ କରିବା ଦରକାର, ତାହା ଆଦୌ ଠିକ୍ ନୁହେଁ । ମହାରାଷ୍ଟ୍ର ସରକାରଙ୍କ ପକ୍ଷ ମଧ୍ୟ କୋର୍ଟ ଶୁଣିଥିଲେ । ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତି ଗୁରୁତର ବୋଲି କୋର୍ଟ କହିଛନ୍ତି । ଏଭଳି ସ୍ଥିତିରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ତଦନ୍ତ ନକଲେ ତଦନ୍ତ ପ୍ରଭାବିତ ହେବ ବୋଲି କୋର୍ଟ କହିଛନ୍ତି ।

ମୁକ୍ତି ପୂର୍ବରୁ ନକ୍ସଲ ବସାଇଥିଲେ ପ୍ରଜାକୋର୍ଟ, ବାନ୍ଧିଥିଲେ ଯବାନଙ୍କ ହାତ

ମାଲକାନଗିରି: ମାଓ ଗଡ଼ରୁ ମୁକ୍ତି ପାଇଛନ୍ତି ଯବାନ ରାକେଶ୍ୱର ସିଂହ ମାନହାସ । ଅପହରଣର ୬ ଦିନ ପରେ ନକ୍ସଲ ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଯବାନଙ୍କୁ ଛାଡ଼ିଛନ୍ତି । ସେଠାରୁ ଅନ୍ୟ ଯବାନମାନେ ବାଇକରେ ରାକେଶ୍ୱରଙ୍କୁ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା ।

Soldier Taken Hostage By Maoists After Ambush In Chhattisgarh Released

ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ । ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମାଗିଥିଲେ ନକ୍ସଲ ।

ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି ।

Soldier Taken Hostage By Maoists After Ambush In Chhattisgarh Released

ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

କୋଭିଡ୍ କଟକଣା ଭାଙ୍ଗି ୩୦୦ ଥର ବସ୍ ଉଠ୍, ଆଖି ବୁଜିଲେ ବ୍ୟକ୍ତି

ମାନିଲା: କୋଭିଡ୍ କଟକଣା ଭାଙ୍ଗିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି । ଫିଲିପ୍ପାଇନ୍ସରେ ଘଟିଛି ଏଭଳି ଘଟଣା । କାଭିଟେ ପ୍ରୋଭିନ୍ସରେ ରହୁଥିବା ଡରେନ୍ ମାନାଗ ଏପ୍ରିଲ୍ ୧ରେ ପାଣି କିଣିବାକୁ ଘରୁ ବାହାରକୁ ଯାଉଥିଲେ । ତାଙ୍କ ଦୋଷ ଥିଲା ଲକଡାଉନ୍ ସମୟରେ ପାଣି ପାଇଁ ସେ ଘରୁ ବାହାରିବା । ବାଟରେ ପୋଲିସ ତାଙ୍କୁ ଧରିଥିଲା । ପରେ ୧୦୦ ଥର ବସ୍ ଉଠ୍ ହେବାକୁ କହିଥିଲା ପୋଲିସ ।

ilippines man dies after being forced to do 300 squats for breaking Covid-19 Norms

ରିପୋର୍ଟ ଅନୁସାରେ ବ୍ୟକ୍ତିଜଣଙ୍କୁ ଲଗାତାର ୩୦୦ ଥର ବସ୍ ଉଠ୍ କରାଯାଇଥିଲା । ଘରକୁ ଫେରିବା ପରେ ବ୍ୟକ୍ତି ଜଣଙ୍କ ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି ।

ilippines man dies after being forced to do 300 squats for breaking Covid-19 Norms

ଫିଲିପ୍ପାଇନ୍ସରେ ୮ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୧୪ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ଗତ ମାସରେ ସଂକ୍ରମଣ ବୃଦ୍ଧି ପାଇବାରୁ କର୍ତ୍ତୃପକ୍ଷ ୨୫ ମିଲିୟନ ଲୋକଙ୍କୁ ଲକଡାଉନ୍ ଭିତରେ ରଖିଛନ୍ତି ।

ilippines man dies after being forced to do 300 squats for breaking Covid-19 Norms

ବସ୍ ଉଠ୍ ପରେ ବ୍ୟକ୍ତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ମେୟର । ବସ୍ ଉଠ୍ କରାଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି । କରୋନା କଟକଣା ନାଁରେ ଅତ୍ୟଧିକ ଅମାନୁଷିକ ନିର୍ଯାତନା ଦେବାରୁ ବ୍ୟକ୍ତିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ବୟସ ୧୦, କିନ୍ତୁ ମାସିକ ଆୟ ୧୮ କୋଟି ଟଙ୍କା

ଡିଜିଟାଲ ପ୍ଲାଟଫର୍ମର ଚାହିଦା ଏତେ ବଢୁଛିଯେ, କୌଣସି ମଧ୍ୟ କ୍ୟାରିଅର ପଛରେ ପଡ଼ିଯାଉଛି । ଏହା ଏକ ରୋଜଗାରର ପନ୍ଥା ସାଜିଛି । ଏହାର ଉଦାହରଣ ହେଉଛି ରିଆନ କାଜି । ପ୍ରାୟ ୧୦ ବର୍ଷୀୟ ଏହି ପିଲା କିଛି ବର୍ଷ ପୂର୍ବ ଆରମ୍ଭ କରିଥିଲା ଡିଜିଟାଲ କ୍ୟାରିଅର ଏବଂ ଏବେ ସେ କୋଟିପତି ।

୨୦୧୫ରେ ୟୁଟୁବରେ କ୍ୟାରିଅର ଆରମ୍ଭ କରିଥିଲେ ରାୟନ କାଜୀ । ଥରେ ରାୟନ ୟୁଟୁବରେ ଖେଳଣାର ରଭ୍ୟୁ ଦେଖବା ସମୟରେ ଏକାଧିକ ପିଲାଙ୍କର ରିଭ୍ୟୁ ଦେଖିଥିଲେ । ଏକାଧିକ ପିଲାଙ୍କୁ ୟୁଟୁବରେ ଦେଖିବା ପରେ ଡିଜିଟାଲ ପ୍ଲାଟଫର୍ମରେ କ୍ୟାରିଅର ଆରମ୍ଭ କରିଥିଲେ ରିଆନ ।
ଆମେରିକାର ଟେକ୍ସାସରେ ରହୁଥିବା ରିଆନଙ୍କ ଭିଡ଼ିଓ ରିଭ୍ୟୁ ଉପସ୍ଥାପନା ଲୋକଙ୍କୁ ବେଶ୍‌ପସନ୍ଦ ଆସିଲା ଏବଂ ଧୀରେଧୀରେ ରିଆନଙ୍କ ଫ୍ୟାନ ଫଲୋଇଙ୍ଗ୍‌ବଢିଗଲା । ୨୦୧୮ରୁ ୨୦୨୦ ମଧ୍ୟରେ ସବୁଠାରୁ ଅଧିକ ଆୟ କରୁଥିବା ୟୁଟୁବର ହୋଇଗଲେ ରିଆନ ।

ରିଆନ ୟୁଟୁବରେ ଖେଳଣା ଏବଂ ଗେମ୍ସକୁ ଅନବକ୍ସ କରି ରିଭ୍ୟୁ ଦିଅନ୍ତି । ଗତବର୍ଷ ରିଆନ ୟୁଯୁବରୁ ପ୍ରାୟ ୨୯.୫ ମିଲିଅନ ଡଲାର୍ସ ବା ଭାରତୀୟ ମୂଦ୍ରାରେ ପ୍ରାୟ ୨୨୧ କୋଟି ଆୟ କରିଥିଲେ । ଅର୍ଥାତ୍‌ସେ ପ୍ରତି ମାସରେ ୟୁଟୁବରୁ ପ୍ରାୟ ୧୮ କୋଟି ଟଙ୍କା ଆୟ କରୁଛନ୍ତି । ଏହା ବ୍ୟତୀତ ଓ୍ୱର୍ଲଡ ବ୍ରାଣ୍ଡେଡ୍‌ଟଏ ଆଣ୍ଡ୍‌କ୍ଲଥିଂ ମାଧ୍ୟମରେ ରିଆନ ୨୦୦ ମିଲିଅନ ଡଲାର୍ସ ଆୟ କରିଥିଲେ । ତେବେ ରିଆନଙ୍କ ୯ଟି ୟୁଟୁବ ଚ୍ୟାନେଲ ମଧ୍ୟରେ ରିଆନ ଓ୍ୱର୍ଲଡ ନାମକ ଚ୍ୟାନେଲ ଖୁବ୍‌ପ୍ରସିଦ୍ଧ । ଏହି ଚ୍ୟାନେଲରେ ୪୦ ମିଲିଅନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ରିଆନ ଟିଭି ସିରିଜ୍‌ପାଇଁ ମଧ୍ୟ ସାଇନ କରି ସାରିଛନ୍ତି ।

ତେବେ ରିଆନଙ୍କୁ ତାଙ୍କ ପରିବାର ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ମିଳୁଛି । ଏଥିପାଇଁ ସେ ନିଜକୁ ଏକ ଚାଇଲ୍ଡ ଇନଫ୍ଲୁଏଞ୍ଜର ଭାବରେ ଉପସ୍ଥାପନା କରିବାରେ ସମର୍ଥ ହୋଇଛନ୍ତି ।

ଅଯୋଧ୍ୟା ଭଳି କାଶୀ ଜ୍ଞାନବ୍ୟାପୀ ମସଜିଦ୍ ଖୋଳିବ ଏଏସ୍ଆଇ

ବାରଣାସୀ: କାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମସଜିଦ୍ ସ୍ଥାନରେ ଥିଲା ମନ୍ଦିର ? ଏନେଇ ହେଉଥିବା ଦାବିର ଯାଞ୍ଚ କରିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ASI) । ବାରଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟ ଟ୍ରାକ୍ କୋର୍ଟ ବିବାଦୀୟ ଜ୍ଞାନବ୍ୟାପୀ ପରିସରର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅଯୋଧ୍ୟା ଭଳି ଜ୍ଞାନବ୍ୟାପୀ ମସିଜଦ୍ ଖଳି ହିନ୍ଦୁ ମନ୍ଦିରର ପ୍ରମାଣ ଖୋଜିବ ଏଏସ୍ଆଇ ।

ପ୍ରାଚୀନ ମୂର୍ତ୍ତି ସ୍ୱୟମ୍ଭୁ ଆଦି ବିଶେଶ୍ୱର ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗି କହିଛନ୍ତି- କୋର୍ଟ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ଚିଠି ଜରିଆରେ ଏହି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ୫ ଜଣିଆ ଟିମ୍ ଗଠନ କରି ସମ୍ପୂର୍ଣ୍ଣ ପରିସରରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ ଆଦେଶ ଦେଇଛନ୍ତି ।

୨ ଏପ୍ରିଲରେ ଏହି ମାମଲାକୁ ନେଇ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ । କାଶୀ ବିଶ୍ୱନାଥ ମନ୍ଦିର ପକ୍ଷ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ପାଇଁ ଦାବି କରିଥିବା ବେଳେ ଜ୍ଞାନବ୍ୟାପୀ ମସଜିଦ୍ ପକ୍ଷ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନକୁ ଆପତ୍ତି ଉଠାଇଥିଲେ ।

୬ ଦିନ ପରେ ନକ୍ସଲଙ୍କ କବଳରୁ ମୁକ୍ତ ହେଲେ CRPF ଯବାନ

ମାଲକାନଗିରି: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମୁକ୍ତ । ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ । ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେଠାରୁ ନକ୍ସଲଙ୍କୁ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି ।

Naxal Released CRPF Jawan Rakeswjar Singh After Six Days Of Bijapur Attack

ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।

Naxal Released CRPF Jawan Rakeswjar Singh After Six Days Of Bijapur Attack

ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ । ଗତକାଲି ଆଦିବାସୀ ନେତ୍ରୀ ତଥା ସମାଜସେବୀ ସୋନି ସୋରି ନକ୍ସଲ ସଂଗଠନ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିବା ବେଳେ ସୁଫଳ ମିଳିନଥିଲା ।

ଭୋକ ବିକଳରେ ଅଇଁଠା ଖଲି ଖାଉଛି ଅଢ଼େଇ ବର୍ଷର ଶିଶୁ

ବଣାଇ: ଅଇଁଠା ଖଲିରୁ ଖାଦ୍ୟ ସଂଗ୍ରହ କରି ଖାଉଛି ଅଢ଼େଇ ବର୍ଷର ଶିଶୁ । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ କୋଇଡ଼ା ବ୍ଳକ ଅଞ୍ଚଳର ଏହି ଦୃଶ୍ୟ ଏବେ ଭାଇରାଲ୍ ହେଉଛି । ଭିଡିଓଟି କୋଇଲା ବ୍ଲକ ମାଲଦା ପଞ୍ଚାୟତ ଗଣୁଆ ଗାଁ ସୁନାପଶି ଡାଡୁଗୋଠ ସାହିର ବୋଲି ଜଣାପଡ଼ିଛି ।

 2.5 Years Child Taking Food From Dustbin Plate In Bonai

ତାଡୁଗୋଠପଡ଼ାରେ ରୁହନ୍ତି ରାବଣ ମୁଣ୍ଡା । ତାଙ୍କର ତିନି ଛୁଆ ରାଜନ ମୁଣ୍ଡାକୁ ୭ ବର୍ଷ ହୋଇଥିବା ବେଳେ ମାଳତୀ ବର୍ଷର ଓ ମନୋରଞ୍ଜନ ଅଢ଼େଇ ବର୍ଷର । ଆର୍ଥିକ ଅନଟନ ଯୋଗୁଁ ଓଳିଏ ଖାଇଲେ ଓଲିଏ ଖାଇବାକୁ ପାଉନାହିଁ ପରିବାର । କିଛି ମାସ ତଳେ ରାବଣଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ବାପା କାନ୍ଧରେ ୩ ଛୁଆଙ୍କ ବୋଝ । ଅନ୍ୟପଟେ ଦିନ ମଜୁରୀ ନ ଖଟିଲେ ପରିବାର ଚଳିବା ଅସମ୍ଭବ ।

 2.5 Years Child Taking Food From Dustbin Plate In Bonai

କିଛିଦିନ ତଳେ ସେହି ଗାଁରେ ଏକ ବାହାଘର ଭୋଜି ହୋଇଥିଲା । ଭୋଜି ପରେ ପଡ଼ିଥିବା ଅଇଁଠା ଖଲିକୁ ଭୋକ ସହିନପାର ଖାଇବାରେ ଲାଗିଥିଲା ସାନ ପୁଅ । ଉକ୍ତ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କୋଇଡ଼ା ବିଡିଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଲଦା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶିଶୁ କେଉଁ ପରିସ୍ଥିତିରେ ଅଇଁଠା ପତ୍ର ଚାଟିଲା ? ଶିଶୁର ଲାଲନ ପାଳନ ପାଇଁ କ’ଣ ବ୍ୟବସ୍ଥା ରହିଛି ? ଶିଶୁର ପରିବାରକୁ କେଉଁ ସରକାରୀ ସହାୟତା ମିଳିଛି ସେନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ଶିଶୁର ଭବିଷ୍ୟତ ସୁରଷିତ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କୋଇଡା ବିଡିଓ ।

କଲେଜରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ମରଣାନ୍ତକ ଆକ୍ରମଣ, ଭାଇରାଲ ହେଉଛି ଭିଡିଓ

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି । ପୂର୍ବ ଶତ୍ରୁତାକୁ ନେଇ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅଣଛାତ୍ର । ସୂଚନା ଅନୁଯାୟୀ ଯୁକ୍ତ ୨ ବର୍ଷର ଜଣେ ଛାତ୍ରକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଓ କିଛି ଅଣଛାତ୍ର କଲେଜ ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରାଯାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମାଡ଼ ଖାଉଥିବା ଛାତ୍ର ଜଣକ ନାମ ବିହାନ ଅଗ୍ରୱାଲ ବୋଲି ଜଣାପଡିଛି । ତେବେ ଏହି ଘଟଣା ଗତ ୫ତାରିଖରେ ଘଟିଥିବା ସୂଚନା ମିଳିଛି ।

ଗତ କିଛି ଦିନ ତଳେ ସହରର ହାତୀସାଲପଡ଼ା ଠାରେ ବିହାନ ଅଗ୍ରୱାଲ କୌଣସି ଘଟଣାକୁ ମାଡ଼ ମାରିଥିବା ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ଘଟିଥିଲା । ତେବେ ପ୍ରତିଶୋଧ ପରାୟଣ ହୋଇ ଅନ୍ୟ ଏକ ଛାତ୍ର ଗୋଷ୍ଠି କିଛି ଅଣଛାତ୍ରର ସହାୟତାରେ ବିହାନକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋରଜବରଦସ୍ତ ଉଠାଇ ନେଇ କଲେଜ ପଛପଟେ ଥିବା ନିଛାଟିଆ ଜାଗାରେ ପ୍ରବଳ ମାଡ଼ ମାରିଥିଲେ । ଏହି ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ତେବେ ମାଡ ଖାଉଥିବା ଛାତ୍ର ଜଣକ ଏକାକୀ ଥିବା ବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ରୁ ୪ଜଣ ଅଣଛାତ୍ର ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ  ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ସ୍ତରରରେ ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା- ସରକାରୀ କୋଠା, ଦୋକାନ ଘର, ଗଡ଼ିଆ ଓ ପୋଖରୀ ଇତ୍ୟାଦି ରହିଛି । ଏଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ । ମିଶନ ଶକ୍ତିର ମାଆମାନେ ତାକୁ ଆଥିର୍କ କାର୍ଯ୍ୟରେ ଲଗାଇ ପାରିବେ ।

 CM Directs All Collector To Transfer Unused Govt Property To SHGs
FILE

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମାଆ ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜଭୁତ୍ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ- ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି । ଆମର ସତୁରୀ ଲକ୍ଷ ମାଆ ମାନଙ୍କୁ ସଶକ୍ତ କରିବାରେ ଏହି ଆହୁରି ଦକ୍ଷତାର ସହ ସେବା ଯୋଗାଇବ ବୋଲି ଆଶା ରଖିଛନ୍ତି ସରକାର ।