ରାଜ୍ୟରେ ସାଢ଼େ ୬ ଲକ୍ଷ ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ପଜିଟିଭ୍

1 min read
Odisha Reports 11498 Covid Cases In Last 24 Hour

ଭୁବନେଶ୍ୱର: ଖସୁନି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୧ ହଜାର ୪୯୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୬ ହଜାର ୪୩୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୫ ହଜାର ୫୯ଟି ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭, କଟକରୁ ୧୧୦୭ଟି ମାମଲା ଆସିଛି ।

ଅନୁଗୁଳରୁ ୮୬୭, ବାଲେଶ୍ୱରରୁ ୫୨୪, ବରଗଡ଼ରୁ ୩୯୫, ଭଦ୍ରକରୁ ୧୩୪, ବଲାଙ୍ଗିରରୁ ୨୯୪, ବୌଦ୍ଧରୁ ୩୧୩, କଟକରୁ ୧୧୦୭, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୨୪୭, କଳାହାଣ୍ଡିରୁ ୨୦୫, କନ୍ଧମାଳରୁ ୧୦୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, ଖୋର୍ଦ୍ଧାରୁ ୧୪୯୭, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡ଼ାରୁ ୧୫୨, ପୁରୀରୁ ୪୨୪, ରାୟଗଡ଼ାରୁ ୨୩୩, ସମ୍ବଲପୁରରୁ ୩୯୩, ସୋନପୁରରୁ ୨୨୭, ସୁନ୍ଦରଗଡ଼ରୁ ୭୦୩ ଏବଂ ଷ୍ଟେଟ ପୁଲରୁ ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ୧୧ ହଜାର ୪୯୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି । ୫ ଲକ୍ଷ ୪୬ ହଜାର ୬୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧ ଲକ୍ଷ ୬ ହଜାର ୮୧୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave a Reply