spot_img

Latest Posts

ଲଗାତାର ତୃତୀୟ ଦିନରେ ବଢ଼ିଲା ସଂକ୍ରମଣ ମାମଲା, ଦେଶରେ ୨୪ ଘଣ୍ଟାରେ ୩୮୭୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୩ ଲକ୍ଷ ତଳେ ରହିଛି । ତଥାପି କମୁଥିବା ସଂକ୍ରମଣ ଗତ ୩ ଦିନ ହେଲା ଆଂଶିକ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୬୭ ହଜାର  ୭୦ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୩ ହଜାର ୮୭୪ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନାର ସ୍ଥିତି

ମୋଟ କରୋନା ମାମଲା– ୨ କୋଟି ୫୭ ଲକ୍ଷ ୭୨ ହଜାର ୪୦୦

ମୋଟ ସୁସ୍ଥ– ୨ କୋଟି ୨୩ ଲକ୍ଷ ୫୫ ହଜାର ୪୪୦

ମୋଟ ମୃତ୍ୟୁ– ୨ ଲକ୍ଷ ୮୭ ହଜାର ୧୨୨

ସକ୍ରିୟ ସଂକ୍ରମଣ ମାମଲା– ୩୧ ଲକ୍ଷ ୨୯ ହଜାର ୮୭୮

ମୋଟ ଟିକାକରଣ– ୧୮ କୋଟି ୭୦ ଲକ୍ଷ ୯ ହଜାର ୭୯୨

Latest Posts

Don't Miss