ଆଜି ଏହି ୩ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

Covid Vaccination Closed Today In Three Districts

ଭୁବନେଶ୍ୱର: ରାଜ୍ୟରେ ଟିକା ଅଭାବ ଜାରି ରହିଛି । ବାରମ୍ବାର ଚିଠି ସତ୍ତ୍ୱେ କେନ୍ଦ୍ର ସରକାର ଆବଶ୍ୟକ ଟିକା ପଠାଉନାହାଁନ୍ତି । ଫଳରେ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି ଲକ୍ଷାଧିକ ଲୋକ । ଆଜି ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

ଗତକାଲି ୫୭୭ଟି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯାଇଥିଲା । ୭୬ ହଜାର ୪୭୮ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି । ରାଜ୍ୟରେ ୬୮ ଲକ୍ଷ ୧୨ ହଜାର ୧୧୮ ଡୋଜ୍ ଏଯାବତ୍ ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୯ ହଜାର ୩୧୧ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୪୫ ଲକ୍ଷ ୩୧ ହଜାର ୩୩୫ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୩୪ ହଜାର ୪୩୩ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକା ମଧ୍ୟରୁ ୮୨ ହଜାର ୩୦ ଡୋଜ୍, କୋଭାକ୍ସିନର ୩ ଲକ୍ଷ ୬୫ ହଜାର ୨୯୦ ଡୋଜ୍ ଏବଂ ରାଜ୍ୟ କିଣିଥିବା କୋଭାକ୍ସିନରୁ ୪୧ ହଜାର ୧୦ ଡୋଜ୍ ଏବଂ କୋଭିସିଲ୍ଡ ୩ ଲକ୍ଷ ୮୩ ହଜାର ୩୦ ଡୋଜ୍ ରହିଛି ।

Leave a Reply