spot_img
Home Blog Page 5777

କ୍ୟାପିଟାଲ୍ ହସ୍ପିଟାଲର ୨ ଜଣ ଡାକ୍ତର କରୋନା ସଂକ୍ରମିତ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ବାଦ୍ ପଡୁନାହାନ୍ତି କରୋନା ଯୋଦ୍ଧା । ଅନ୍ୟପଟେ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ନିୟମିତ ଭାବେ ଯାତ୍ରୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହା ଚିନ୍ତା ବଢ଼ାଉଛି । ଏପ୍ରିଲ୍ ୩ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରୁ ମୋଟ ୨୧ଜଣ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଯାତ୍ରୀଙ୍କ ମଧ୍ୟରୁ ମହାରାଷ୍ଟ୍ର ଫେରନ୍ତା ସର୍ବାଧିକ ଥିବା ବେଳେ ଦିଲ୍ଲୀ ଓ ବେଙ୍ଗଳୁରୁରୁ ଆସିଥିବା ଯାତ୍ରୀ ସଂକ୍ରମିତି ଚିହ୍ନଟ ହୋଇଛନ୍ତି । ଜଣେ ରେଳ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

Two Doctor Of Capital Hospital Tested Positive For Covid19

ଏସବୁକୁ ଦୃଷ୍ଟିରେ ରଖି ତଥା ରାଜ୍ୟ ସରକାରଙ୍କ ନିର୍ଦେଶନାମା ପ୍ରକାରେ ରେଳଷ୍ଟେସନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଷ୍ଟେସନ୍ ନିର୍ଦ୍ଦେଶକ । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଗତ ୨ ଦିନରେ ଦୁଇଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଭେଷଜ ଓ ଅନ୍ୟଜଣେ ଶଲ୍ୟ ବିଭାଗର ଡାକ୍ତର ହୋଇଥିବା ବେଳେ ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର RTPCR ଟେଷ୍ଟ କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅବଶିଷ୍ଟ କର୍ମଚାରୀଙ୍କର ଖୁବଶୀଘ୍ର ଟେଷ୍ଟ କରାଯିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Two Doctor Of Capital Hospital Tested Positive For Covid19

ଅନ୍ୟପଟେ କେନ୍ଦ୍ର ଭ୍ୟାକ୍ସିନ୍ ଦେଉନଥିବା ଖବର ପରେ ଭୁବନେଶ୍ୱରର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଛି । ସରକାରୀ ଓ ଘରୋଇ ମୋଟ ୬୩ଟି କେନ୍ଦ୍ରରେ ଟିକା ଦିଆଯାଉଛି । ବର୍ତ୍ତମାନ ଆମ ପାଖରେ ୧ ଲକ୍ଷ ଟୀକା ମହଜୁଦ୍ ଅଛି । ଯାହା ଅନ୍ୟୁନ ଏକ ସପ୍ତାହ ଚାଲିବ, କୋଭାକ୍ସିନର ଅଭାବ ନାହିଁ । ଏଣୁ ଆତଙ୍କିତ ବା ତରବରିଆ ହୋଇ ଟିକା କେନ୍ଦ୍ରରେ ଗହଳି ନ କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ପ୍ରତିବାଦ ପରେ ବଦଳିଲା ନିଷ୍ପତ୍ତି, ମନ୍ତ୍ରୀ କହିଲେ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍

ଭୁବନେଶ୍ୱର: ଛାତ୍ରଛାତ୍ରୀ ଛାଡ଼ିବେନି ହଷ୍ଟେଲ, ଖୋଲା ରହିବ । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଉଚ୍ଚ ଶିକ୍ଷା ପାଇଁ ହଷ୍ଟେଲ ଖୋଲିବାର ଆବଶ୍ୟକତା ରହିଛି, ତେଣୁ ବର୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ ସମୟରେ କରୋନା ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଗାଇଡଲାଇନ୍ ମାନି ହଷ୍ଟେଲରେ ରହିବାକୁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ।

Utkal University Hostel Open For Students Says Higher Education Minister

ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । କରୋନାର ବଢ଼ୁଥିବା ମାମଲାକୁ ଦେଖି ତୁରନ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଖାଲି କରିବା ଲାଗି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ପରୀକ୍ଷା ଥିଲେ ହଷ୍ଟେଲରେ ରହିବାକୁ ଅନୁମତି ଦେଇଥିଲା ଭୁବନେଶ୍ୱର ମହାନଗର ନିଗମ । ବିଏମସିର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ।

Utkal University Hostel Open For Students Says Higher Education Minister

ଆଜି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ବାଣୀବିହାରରେ ରାସ୍ତାରୋକ କରିଥିଲେ ଛାତ୍ରଛାତ୍ରୀ । ବିଏମସି ତୁରନ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବାକୁ ଦାବି ହୋଇଥିଲା । ଏହା ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଭେଟି ଆଲୋଚନା କରିଥିଲେ । ବର୍ତ୍ତମାନ ପାଇଁ ହଷ୍ଟେଲ ଖୋଲା ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଆଜିଠୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ଷେରୁ ଅଧିକ ସମୟ ହେଲା ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସିନଥିଲା । କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଏବଂ କୋଭିଡ୍ ଯୋଦ୍ଧା ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା ।

CM Directs To Collect Double Fine If Not Wearing Mask

କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବେପାର ବଣିଜ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ ଶୀଘ୍ର ବ୍ୟାପୁଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଆରମ୍ଭ ହେଲାଣି ।

CM Directs To Collect Double Fine If Not Wearing Mask

ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶ ମାସ୍କ ଅଭିଯାନ ଆରମ୍ଭ କରିବା । ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Directs To Collect Double Fine If Not Wearing Mask

ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାଠାରୁ ଜିତି ପାରିବା । ମାଆମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ବି ଘରୁ ବାହାରକୁ ଗଲେ ଆପଣ ସେମାନଙ୍କୁ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଅନ୍ତୁ । ମାଆମାନେ ସତର୍କ ହେଲେ ଘରକୁ କରୋନା ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ଲାଗି ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

CM Directs To Collect Double Fine If Not Wearing Mask

ଟିକା ନେଇଥିବା ଲୋକ ନନେଇ ଥିବା ଲୋକ ମାସ୍କ ପିନ୍ଧନ୍ତୁ । ତାହେଲେ ଯାଇ ଆମେ ଲକଡାଉନକୁ ରୋକି ପାରିବା । ଜୀବନ ସହ ଜୀବିକାକୁ ଆଗେଇ ନେବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ଏବେ କରୋନାର ଦ୍ୱିତୀୟ ଲହର ଦେଶରେ ଚାଲିଥିବା ବେଳେ ଅନ୍ୟ କେତେକ ଦେଶର ତୃତୀୟ ଲହର ଆସିଛି । ମାସ୍କକୁ ଜୀବନର ସାଥି କରିପାରିଲେ ଆମେ କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଫିନାଇଲ୍ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ ଶାଶୂ ଘର ଲୋକଙ୍କ ପାଇଁ…

ବିଗ ବସ୍ କନ୍ନଡର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କୋଟୁର ଏପ୍ରିଲ୍ ୮ ତାରିଖ ଦିନ ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ସମୟରେ ଅଭିନେତ୍ରୀ ଜଣକ କୋଲାର ସ୍ଥିତ ଘରେ ଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡିଛି ।

 

ବିଗ ବସ୍ କନ୍ନଡ ସିଜନ୍ ୭ର ଏହି ପ୍ରତିଯୋଗୀ ଜଣକ ତାଙ୍କ ଶାଶୂ ଘର ଲୋକଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଗତ ମାସରେ ସେ ବିଜନେସମ୍ୟାନ୍ ନାଗାର୍ଜୁନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ମନ୍ଦିରରେ ବିବାହ କରିଥିବା ବେଳେ ନାଗାର୍ଜୁନଙ୍କ ପରିବାର ଲୋକେ ଏହି ବିବାହ ପାଇଁ ସ୍ୱୀକୃତି ନଦେବା ସହ ତାଙ୍କୁ ଆପଣାଇବା ପାଇଁ ରାଜି ହୋଇନଥିଲେ ।

ରିପୋର୍ଟ ଅନୁଯାୟୀ, ଚୈତ୍ରା ନିଜ ବୟାନରେ କହିଛନ୍ତି ଯେ ନାଗାର୍ଜୁନଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଏହି ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇଛି ।

ବିନା ଅନୁମତିରେ ଲାକ୍ଷାଦ୍ୱୀପ ନିକଟବର୍ତ୍ତୀ ଜଳଭାଗରେ ଆମେରିକୀୟ ନୌସେନାର ଅପରେସନ୍

ନୂଆଦିଲ୍ଲୀ: ଭାରତର ସମ୍ମତି ନ ନେଇ ଏ ସପ୍ତାହରେ ଲାକ୍ଷାଦ୍ୱୀପ ନିକଟବର୍ତ୍ତୀ ଦେଶର ‘ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ରେ (EEZ) ‘ଫ୍ରିଡମ୍‌ ଅଫ୍‌ ନେଭିଗେସନ୍‌ ପାଟ୍ରୋଲ୍‌ସ୍‌’ କରିଥିବା କଥା ଆମେରିକୀୟ ନୌସେନା ଘୋଷଣା କରିଛି। ପଡ଼ୋଶୀ ଦେଶମାନଙ୍କରେ ନିଜ ଅଞ୍ଚଳ ଥିବା କଥା ଚୀନ୍‌ ବରାବର ଦାବି କରୁଛି। ଚୀନ୍‌ର ଏ ପ୍ରକାର ଦାବିକୁ ମୁକାବିଲା କରିବା ନିମନ୍ତେ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ନିୟମିତ ଏଭଳି ପାଟ୍ରୋଲିଂ କରିଥାଏ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ ପତିଆରାକୁ ପରାହତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସହଯୋଗ ଲୋଡୁଥିବା ବେଳେ ‘ଇଇଜେଡ୍‌’ରେ ଏଭଳି ପାଟ୍ରୋଲ୍‌ କରିଥିବା କଥାକୁ ଉତ୍ତେଜନା ସୃଷ୍ଟି କରିବା ଭଳି ଘୋଷଣା କରିବା କଥା ଖୁବ୍‌ ବିସ୍ମୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଭାରତ ତରଫରୁ ଏ ସଂକ୍ରାନ୍ତରେ କୌଣିସ ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।

ଯୁକ୍ତରାଷ୍ଟ୍ର ଆମେରିକାର ‘୭ମ ଫ୍ଲିଟ୍‌’ ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ କହିଛି ଯେ, ତା’ର ‘ଆର୍ଲେ ବର୍କେ-କ୍ଲାସ୍‌ ଗାଇଡେଡ୍‌ କ୍ଷେପଣାସ୍ତ୍ର ବିନାଶକାରୀ ୟୁଏସ୍‌ଏସ୍‌ ଜନ୍‌ ପଲ୍‌ ଜୋନ୍‌ସ୍‌’ ପୋତ ଭାରତର ସମ୍ମତି ବିନା ଏପ୍ରିଲ୍‌ ୭ ତାରିଖ ଦିନ ଲକ୍ଷାଦ୍ୱୀପପୁଞ୍ଜ ଅଞ୍ଚଳର ପଶ୍ଚିମ ପଟରେ ପାଟ୍ରୋଲିଂ କରିଛି।

ସମଲେଇ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନୁମୋଦନ, ପୂଜାରୀଙ୍କୁ ୨୦ ଲକ୍ଷ ଟଙ୍କାର ଭତ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ‘ସମଲେଇ ବିକାଶ’ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ସମଲେଶ୍ୱରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ। ଏଥିସହିତ ପ୍ରକଳ୍ପକୁ ଆଗେଇ ନେବା ପାଇଁ  ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର  ବିକାଶ ପାଇଁ ସମଲେଇ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା  ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି। ତେବେ ସଂପୂର୍ଣ୍ଣ ସମଲେଇ ଯୋଜନାକୁ ମେ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଜାଣନ୍ତୁ, ଥଇଥାନ ଓ ପୁନର୍ବାସ ପ୍ୟାକେଜରେ କେଉଁ ସବୁ ବ୍ୟବସ୍ଥା ରହିଛି…

୧. ବେସରକାରୀ ଜାଗାରେ ଘର-

ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ Right to Fair Compensation and transparency of land acquisition, rehabilitation and resettlement Act 2013 ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

ମନ୍ଦିରର ପୂଜାରୀ ମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ। ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍‌ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ପୂଜାରୀ ମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ।

ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ।

ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ।

୨. ବେସରକାରୀ ଜାଗାରେ ଦୋକାନ ଘର

ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ।

କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା  ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ।

୩. ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ ଘର

ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ। ଲୋକଙ୍କ  ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ। ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାର ଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ।

ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ।

୪. ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର

ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ

ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା

ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା

୫. ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘର

ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା

୬. ସରକାରୀ ଜାଗାରେ ଥିବା ଉଠାଦୋକାନୀ

ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ।

ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ୍ ଭେଣ୍ଡିଂ ପ୍ଲାନ୍ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ।

୭. ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା

ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ  ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ

ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ ।

୮. ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ

ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ, ଯାହା ସମ୍ବଲପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ ହେବ।  ଏଥିରେ vocational training, ଆର୍ଥିକ ସହାୟତା, ସ୍ୱାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ MBPY ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ ।

୯. ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ

ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

ତେବେ ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପ୍ରବାସୀଙ୍କ ଘରବାହୁଡ଼ା: ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ରେ ଅସମ୍ଭାଳ ଭିଡ଼

ଚିନ୍ତା ବଢ଼ାଇଛି କରୋନା ୨.୦ । ଗତବର୍ଷ ଭଳି ଏବର୍ଷ ବି ସ୍ଥିତି ସଙ୍ଗୀନ ହେଉଥିବାରୁ ଲକଡାଉନ ହେବା ଆଶଙ୍କା ଉପୁଜିଛି । ଲକଡାଉନ ସମୟର ଅକଥନୀୟ କଷ୍ଟ ପ୍ରବାସୀଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଲକଡାଉନ ଆଶଙ୍କା ପ୍ରବାସୀ ଶ୍ରମିକଙ୍କୁ ଭୟଭୀତ କରିଛି । ଯାହାଫଳରେ ପୁଣି ଘରବାହୁଡା ହୋଇଛନ୍ତି ପ୍ରବାସୀ । କଟକଣା ଫେରିଥିବା ବେଳେ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ନିଦ ହଜିଯାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ ଆଦିରେ ସଂକ୍ରମଣ ଶିଖର ଛୁଇଁଥିବା ବେଳେ ଅସମ୍ଭଳ ହୋଇଛି ଦ୍ବିତୀୟ ଲହର । ପରିବାରକୁ ଧରି ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଦିଲ୍ଲୀର ବିଭିନ୍ନ ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଥିବା ପ୍ରବାସୀମାନେ ଘରକୁ ଫେରିବାକୁ ବସ୍‌, ଟ୍ରେନ୍‌କୁ ଅପେକ୍ଷା କରି ରହିଛନ୍ତି । ପୂର୍ବବର୍ଷ ଲକ୍‌ଡାଉନ ଯୋଗୁ ବହୁ ଶ୍ରମିକ ରେଜଗାର ହରାଇବା ପରେ ଦିନ ଭୋକ ଉପାସରେ କାଟିଥିଲେ । ସେଭଳି ସ୍ଥିତିର ପୁନରାବୃତ୍ତି ଭୟରେ ଘରକୁ ଫେରିବାକୁ ବସ୍ ଓ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି । ଦିଲ୍ଲୀ ଓ ମୁମ୍ବାଇରୁ ଶହ ଶହ ଶ୍ରମିକ ବିହାର, ଝାରଖଣ୍ଡ, ଆଦି ରାଜ୍ୟକୁ ଫେରୁଥିବା ଦେଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ଟିକା ନେବା ପରେ ୩୭ ଡାକ୍ତରଙ୍କୁ କରୋନା

ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ କନେଷ୍ଟବଳ

ଭଦ୍ରକ: ମେଡିକାଲରେ ସନ୍ତାନ ଜନ୍ମ ନହେବାରୁ ପୂଜା କରିବା ପାଇଁ ଘରକୁ ଯାଉଥିଲେ । ପ୍ରସବ ବେଦନା ହେବାରୁ ବସଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ କନେଷ୍ଟବଳ । ଭଦ୍ରକ ଜିଲ୍ଲା ବନ୍ତ ଛକ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି । ବାଲେଶ୍ଵର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର ମାଲେ ହୋ ପ୍ରସବ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୫ଦିନରୁ ଅଧିକ ଦିନ ବିତିଥିଲେ ବି ସନ୍ତାନ ଜନ୍ମ ହୋଇ ନଥିଲା । ସେଥିପାଇଁ ମାଲେ, ତାଙ୍କ ସ୍ଵାମୀ ଓ ଶାଶୂ ଘରକୁ ଯାଉଥିଲେ । କିନ୍ତୁ ବସଷ୍ଟାଣ୍ଡରେ ମାଲେଙ୍କର ପ୍ରସବ ବେଦନା ହୋଇଥିଲା ।

ସ୍ଥାନୀୟ ଲୋକମାନେ ମହିଳାମାନଙ୍କ ସହଯୋଗରେ ଶାଢି ବେଢ଼ାଇ ବସଷ୍ଟାଣ୍ଡରେ ପ୍ରସବ କରାଇଥିଲେ । ସହଯୋଗ କରିଥିଲେ କାର୍ଯ୍ୟରତ ମହିଳା କନେଷ୍ଟବଳ ସାବିତ୍ରୀ ନାୟକ । କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରେ ଅମ୍ବୁଲାନ୍ସରେ ମାଲେଙ୍କୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ମହିଳା କନେଷ୍ଟବଳ ସାବିତ୍ରୀ ନାୟକ ଓ ସ୍ଥାନୀୟ ମହିଳାମାନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଉନ୍ମୋଚିତ ହେଲା ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଯାଇଛି ‘ଓଡ଼ିଶା ଇତିହାସ’। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତଥା ଜନନାୟକ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମହତାବଙ୍କ ପରି ବ୍ୟକ୍ତିତ୍ୱକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ସେ ଭେଦଭାବ ଦୂର କରିବା ଦିଗରେ କାମ କରିଥିଲେ ବୋଲି କହିଛନ୍ତି।

ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ବହୁ ବଡ଼ ବଡ଼ ନିଷ୍ପତ୍ତି ନେଇଥିଲେ। ଯାହା ଦ୍ୱାରା ଓଡ଼ିଶାରେ ବିକାଶର ଅୟମାରମ୍ଭ ହୋଇଥିଲା । ଏହାସହ ମୋଦି କହିଛନ୍ତି, ଓଡ଼ିଶାର ଇତିହାସ ବିବିଧଭରା । ଏସବୁ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ । ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଓଡ଼ିଶାର ବ୍ୟାପକ ତଥା ବିବିଧ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଇତିହାସକୁ ଖେଳାଇଲେ ସେଥିରେ ଆମକୁ ଓଡ଼ିଶାର ଇତିହାସ ସଙ୍ଗେସଙ୍ଗେ ସମଗ୍ର ଭାରତର ଐତିହାସିକ ସାମର୍ଥ୍ୟ ମଧ୍ୟ ନଜର ଆସିବ ବୋଲି ମୋଦି ପ୍ରକାଶ କରିଛନ୍ତି । ତେବେ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ପୁସ୍ତକଟିର ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂସଦ ତଥା ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ ପ୍ରସ୍ତାବ: ଯୋଜନାକୁ ଘାତକ କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଦେଶରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏଭଳି ସମୟରେ ଟିକାକରଣ ନେଇ ଧାର୍ଯ୍ୟ ବୟସ ସୀମାରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA)  ବ୍ୟତୀତ ବହୁ ଏକ୍ସପର୍ଟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି କିଛି ନେତା ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକା ଲଗାଇବା ନେଇ ଅନୁମତି ମାଗିଛନ୍ତି । ତେବେ ଏଭଳି କରିବା ଅତି ଘାତକ ହୋଇପାରେ ବୋଲି କହିଛନ୍ତି ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS) ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ।

ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଟିକାକରଣ ବୟସ ସୀମା ହ୍ରାସ କରିବା ଭଳି ଚିନ୍ତାଧାରା ଠିକ୍ ନୁହେଁ । ଏହା ଦ୍ୱାରା ଜରୁରୀ ଲୋକଙ୍କୁ ଟିକା ମିଳିବା ବନ୍ଦ ହୋଇଯିବ । ଯାହା ଦ୍ୱାରା ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ।

ସେ ଆହୁରି କହିଛନ୍ତି ଯେ, ଯଦି ଆମେ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ଚିନ୍ତାକରିବା ତେବେ ଆମକୁ କେତେ ଡୋଜ୍‌ ର ଆବଶ୍ୟକତା ରହିବ ଏ ନେଇ ସଠିକ୍ ହିସାବ କରିବାର ଆବଶ୍ୟକତା ରହିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ପାଖାପାଖି ୯୭ କୋଟି ଲୋକ ଦେଶରେ ବସବାସ କରନ୍ତି  । ଏଥିଲାଗି ଆମକୁ ପାଖାପାଖି ୨ ଅରବ ଡୋଜର ଆବଶ୍ୟକତା ରହିଛି । ଯଦି ଆମେ ପ୍ରାଥମିକତା ଭିତ୍ତିରେ ଟିକାକରଣ ବନ୍ଦ କରିଦେବା ତେବେ ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଲୋକେ କରୋନାର ଶିକାର ହୋଇପାରନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ ଅଭିଯୋଗ