ଆଜି ୪ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

1 min read
Covid Vaccination Session No To Be Held In This Districts

ଭୁବନେଶ୍ୱର: ଟଳୁନି ଟିକା ସଂକଟ । ଆଜି ରାଜ୍ୟର ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ । ଶୁକ୍ରବାର ୪ଟି ଜିଲ୍ଲା- ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ର କୌଣସି ସ୍ଥାନରେ ଟିକାକରଣ ହେବ ନାହିଁ । ଗତକାଲି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି ।

୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬ ହଜାର ୪୪୮ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୨ ଲକ୍ଷ ୭୧ ହଜାର ୧୨୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ ଲକ୍ଷ ୬୭ ହଜାର ୨୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Covid Vaccination Session No To Be Held In This Districts

୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୩୭ ହଜାର ୧୯୫ ଜଣ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ୪୫ ଲକ୍ଷ ୫୧ ହଜାର ୯୨ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୦ ଲକ୍ଷ ୩୯ ହଜାର ୧୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଉଥିବା କୋଭିସିଲ୍ଡରୁ ୩ ଲକ୍ଷ ୯ ହଜାର ୭୧୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୩ ଲକ୍ଷ ୫୪ ହଜାର ୮୯୦ ଡୋଜ୍ ରହିଛି । ରାଜ୍ୟ କିଣିଥିବା କୋଭାକ୍ସିନରୁ ୩୬ ହଜାର ୧୫୦ ଡୋଜ୍ ରହିଥିବା ବେଳେ କୋଭିସିଲ୍ଡିର ୩ ଲକ୍ଷ ୬୦ ହଜାର ୨୯୦ ଡୋଜ୍ ଟିକା ଅଛି ।

Leave a Reply