ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସିସିଏଫ, କେନ୍ଦୁପତ୍ର ଅଫିସର ବରିଷ୍ଠ କିରାଣି ଦିଲ୍ଲୀପ ଜେନାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ରତନପୁର ପୈତୃକ ଘର ସହ ୪ଟି ସ୍ଥାନରେ ରେଡ୍ । କଟକ ଅଫିସ ଚାମ୍ବର, ଭୁବନେଶ୍ୱର କ୍ୱାଟରରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଜାଗମରାରେ ଥିବା ତ୍ରିତଳ ପ୍ରାସାଦରେ ମଧ୍ୟ ରେଡ୍ ହୋଇଛି ।
ବୁର୍ଲା SUIITର ୭ ବିଦ୍ୟାର୍ଥୀ କରୋନା ସଂକ୍ରମିତ ଚିହ୍ନଟ, ସମସ୍ତ କ୍ଲାସ୍ ବାତିଲ
ସମ୍ବଲପୁର: ବୁର୍ଲାରେ ପୁଣି ବ୍ୟାପିଲା କରୋନା । ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ୍ ଟେକ୍ନୋଲଜିରେ ୭ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ୭ଜଣଙ୍କ ମଧ୍ୟରେ ୫ଛାତ୍ର ଓ ୨ ଛାତ୍ରୀ ରହିଛନ୍ତି । ବିଶ୍ୱବିଦ୍ୟାଳୟର ଆଇସୋଲେସନ୍ ସେଣ୍ଟରରେ ଚାଲିଛି ଚିକିତ୍ସା । ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କ୍ଲାସ୍ ବାତିଲ୍ କରାଯାଇଛି । SUIIT ନିର୍ଦ୍ଦେଶକ ପ୍ରଫେସର ନିହାରରଞ୍ଜନ ଶତପଥୀ ଏହି ସୂଚନା ଦେଇଛନ୍ତି ।
ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ ଅଭିଯୋଗ
ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମଷ୍ଟେର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା । ଏନେଇ ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।

ଗୁରୁବାର ୫ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଥିଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ । ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଛାଡିଥିଲେ ମାଓବାଦୀ । ସେଠାରୁ ଅନ୍ୟ ଯବାନମାନେ ବାଇକରେ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା । ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ ।

ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମଗାଯାଇଥିଲା । ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି । ଛତିଶଗଡ଼ର ସୁକ୍ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।
କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ
ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସିଛନ୍ତି ଅନ୍ତେବାସୀ । ଦାବି କରିଛନ୍ତି, ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର ହେଉ । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ନକରିବାକୁ ଅଡିବସିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବିଏମ୍ସିର ନିର୍ଦ୍ଦେଶନାମା ବିରୋଧରେ ନାରାବାଜି କରିଛନ୍ତି । ଗତକାଲି ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ଜାରି ହୋଇଥିଲା ।
ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ: ଗଞ୍ଜାମ ଜିଲ୍ଲାପାଳ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଫଳରେ ସବୁଠି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନିଆଗଲାଣି । ଭିଡ କମାଇବାକୁ କିଛି ପଦକ୍ଷେପ ନିଆଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ । ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସହ ଗ କରିବାକୁ ଲୋକଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ ।
Following decisions have been taken in view of Covid situation.
1) Gopalpur, Sunapur beach will be closed for every Saturday Sunday.
2) Ramalingeshwar park & Tampra will be closed on Monday.
3) Maa Taratarini temple will be closed every Wednesday.
Please cooperate— Collector & District Magistrate, Ganjam (@Ganjam_Admin) April 9, 2021
ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୧୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କ୍ୱାରେଣ୍ଟାଇନରୁ ୭୫୫, ଲୋକାଲ କେସ୍ ୫୨୭ । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪, ଖୋର୍ଦ୍ଧାରୁ ୧୯୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୮୪, ନୂଆପଡା ଓ ସମ୍ବଲପୁରରୁ ୮୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୁଳରୁ ୪୯, ବଲାଙ୍ଗୀର ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ, ଝାରସୁଗୁଡାରୁ ୩୬, ଗଞ୍ଜାମରୁ ୩୨, ପୁରୀରୁ ୨୮, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ଭଦ୍ରକରୁ ୨୪, ରାୟଗଡ଼ାରୁ ୧୫, ସୋନପୁରରୁ ୧୨, ବାଲେଶ୍ବର ଓ ନୟାଗଡ଼ରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୬ଜଣ ଲେଖାଏଁ, ଦେଓଗଡ଼ ଓ ଜଗତସିଂହପୁରରୁ ୩ଜଣ ଲେଖାଏଁ, ଢେଙ୍କାନାଳରୁ ୨, ଗଜପତିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜରା ୮୯୦ । ଆକ୍ଟିଭ କେସ୍ ରହିଛି ୫ହଜାର ୯୪୧ ।
ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ମଧ୍ୟରାତ୍ରରୁ ଶାଶୂଘର ଛାଡି ବାପଘରକୁ ଯିବେ ମାଆ
ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ମା’ ଆଜି ମଧ୍ୟରାତ୍ରରେ ଶାଶୂଘର ଛାଡି ବାପଘରକୁ ଆସିବେ। ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ମା’ଙ୍କ ଯାତ୍ରା । ସାମାଜିକ ଦୂରତା ଓ ଅଳ୍ପ ଶ୍ରଦ୍ଧାଳୁଙ୍କ ଭିତରେ ମା’ଙ୍କୁ ମୁଖ୍ୟ ମନ୍ଦିରରୁ ଅଣାଯିବ ଦେଶୀବେହେରାଙ୍କ ସାହିକୁ । ଏ ନେଇ ବାପଘର ଲୋକ ବେଶ ଚଳଚଞ୍ଚଳ ହୋଇଥିବା ବେଳେ ବ୍ରହ୍ମପୁରବାସୀ ଉତ୍ସାହିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାତ୍ରା ପାଇଁ ୭ ଦିନ ଲାଗି ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । କରୋନା କଟକଣା ମଧ୍ୟରେ ହେବ ଯାତ୍ରା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ହୋଇ ସାରିଛି ।





