ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟର କଲେ ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅକ୍ସିଜେନ ପ୍ଲାଣ୍ଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଖୁବ୍ କମ୍ ଦିନରେ ପ୍ରତିଷ୍ଠା ହୋଇପାରିଛି ଏହି ଅକ୍ସିଜେନ ପ୍ଲାଣ୍ଟ । ଗଞ୍ଜାମରେ କରୋନା ସ୍ଥିତି ଗତବର୍ଷ ଚିନ୍ତାଜନକ ରହିଥିଲା । ତେଣୁ ଚଳିତବର୍ଷ ଏମକେସିଜି ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରତିଶ୍ରୁତି ରକ୍ଷା କରି ଆଜି ୨ କୋଟି ଟଙ୍କା ବ୍ୟୟରେ ଏମକେସିଜି ଡିସିଏଚ୍ – 2 ସମ୍ମୁଖରେ 20 ହଜାର ଲିଟର ବିଶିଷ୍ଟ ଅକ୍ସିଜେନ୍ ଲିକ୍ୟୁଡ୍ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି ନବୀନ । ଏହ ପ୍ଲାଣ୍ଟ ଦକ୍ଷିଣ ଓଡିଶାର ଅକ୍ସିଜେନ ଅଭାବକୁ ପୂରଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଘଣ୍ଟାରେ ଅକ୍ସିଜେନ ଯୋଗାଣର ମନିଟରିଂ କରାଯିବ । ଅକ୍ସିଜେନ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଖୁବ ଶୀଘ୍ର ଆମେ କରୋନାକୁ ହରାଇବା, ଜନଜୀବନ ସ୍ୱାଭାବିକ ହେବ ବୋଲି କହିଛନ୍ତି ନବୀନ ।

ପ୍ଲାଣ୍ଟରୁ ସିଧା ମେନି ଫ୍ଲେମ୍ ରୁମକୁ ଯିବ ଏବଂ ସେଠାରୁ ସିଧା ରୋଗୀଙ୍କ ଶଯ୍ୟା ନିକଟରେ ଅକ୍ସିଜେନ୍ ପହଞ୍ଚିବ । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମପଣ୍ଡ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ମେଡିକାଲର ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply