spot_img
Home Blog Page 5774

West Bengal Assembly Election: ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ, ନିର୍ଣ୍ଣାୟକ ଭୂମିକା ନେଉଛନ୍ତି ମହିଳା ଭୋଟର

କୋଲକତା: ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ। ଚତୁର୍ଥ ପର୍ଯ୍ୟାୟରେ ମୋଟ ୪୪ଟି ଆସନ ପାଇଁ ହେଉଛି ଭୋଟିଂ। ମଇଦାନରେ ଅଛନ୍ତି ୩୭୩ ଜଣ ପ୍ରାର୍ଥୀ । ପ୍ରାୟ ୧ କୋଟି ୧୫ ଲକ୍ଷ ୮୧ ହଜାର ଭୋଟର ଏମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।  ଏହି ପର୍ଯ୍ୟାୟରେ ବିଜେପିର ହେଭିୱେଟ ବାବୁଲ ସୁପ୍ରିୟୋ ଓ ଲକେଟ୍ ଚାଟାର୍ଜୀଙ୍କର ହେଉଛି ଭାଗ୍ୟ ପରୀକ୍ଷା ।

ମତଦାନ ପାଇଁ ୧୫ ହଜାର ୯୪୦ଟି ପୋଲିଂ ବୁଥ୍ ହୋଇଥିବା ବେଳେ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୭୮୯ଟି କମ୍ପାନୀ ସେଣ୍ଟାଲ ଆର୍ମଡ ଫୋର୍ସ ଯବାନ। ହାୱଡ଼ା ଜିଲାର ୯ ସିଟ୍, ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୧୧ ସିଟ୍, ହୁଗୁଳିର ୧୦ ସିଟ୍, ଅଲିପୁରଦ୍ୱାର ଜିଲ୍ଲାର ୫ ସିଟରେ ଭୋଟ ଗ୍ରହଣ ହେଉଛି ।

ସେପଟେ ଚବିଶପ୍ରଗଣା ଜିଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ସଂଖ୍ୟା ଅଧିକ । ଫଳରେ ଏଠାରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି ମହିଳା ଭୋଟର।  ପଶ୍ଚିମବଙ୍ଗରେ ମୋଟ୍ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ, ଆଜି ୪ର୍ଥ ପର୍ଯ୍ୟାୟ ପାଇଁ  ନିର୍ବାଚନ ହେଉଛି। ମେ ୨ ତାରିଖରେ ନିର୍ବାଚନୀ ଫଳାଫଳ ଆସିବ।

IPL 2021: ଆଜି ମଇଦାନରେ ଗୁରୁ ଓ ଶିଷ୍ୟ ଲଢ଼େଇ

0

ଚେନ୍ନାଇ: ଆର୍ମଭ ହୋଇଯାଇଛି କ୍ରିରେଟ ମହାକୁମ୍ଭ IPL 2021 । ୧୪ ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର। ମୁମ୍ବାଇକୁ ୨ ୱିକେଟ୍‌ରେ ପରାସ୍ତ କରିଛି ବିରାଟ ବାହିନୀ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ଜବାବରେ ବେଙ୍ଗାଲୋର ୮ ୱିକେଟ୍‌ ହରାଇ ମ୍ୟାଚକୁ ଜିତି ନେଇଥିଲା।

ସେପଟେ ଆଜି ହେଉଛି ଆଇପିଏଲର ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ୱାଙ୍ଖଡ଼େ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ ଓ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଲଢ଼େଇ ହେବ।  ତେବେ ନୂଆ କରି କୟାପ୍ଟେନ ଦାୱିତ୍ୱ ନେଇଥିବା ଋଷଭ ପନ୍ତଙ୍କ ପାଇଁ ଅଭିଜ୍ଞ କ୍ୟାପ୍ଟେନ୍ ଧୋନିଙ୍କ ସହ ମୁକାବିଲା କରିବା ବଡ଼ ଚ୍ୟାଲିଞ୍ଜିଂ ହୋଇପାରେ। ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଉଗ୍ର ରୂପ ନେଇଥିବାରୁ ଖେଳାଳୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଚିନ୍ତାରେ ଅଛି ବିସିସିଆଇ।

‘ଆପଣ ଏଭଳି କାମ କରନ୍ତୁ ଯେ, ଆପଣଙ୍କ ପରପିଢ଼ି ଆପଣଙ୍କୁ ମନେ ରଖିବ’

ଭୁବନେଶ୍ୱର: ୫-T ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫- T ସଚିବ ଭି.କେ ପାଣ୍ଡିଆାନ । ଏହି ଅବସରରେ ସେ ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ । ୫- T ସଚିବ ଭି କେ ପାଣ୍ଡିଆାନ କହିଥିଲେ, ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ । ସରକାରୀ ସ୍କୁଲର ମେଧାବୀ ପିଲାଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣକୁ ସ୍ୱାଗତ କରିଥିଲେ । ଏହାଦ୍ବାରା ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷା ଓ ନିଯୁକ୍ତି ପାଇପାରିବେ । ପାନପୋଷ ହାଇସ୍କୁଲ, ଲାଞ୍ଜିବେରଣା ହାଇସ୍କୁଲ, ଗୋପବନ୍ଧୁ ହାଇସ୍କୁଲ, ରାଷ୍ଟ୍ରୀୟ ହାଇସ୍କୁଲର ଭିତ୍ତିଭୂମି ବିକାଶର ସମୀକ୍ଷା କରିଥିଲେ ୫-T ସଚିବ ଭି.କେ. ପାଣ୍ଡିଆନ । ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲର ସମସ୍ୟା ଉପସ୍ଥାପନ କରି ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିର ଏହି ଆଲୋଚନା ବେଳେ ସ୍କୁଲର ରୁପାନ୍ତରିକରଣ କାର୍ଯ୍ୟ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କୁ ଉତ୍ସାହିତ କରିଥିଲେ ୫-ଟି ସଚିବ । ସେ କହିଥିଲେ, କାର୍ଯ୍ୟ ଏଭଳି କରନ୍ତୁ, ଯାହା ଫଳରେ ଆପଣଙ୍କ ପରପିଢ଼ି ମଧ୍ୟ ଆପଣଙ୍କୁ ମନେ ରଖିବ । ଏବଂ କହିବ ଆପଣଙ୍କ ସମୟରେ ଏଭଳି କାର୍ଯ୍ୟ ହୋଇଥିଲା ।

 

ବେକାବୁ ହେଉଛି କରୋନା: ଦିନକରେ ୧ ଲକ୍ଷ ୪୫ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । କୋରନାର ଦ୍ୱିତୀୟ ଲହର ଦେଶ ପାଇଁ ଘାତକ ପ୍ରମାଣିତ ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୪୫ହଜାର ୩୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନାରେ ଦିନକରେ ଦେଶରେ ୭୯୪ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ୨୪ଘଣ୍ଟାରେ ୭୭ହଜାର ୫୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେଶରେ ମୋଟ୍ ଆକ୍ଟିଭ କେସ୍ ୧୦ଲକ୍ଷ ୪୬ହଜାର ୬୩୧ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୮ହଜାର ୪୩୬ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ୧ ଲକ୍ଷ ଉପରେ ରହୁଛି । ତେଣୁ ଏହାକୁ ନେଇ ଦେଶରେ ଚିନ୍ତା ବଢ଼ିଛି। କରୋନାର ପ୍ରଥମ ଲହର ଆମେରିକା ପାଇଁ ସବୁଠୁ ଅଧିକ ଘାତକ ଥିଲା । ହେଲେ ଏହାର ଦ୍ୱିତୀୟ ଲହର ଭାରତ ପାଇଁ ସବୁଠୁ ଅଧିକ ଘାତକ ହେଉଥିବା ଦେଖିବାକୁ ମିଳିଛି। କରୋନାର ଏହି ଦ୍ୱିତୀୟ ଲହରରେ, ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୫୭ ଦିନରେ୧୦ ଲକ୍ଷ  ଅତିକ୍ରମ କରିସାରିଲାଣି। ଯାହାକି  ପ୍ରଥମ ଲହରରେ  ଅତିକ୍ରମ କରିବାକୁ ୯୮ ଦିନ ସମୟ ଲାଗିଥିଲା।

ଏଥି ସହିତ, ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରସୋର୍ ରେ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ଲକ୍ଷ ୧୫ ହଜାର ୫୫ ଜଣଙ୍କୁ ଟିକା ଦିଆଯାଇଛି। ତେବେ ଏଥିସହିତ ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୯୮ ଲକ୍ଷ ୭୫ ହଜାର ୧୬୦ ଜଣ ଲୋକ ଟିକା ନେଇସାରିଲେଣି।

 

ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି । ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ । ଏବେ 1ଲକ୍ଷ 26 ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍‌ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । 10ଦିନ ପାଇଁ କରି 25ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । କିନ୍ତୁ ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଛି । ରାଜ୍ୟରେ ମୋଟ 14 ଶହ 76 ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବରୁ ୭ ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ଅଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟକୁ ଆସିବ ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିବ କୋଭିସିଲ୍ଡ ଟିକା । ଅଢେଇ ଲକ୍ଷ ଟିକା ଆଜି ପହଞ୍ଚିବ । ଟିକା ଅସିବା ପରେ ତୁରନ୍ତ ବିଭିନ୍ନ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଟିକା ଅଭାବ ଯୋଗୁଁ ରାଜ୍ୟରେ 7ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ରାଜ୍ୟରେ ଏବେ 1ଲକ୍ଷ 26 ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଅଛି। ଦିନକୁ ଅଢ଼େଇ ଲକ୍ଷ ଟିକା ଆବଶ୍ୟକ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହୋଇପାରେ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । 10ଦିନକୁ ଟାର୍ଗେଟ କରି 25ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । ପର୍ଯ୍ୟାୟ କ୍ରମେ ଟିକା ପହଞ୍ଚିଲେ ଟିକାର ଅଭାବ ଦୂର ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ମୋଟ 1476 ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା।

ଏଥିସହିତ ପଢ଼ନ୍ତୁ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ

କଟକ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ । ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । କୋଭିଡ ସଂକ୍ରମଣକୁ ନଜରରେ ରଖି ପଦକ୍ଷେପ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ । ଖାଲି କରିବାକୁ ନିର୍ଦ୍ଦେଶକୁ ଅନ୍ତେବାସୀଙ୍କ ବିରୋଧ । ଅପରପକ୍ଷରେ ଗତକାଲି ମଧ୍ୟ ଭୁବନେଶ୍ୱର ସ୍ଥିତ ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟକୁ ସିଲ୍ କରାଯାଇଛି ।  କୋଭିଡ୍ ନିୟମ ଉଲ୍ଲଘଂନ କରିଥିବାରୁ କଲେଜକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଦୁଷ୍ଟିରେ ରଖି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉନାହିଁ । ଏଭଳି ସ୍ଥଳେ ଆରସିଏମ କଲେଜ ନିୟମକୁ ଉଲ୍ଲଂଘନ କରି ବିନା ଅନୁମତିରେ ଡିଜେ ନାଇଟ୍ ଆୟୋଜନ କରିଥିଲା । ଯେତେବେଳେ କି ବିଏମସି କେବଳ ସେମିନାର ଲାଗି ଅନୁମତି ଦେଇଥିଲା । ବିଏମସି ଆରସିଏମ୍ କଲେଜକୁ ସିଲ୍ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ଏଥିସହିତ ପଢ଼ନ୍ତୁ: ସିଲ୍ ହେଲା ଆଉ ଏକ କଲେଜ୍, ଅନୁମତି ନନେଇ ଚାଲିଥିଲା ଡିଜେ ନାଇଟ୍

କୁମ୍ଭାରଶାଳରୁ ୯ ଫୁଟିଆ ଅହିରାଜ ଉଦ୍ଧାର

କୁମ୍ଭାରଶାଳରୁ ୯ଫୁଟର ଅହିରାଜ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଖଲିକୋଟ ରେଞ୍ଜ ଅଧିନସ୍ଥ ଗୁରୁଝରି ଗାଁର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ଶାଳରେ ଅହିରାଜଟିକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ ବାଇଆଙ୍କ ପରିବାର ସଦସ୍ୟ । ଖବର ପାଇବା ପରେ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ସାପଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଜଙ୍ଗଲରେ ଛାଡ଼ିଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ୍’ ଅଭିଯାନ: କାର୍ଯ୍ୟକ୍ରମର ସମୀକ୍ଷା କରିବେ ୫-ଟି ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ବିଶେଷ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ତ ସେନେଇ  ଗୁରୁତ୍ୱ ଦିଆଯାଉଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି । ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ଯ୍ୟ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

 

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ହଜାରେ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୩୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୮୧୨, ଲୋକାଲେ କେସ୍ ୫୬୨ । ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୧୯୩, ନୂଆପଡାରୁ ୧୩୫ ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁରରୁ ୭୭, ବରଗଡ଼ରୁ ୫୯, ଝାରସୁଗୁଡାରୁ ୫୨, କଟକରୁ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡି ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୪୪ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ଗଞ୍ଜାମ ଓ ନବରଙ୍ଗପୁରରୁ ୨୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗୀରରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୯, କୋରାପୁଟ, ଦେଓଗଡ଼ ଓ ଗଜପତିରୁ ୮ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୫, ସୋନପୁରରୁ ୪, କନ୍ଧମାଳରୁ ୩, ବୌଦ୍ଧରୁ ୨ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୮ହଜାର ୧୮୨ଥିବା ବେଲେ ସୁସ୍ଥ ହେଲେଣି ୩ ଲକ୍ଷ ୩୯ହଜାର ୨୦୦ଜଣ ଆକ୍ରାନ୍ତ । ଆକ୍ଟିଭ  କେସ୍ ୭ହଜାର ୩ରେ ପହଞ୍ଚିଛି ।