ରାଜ୍ୟରେ ୧୦ ଦିନ ମଧ୍ୟରେ ୩୨ ହଜାର ୮୮୪ ଶିଶୁଙ୍କୁ କରୋନା

1 min read
Over 32 Thousand Child Infected By Covid19 Between 10 Days In Odisha

ଭୁବନେଶ୍ୱର: ଭୂତାଣୁ କବଳରେ ଶିଶୁ । ରାଜ୍ୟରେ ୧୦ ଦିନ ମଧ୍ୟରେ ୩୨ ହଜାର ୮୮୪ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ବିତୀୟ ଲହରରେ ବି ଅତି ଭୟଙ୍କର ହେଉଛି କରୋନା  । ଛୋଟ ପିଲା ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି । ୧୪ ବର୍ଷରୁ କମ୍ ବୟସ୍କର ପିଲା ଅଧିକ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ କରୋନା ଦ୍ବାରା ଶିଶୁଙ୍କ ଆକ୍ରାନ୍ତ ହାର ୨୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ପିଲା ମାନଙ୍କୁ ସଙ୍ଗରୋଧରେ ରଖିବା ସମ୍ଭବ ନଥିବାରୁ ସଂକ୍ରମଣ ବଢୁଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ୨୧ ଦିନର ଚିକିତ୍ସା ପରେ କରୋନାକୁ ହରାଇଲା ମାସକର ଛୁଆ

ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ପୁରୀ ଜିଲ୍ଲାର ଶିଶୁଙ୍କ କ୍ଷେତ୍ରରେ ଅଧିକ ଲକ୍ଷଣ ଦେଖାଯାଉଛି । ଛୋଟ ପିଲାଙ୍କ ପାଇଁ ଏବେ ଟିକାକରଣ ଆରମ୍ଭ ହୋଇନଥିବା ବେଳେ ଏଭଳି ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଏଭଳି ସ୍ଥିତିରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ମୋଟ ସଂକ୍ରମଣ ମାମଲାର ୨୦ ପ୍ରତିଶତ ଶିଶୁ

ସେପଟେ କର୍ଣ୍ଣାଟକରେ ମଧ୍ୟ ଶିଶୁ କରୋନା ସଂକ୍ରମିତ ହେଉଥିବା ମାମଲା ଏବେ ମନରେ ଭୟ ସୃଷ୍ଟି କରିଛି । ଦୁଇ ମାସ ଭିତରେ ୯ ବର୍ଷ ବୟସ ମଧ୍ୟରେ ୪୦ ହଜାର ଶିଶୁ ସଂକ୍ରମିତ ହୋଇଥିବା ବେଳେ ଏହା ୧୪୩ ପ୍ରତିଶତ ରହିଛି । ୧୦ରୁ ୧୯ ବର୍ଷ ଭିତରେ ୧୬୦ ପ୍ରତିଶତ ଶିଶୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି  ।

Leave a Reply