ଯାତ୍ରୀ ବେଶରେ ଯାଇ ପଥର ବୋଝେଇ ଟ୍ରକକୁ ଜବତ କଲେ ଏସଡିପିଓ

SDPO Seized Stone Loaded Truck In Disguise

ଟାଙ୍ଗୀ: ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବେଆଇନ୍ ପଥର ଖାଦାନ ଚାଲୁଛି  । ଅଧିକାଂଶଙ୍କ ପାଖରେ ଲିଜ୍ ଲାଇସେନ୍ସ ନାହିଁ  । ଏଭଳି ଚୋରା ପଥର କାରବାରକୁ ରୋକିବାକୁ ବିଭିନ୍ନ ସମୟରେ ରେଡ୍ ହେଉଥିବା ବେଳେ ମାଫିଆ ଖସି ପଳାଉଛନ୍ତି । ଏଭଳି ସ୍ଥଳେ ଛଦ୍ମ ବେଶରେ ଯାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପଥର ଟ୍ରକକୁ ଜବତ କରିଛନ୍ତି ।

SDPO Seized Stone Loaded Truck In Disguise

ଏସଡିପିଓ ରାତିରେ ଯାତ୍ରୀ ବେଶରେ ରହି ରାସ୍ତା ଉପରେ ପଥର ବୋଝେଇ ଟ୍ରକକୁ ଲିଫ୍ଟ ମାଗି ସେଥିରେ ୫ କିଲୋମିଟର ଯାଇଥିଲେ । ଟ୍ରକରେ ଥାଇ ଟାଙ୍ଗୀ ଥାନା ପୋଲିସକୁ ସୂଚନା ଦେବା ସହ ଥାନାକୁ ପଥର ଭର୍ତ୍ତି ଟ୍ରକକୁ ହସ୍ତାନ୍ତର କରିଛନ୍ତି । ଜବତ ଟ୍ରକ୍ ଡ୍ରାଇଭରଙ୍କ ପାଖରେ କେ ଫର୍ମ ନଥିବାରୁ ଟ୍ରକକୁ ଜବତ କରାଯାଇଛି । ପୋଲିସର ଏଭଳି ଉପାୟ ପରେ ପଥର ମାଫିଆ ଛାନିଆଁ ହୋଇ ପଡ଼ିଛନ୍ତି  ।

SDPO Seized Stone Loaded Truck In Disguise

ପୂର୍ବରୁ ଅନେକ ସମୟରେ ବେଆଇନ୍ ପଥର ଖାଦାନ ଉପରେ ପ୍ରଶାସନ ରେଡ୍ କରିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଏପରିକି ପଥର ମାଫିଆ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି  ।

Leave a Reply