ଆମ ପାଖରେ କେତେ ସମୟ ଅଛି ?

1 min read

ଏ ଦୁନିଆ ଏ ବ୍ରହ୍ମାଣ୍ଡ ଏ ସୃଷ୍ଟି । ଏହାକୁ ବୁଝିବା ମଣିଷ ପକ୍ଷରେ ଆଜି ବି ଅସମ୍ଭବ । ତଥାପି ମଣିଷ ନିଜ ଗ୍ରହରୁ ବାହାରି ଅନ୍ତରୀକ୍ଷର ଅବୁଝା ରହସ୍ୟକୁ ସମାଧାନ କରିବାର ପ୍ରୟାସରେ ଲାଗି ରହିଛି । କିନ୍ତୁ ଏସବୁ ଭିତରେ ମଣିଷ ଭୁଲିଯାଇଛି ତା ନିଜ ଗ୍ରହର କଥା । ଅର୍ଥାତ ପୃଥିବୀର କଥା । ଯେଉଁ ପୃଥିବୀରେ ଜୀବନ ଅଛି,ପାଣି ଅଛି ବଂଚିବାର ଆଶା ଅଛି ,ମଣିଷ ଭଳି ପ୍ରଜାତିର ସୃଷ୍ଟି ଅଛି । ସେହି ପୃଥିବୀକୁ ବର୍ତମାନ ଧ୍ୱଂସ କରିବାକୁ ବସିଲାଣି ମଣିଷ । ହାୱାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବୈାଜ୍ଞାନିକ ଏବି ଲୋୟେବ୍ ନିକଟରେ ଦୁନିଆର ବିଶିଷ୍ଟ ବୈାଜ୍ଞାନିକମାନଙ୍କୁ କିଛି ପ୍ରଶ୍ନ କଲେ । ବୈାଜ୍ଞାନିକମାନଙ୍କୁ ପଚାରି ସେ କହିଲେ ଏ ଦୁନିଆର ଅନ୍ତ କେବେ ହେବ ? ମାନବ ଜାତିର ଅନ୍ତ କେବେ ହେବ ? ଏ ପୃଥିବୀ ଆଉ ମଣିଷଙ୍କର ଶେଷ ହେବାର ତାରିଖ କଣ ? ହେଲେ କାହା ପାଖରେ ବି ଉତ୍ତର ନଥିଲା ।

ଏବି ଲୋୟେବଙ୍କ କହିବା ଅନୁସାରେ ବର୍ତମାନ ବୈଜ୍ଞାନିକମାନେ ସଠିକ୍ ଦିଗରେ କାର୍ଯ୍ୟ କରୁନାହାନ୍ତି । ସେଥିପାଇଁ ସେ ବୈଜ୍ଞାନିକମାନଙ୍କୁ ଅପିଲ୍ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ଅଟକାଇବା ପାଇଁ କିଛି ଗୋଟେ କରନ୍ତୁ । କେବଳ ଜଳବାୟୁର କଥା ନୁହେଁ,ସମସ୍ତଙ୍କୁ କିଭଳି ଖାଦ୍ୟ ମିଳିବ, କିଭଳି ଶକ୍ତିର ବିକଳ୍ପ ଖୋଜା ହେବ,ଅନ୍ତରୀକ୍ଷରେ ବେସ୍ ଷ୍ଟେସନ ନିର୍ମାଣ ହେବ,ତାସହ ଏଲିୟନ୍ସଙ୍କ ସହ କିପରି ସଂମ୍ପର୍କ ପ୍ରତିଷ୍ଠା କରିହେବ ଏସବୁର ପ୍ରସ୍ତୁତି ବୈାଜ୍ଞାନିକମାନେ ଏବେଠୁ ଆରମ୍ଭ କରିଦେବା ଆବଶ୍ୟକ । କାହିଁକି ନା ମାନବ ଯେବେ ଆଡଭାନ୍ସ ଟେକନୋଲୋଜୀର ଅଧିକାରୀ ହେବ ,ସେବେଠାରୁ ମାନବ ସଭ୍ୟତାର ଧ୍ୱଂସର ରାସ୍ତା ସଫା ହେବ । କିନ୍ତୁ ଯଦି ମଣିଷ ପୃଥିବୀ ବାହାରେ କେଉଁଠି ନିଜ ପାଇଁ ଠିକଣା ଖୋଜି ସାରିଥିବ ତେବେ କିଛି ଏହି ପ୍ରଳୟରୁ ବଂଚିଯିବେ ।

ହାୱାର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସମ୍ମିଳନୀରେ ସମ୍ବୋଧିତ କରି ଏବି ଲୋୟେବ କହିଥିଲେ ଯେ-ସବୁଠୁ ଅଧିକ ଜରୁରୀ ମଣିଷଙ୍କର ବୟସକୁ ବୃଦ୍ଧି କରିବା । ବର୍ତମାନ ଆମେ ଆମ ଜୀବନର ମଧ୍ୟ ଭାଗରେ ପହଂଚିସାରିଲେଣି । ତେଣୁକରି ସମୟ ଧିରେ ଧିରେ ଆମ ହାତରୁ ଚାଲିଯାଉଛି । ଯଦି ଅଧିକ ଦିନ ବଂଚିବା ତାହାଲେ ଯାଇ ନୂଆ ଟେକ୍ନୋଲୋଜୀର ଆରମ୍ଭ କରିପାରିବା । ତାସହ ବର୍ତମାନ ଆମେ ଯେତିକି ଆଡଭାନ୍ସ ଅଛୁ ତାକୁ ତର୍ଜମା କଲେ ଆମେ ଏବେ ବି ଖୁବ୍ ପଛରେ ଅଛୁ । ତେଣୁକରି ଭବିଷ୍ୟତ ବଦଳାଇବାକୁ ହେଲେ କିଛି ନୂଆ ଭାବିବାକୁ ହେବ ଆଉ କିଛି ନୂଆ କରିବାକୁ ହେବ ।

ଏବି ଲୋୟେବଙ୍କ ଅନୁସାରେ ଯେଉଁଭଳି ପୃଥିବୀର ସ୍ଥିତି ମଣିଷଙ୍କ ଯୋଗୁଁ ଖରାପ ହେଉଛି । ସେଥିରୁ ଜଣାପଡୁଛି ଯେ ମଣିଷ ବେଶିଦିନ ପୃଥିବୀପୃଷ୍ଠରେ ଜୀବିତ ରହିପାରିବ ନାହିଁ । ଆଉ କେଇଟା ଦିନରେ ପୃଥିବୀର ସ୍ଥିତି ଏତେ ଖରାପ ହେଇଯିବ ଯେ ମଣିଷକୁ ସ୍ପେସ୍ରେ ଯାଇ ରହିବାକୁ ପଡିବ । ଆଉ ସବୁଠୁ ଅଧିକ ବିପଦ ହେବ ଟେକନୋଲୋଜୀର ବିପର୍ଯ୍ୟୟ । ଯଦି ସେତେବେଳକୁ ଆମେ ସ୍ପେସ୍ରେ ରହିବା ଓ ବଂଚିବାର ଉପାୟ ଖୋଜିନଥିବା ତେବେ ପୁରା ମାନବ ପ୍ରଜାତି ଧ୍ୱଂସ ହୋଇଯିବ । ଯଦି ଆମେ ବାହାର ଗ୍ରହରେ ରହିବାର ତରିକା ଖୋଜିଥିବା ତେବେ ମାନବ ପ୍ରଜାତି ବଂଚିଯିବ । ଏହିସବୁ ବିପତ୍ତି ଠାରୁ ଆହୁରି ବଡ ବଡ ବିପତ୍ତି ରହିଛି । ଗୋଟିଏ ହେଉଛି ମଣିଷ ଦ୍ୱାରା ସୃଷ୍ଟି ମହାମାରୀ ଆଉ ଗୋଟିଏ ହେଉଛି ଦେଶ ଦେଶ ଭିତରେ ଯୁଦ୍ଧର ସ୍ଥିତି ।

ଯଦି ମାନବ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜକୁ ନବଦଳାଏ ତେବେ ମଣିଷଙ୍କୁ ପୃଥିବୀ ନିଜେ ଶେଷ କରିଦେବ । ନହେଲେ ପ୍ରକୃତି ନିଜକୁ ନଷ୍ଟ କରିଦେବ । ଆଉ ଏବେଠୁ ସେ ସବୁ ପ୍ରକ୍ରିୟା ଆରମ୍ଭ କରିସାରିଲାଣି ପୃଥିବୀ । ଏବି ଲୋୟେବ ଆହୁରୀ ମଧ୍ୟ କହିଥିଲେ କି -ମଣିଷ ସେହି ସବୁ ଅସୁବିଧାରୁ ନିଜକୁ କେବେ ବି ରକ୍ଷା କରିପାରେନି ଯାହାକୁ ସେ ପୂର୍ବରୁ ସାମ୍ନା କରିନଥିବ । ଯେମିତିକି ଜଳବାୟୁ ପରିବତ୍ତନ ,ଯାହା ପାଇଁ ସବୁବେଳେ ମଣିଷ ମୈାସୁମୀ ପରିବର୍ତନ,ଗ୍ଲେସିୟର ତରଳିବା,ସମୁଦ୍ରର ଜଳସ୍ତର ବଢିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛି । କେବଳ ସେତିକି ନୁହେଁ ଜଙ୍ଗଲରେ ନିଆଁ ଲାଗି ପାଉଁଶ ହେଇଯାଉଛି,ଜୀବଜନ୍ତୁ ଛଟପଟ ହେଇ ମରୁଛନ୍ତି,ଗ୍ଲୋବାଲ୍ ଓାରମିଙ୍ଗ ଭଳି ଅସୁବିଧା ଦେଖାଯାଉଛି । ଆଜି ବି ଆମାଜନ୍ରେ ଲାଗିଥିବା ନିଆଁ ମନରୁ ପାଶୋରୀ ହେଉନି । କେତେ ଦୁଃଖ ଦାୟକ ଥିଲା ସେହି ଘଟଣା । ପଦାର୍ଥ ବିଜ୍ଞାନ ଅନୁସାରେ ଆମେ ମଣିଷ ଏଲିମେଣ୍ଟ୍ରୀ ପାର୍ଟିକିଲ୍ସ ଅର୍ଥାତ ମୂଳ ତତ୍ୱରେ ତିଆରି । ଏଥିରେ ଅଲଗା କିଛି ବି ଯୋଡାହୋଇନାହିଁ । ତେଣୁକରି ପ୍ରକୃତିର ନିୟମ ଅନୁସାରେ ଆମେ ନିଜ ହିସାବରେ ଏଥିରେ ପରିବର୍ତନ କରିବା ଉଚିତ୍ ନୁହେଁ । ସେଥିପାଈଁ ଏବି କହିଛନ୍ତି ଯେ ମଣିଷ କେତେ ଦିନ ପର୍ଯ୍ୟନ୍ତ ବଂଚିବ । ଏହାର ଉତ୍ତର କେବଳ ମଣିଷ ହିଁ ଦେଇପାରିବ । କାହିଁକି ନା ଆଗାମୀ ଦିନରେ ମଣିଷ ଟେକ୍ନୋଲୋଜୀର ବିକାଶ ଉପରେ ହିଁ କାମ କଲେ ଭବିଷ୍ୟତ କଣ ହେବ ତାର ଅନୁମାନ କରିପାରିବ ।

Leave a Reply