ବାଲିଚନ୍ଦ୍ରପୁର ଜଗନ୍ନାଥଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟ୍

ଯାଜପୁର: ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଚୋରି । ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମନ୍ଦିର ଗେଟ ତାଲା ଭାଙ୍ଗି ଠାକୁରଙ୍କ ରୁପା ମୁକୁଟ, ତୁରୀ, ଝାଞ୍ଜ ବିଭିନ୍ନ ସାମଗ୍ରୀ ଓ ହୁଣ୍ଡୀ ବାକ୍ସ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ନେଇ ରାସ୍ତାକଡ଼କୁ ବାକ୍ସ ପକାଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ରାତିରେ ଆଳତି ପରେ ଗେଟ ତାଲା ପକାଇ ଘରକୁ ଫେରିଯାଇଥିଲେ ପୂଜକ । ସକାଳୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଫାଟକରେ ପକାଯାଇଥିବା ତାଲା ତାଲା ଭାଙ୍ଗିଯାଇଛି । ଏହା ପରେ ସଙ୍ଗେସଙ୍ଗେ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି  । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧନୀ କୁକୁର ବୁଲାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

ଏଥିସହିତ ପଢ଼ନ୍ତୁ: ସୁପରମୁନ୍ କ’ଣ: ଜାଣନ୍ତୁ ମେ’ ୨୬ କାହିଁକି ଦେଖାଯିବ ଚଳିତ ବର୍ଷର ଶେଷ ସୁପରମୁନ୍

Leave a Reply