୨୬ରେ ଛୁଇଁବ ସ୍ଥଳଭାଗ, କାଲିଠୁ ପ୍ରଚୁର ବର୍ଷା

ଭୁବନେଶ୍ୱର: ବାତ୍ୟା ୟଶକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ‘ୟାସ’ର ଗତିପଥ ଏବଂ ବେଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାର୍ତ୍ତା ଦେଇଛନ୍ତି । ବାତ୍ୟା ୟଶ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି ପ୍ରଦୀପ ଜେନା ।

ସେପଟେ ବାତ୍ୟା ୟାସ ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟାସ । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଟେଲିଫୋନ, ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ମେଦିନପୁରରେ ଉଚ୍ଚ ଜୁଆାର ଆସିବାର ସମ୍ଭାବନା ରହିଛି । ଉପକୂଳ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ସତର୍କ ରହିବାକୁ କହିଲେ ଆଇଏମଡି ଡିଜି । ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବହୁତ କ୍ଷତି ହେବ । ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀରେ ଭାରି ବର୍ଷା ହେବା ସହ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ଅତ୍ୟଧିକ ପବନ ସହ ବର୍ଷା ହୋଇପାରେ ।

Leave a Reply