କରୋନାରେ ଚାଲିଗଲେ ଆଉ ଜଣେ ସାମ୍ୱାଦିକ: ଦ୍ୱିତୀୟ ପ୍ରବାହ ନେଲାଣି ୩୦ ସାମ୍ୱାଦିକଙ୍କ ଜୀବନ

1 min read

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାର ଏକ ପ୍ରମୁଖ ଅସ୍ତ୍ର ହେଉଛି ସତର୍କ ରହିବା ସଚେତନ ରହିବା । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା । ଆଉ ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧି । ଏଣୁ ଲକ୍‌ଡାଉନ୍‌ ବେଳେ ଘରେ ଭିତରେ ଲୋକେ ଲକ୍‌ ହୋଇଥିବା ବେଳେ ମଧ୍ୟ ଖବର ସଂଗ୍ରହ ପାଇଁ ବାହାରି ପଡ଼ୁଥିଲେ ସାମ୍ୱାଦିକ । କରୋନା ମୁକାବିଲା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲା । ଯାହା ଫଳରେ ଲୋକେ ସତର୍କ ହୋଇପାରିବେ ଏବଂ ସଂକ୍ରମଣର ଚେନ୍‌ରେ ବ୍ରେକ୍ ଲାଗିପାରିବ । କିନ୍ତୁ ଲୋକଙ୍କୁ ସଚେତନ କରୁ କରୁ ଓ ସାମ୍ୱାଦିକତାର ଧର୍ମ ପାଳନ ଭିତରେ ନିଜେ ହୋଇଯାଇଥିଲେ କରୋନା ସଂକ୍ରମିତ । କିଛି ସାମ୍ୱାଦିକ ମହାମାରୀ କବଳରୁ ବର୍ତ୍ତିଯାଇଥିଲେ ମଧ୍ୟ ଆଉ କିଛି ଜଣ ଆରପାରିକୁ ଚାଲିଯାଇଛନ୍ତି । କିଏ ତା’ ବାପାଙ୍କୁ ହରାଇଛି ତ ଆଉ କିଏ ନିଜ ପ୍ରିୟର ପୁଅକୁ । କିଏ ସ୍ୱାମୀକୁ ହରାଇଛି , ଏଭଳି କି କୁନି କୁନି ଛୁଆମାନେ ଅନାଥ ହୋଇଯାଇଛନ୍ତି । ଗତକାଲି ରାତି ୧୧ଟା ୩୦ରେ ରାଜ୍ୟରେ ଆଉ ଜଣେ ସାମ୍ୱାଦିକଙ୍କ କରୋନାରେ ଦେହାନ୍ତ ହୋଇଛି । ସେ ଦୈନିକ ଖବର କାଗଜ ‘ସମୟ’ରେ ସାମ୍ବାଦିକ ଭାବେ କାର୍ଯ୍ୟରତ ମୃତ ସାମ୍ୱାଦିକ ଜଣଙ୍କ ହେଲେ ସଂଗ୍ରାମ କେଶରୀ ମହାପାତ୍ର । ସେ କରୋନାରେ ସଂକ୍ରମଣ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ଚିକିତ୍ସିତ ହେଉଥିଲେ । ତେବେ ମିଡିଆ କେୟାର ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ  ସଂଗ୍ରାମଙ୍କୁ ମିଶାଇ କରୋନାର ଦ୍ୱିତୀୟ ପ୍ରବାହ କାଳରେ ରାଜ୍ୟରେ ଏଯାବତ୍ ମୋଟ ୩୦ ଜଣ ସାମ୍ୱାଦିକ ପ୍ରାଣ ହରାଇଛନ୍ତି ।

ସେମାନେ ହେଲେ ଯତୀଶ ଖମାରୀ,(ସମ୍ୱାଦ,ବଲାଙ୍ଗୀର), ମନୋଜ ସାହୁ (ଚିକିଟି, ଗଞ୍ଜାମ, ନିତିଦିନ) , ଗୋବିନ୍ଦ ବେହେରା (କୁକୁଡ଼ାଖଣ୍ଡି, ଗଞ୍ଜାମ ନ୍ୟୁଜ ୬), ମାନସ ଜୟପୁରିଆ (ସମ୍ୱଲପୁର, ଜୀ ଓଡ଼ିଶା), ଅମଜଦ ବାଦଶାହ (ଝାରସୁଗୁଡ଼ା, ଏନ୍‌ଏଫ୍‌ଟିଭି) , ଭାନୁପ୍ରକାଶ ରଥ (ଭବାନୀପାଟଣା, ନକ୍ଷତ୍ର ଟିଭି), ଅଦ୍ୱିତୀୟ ପ୍ରସାଦ ବିଶ୍ୱାଳ (ରାଉରକେଲା, ଶ୍ରମିକ ମାଲିକ), ସୁବାସ ସାହାରେ (ଝାରସୁଗୁଡ଼ା, ଶାସକ ପ୍ରଶାସକ ) ଦେବେନ୍ଦ୍ର ସାମନ୍ତରାୟ (ସମ୍ୱଲପୁର, ସମ୍ୱାଦ), ପ୍ରୀତିମାନ ମହାପାତ୍ର ଭୁବନେଶ୍ୱର, (ଟାଇମ୍ସ ଅଫ୍ ଇଣ୍ଡିଆ), କରୁଣାକର ସାହୁ, (ହିଞ୍ଜଳିକାଟୁ, ସମ୍ୱାଦ କଳିକା), ହରିଶ୍ ଚନ୍ଦ୍ର ସାହ (ସିମୁଳିଆ, ସମୟ), ସୁଦାମ ଚନ୍ଦ୍ର ନାୟକ (କେ. ନୂଆଗାଁ, ପ୍ରମେୟ), ଶୁଭ୍ରାଶୁଂ ମିଶ୍ର, (ବଲାଙ୍ଗୀର, ସମ୍ୱାଦ), ମନୋଜ ବେବର୍ତ୍ତା (ମୁମ୍ୱାଇ/କଟକ, ନେଟଓ୍ୱର୍କ-୧୮), ସୁମିତ ଓନକା, ଜୟପୁର, ଦି ପାଓନିର୍, ପ୍ରଦୀପ ସାହୁ,( ବ୍ରହ୍ମପୁର, ସମ୍ୱାଦ), ଡି ଶଙ୍କର ରାଓ (କୋରାପୁଟ,ସାକ୍‌ସୀ, ତେଲୁଗୁ), କିଶୋର ଚନ୍ଦ୍ର ଦାସ (ପୋଲସରା, ସମାଜ), ଦୁର୍ବିକ୍ଷ ବସ୍ତିଆ (ବୌଦ୍ଧ, ଓଡ଼ିଶା ଭାସ୍କର), ସବନମ୍ ସିରିନ୍ (ଭୁବନେଶ୍ୱର, ରେଡିଓ ୯୦.୪ ସୋଆ ଏଫଏମ୍‌ ରେଡିଓ) , ସୁମନ୍ତ ମହାନ୍ତି (ରାଉରକେଲା, କନକ ନ୍ୟୁଜ୍), ରତିକାନ୍ତ ବଳ (ବଡ଼ଚଣା ଏକାମ୍ର ଟିଭି), କୈଳାଶ ଚନ୍ଦ୍ର ସାହୁ, ପାଟଣାଗଡ଼, ପ୍ରଗତିବାଦୀ, ବିଷ୍ରୁ ପ୍ରସାଦ ପାତ୍ର (ବ୍ରହ୍ମପୁର, ଓଡ଼ିଶା ଭାସ୍କର,କଳିଙ୍ଗ ଦର୍ପଣ), ହୀରନମୟୀ ପିଙ୍ଗୁଆ, (ସମ୍ୱାଦ ମୟୂରଭଞ୍ଜ), ସୁଦର୍ଶନ ବିଶ୍ୱାଳ (ରାୟଗଡ଼ା, ପ୍ରଥମା) ଆଦିତ୍ୟ ସାହୁ (ଝାରସୁଗୁଡ଼ା ସମ୍ୱାଦ), ଆଶୁତୋଷ ବେହେରା (ସର୍ବସାଧାରଣ, ଫୁଲବାଣୀ ଟାଉନ୍), ସଂଗ୍ରାମ କେଶରୀ ମହାପାତ୍ର (ସମୟ, କୋଣାର୍କ) ।

Leave a Reply