କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାତ୍ୟା ସମୀକ୍ଷା: କହିଲେ, ଆବଶ୍ୟକତା ଅନୁଯାୟୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦିଆଯିବ

1 min read

ନୂଆଦିଲ୍ଲୀ: ତୈତେ ପରେ ଆଉ ଏକ ସାମୁଦ୍ରିକ ଝଡ଼ର ମୁକାବିଲା ଲାଗି ପ୍ରଭାବିତ ରାଜ୍ୟଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି । ଭିସି ଯୋଗେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କ ସହ ଆଣ୍ଡାମାନ-ନିକୋବର ଉପରାଜ୍ୟପାଳ ଏହି ଭିସି ବୈଠକରେ ଉପସ୍ଥିତ ଥିଲେ । ବାତ୍ୟା ବେଳେ କରୋନା ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ବିଶେଷକରି ଆଇସିୟୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡ଼ିକୁ NDRF ଟିମ୍ ସହ ସଶସ୍ତ୍ର ବାହିନୀ ଏବଂ ପାରା-ମିଲିଟାରୀ କର୍ମଚାରୀ, ରିଲିଫ୍ ଉପକରଣ ଯୋଗାଇ ଦିଆଯିବ ବୋଲି ଶାହା କହିଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଆଣ୍ଡାମାନ-ନିକୋବର ଦ୍ବୀପରେ ମୋଟ ୯୯ଟି NDRF ଟିମ୍ ସଜାଗ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାତ୍ୟାର ରୂପ ନେଲା ୟଶ, ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

Leave a Reply